ପୁରୀ ହୋଟେଲରୁ ମିଳିଲା ମୃତଦେହ : ଉଭୟ ମୃତକ ପଶ୍ଚିମବଙ୍ଗ ଅଞ୍ଚଳର ସୂଚନା

ପୁରୀ ଚକ୍ରତୀର୍ଥ ରୋଡରେ ଏକ ହୋଟେଲରୁ ଜଣେ ମହିଳା ଓ ପୁରୁଷଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଉଭୟ ମୃତକ ହେଉଛନ୍ତି ପଶ୍ଚିମବଙ୍ଗ ଅଞ୍ଚଳର । ଦୁଇଦିନ ପୂର୍ବରୁ ହୋଟେଲ ରୁମ୍ ଭିତରେ ଆତ୍ମହତ୍ୟା କରିଥିବା ସୂଚନା ।

Dead

Dead Photograph: (google)

କନକ ବ୍ୟୁରୋ : ପୁରୀରେ ହୋଟେଲ ରୁମ୍ ଭିତରୁ ଦୁଇ ମୃତଦେହ ଉଦ୍ଧାର । ପୁରୀ ଚକ୍ରତୀର୍ଥ ରୋଡରେ ଏକ ହୋଟେଲରୁ ଜଣେ ମହିଳା ଓ ପୁରୁଷଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଉଭୟ ମୃତକ ହେଉଛନ୍ତି ପଶ୍ଚିମବଙ୍ଗ ଅଞ୍ଚଳର । ଦୁଇଦିନ ପୂର୍ବରୁ ହୋଟେଲ ରୁମ୍ ଭିତରେ ଆତ୍ମହତ୍ୟା କରିଥିବା ସୂଚନା । ସମୁଦ୍ର କୂଳ ଥାନା ପୁଲିସର ତଦନ୍ତ ଆରମ୍ଭ । ଗତ ୯ ତାରିଖରୁ ସେମାନେ ହୋଟେଲରେ ରହିଥିଲେ । ଆଜି ଗନ୍ଧ ହେବାରୁ ମ୍ୟାନେଜର ସନ୍ଦେହ କରି ପୁଲିସକୁ ଡାକିଥିଲେ । ପୁଲିସ ଘର ଭାଙ୍ଗି ମୃତ ଦେହକୁ ଉଦ୍ଧାର କରିଥିଲା । କେବେ ଆତ୍ମହତ୍ୟା କରିଛନ୍ତି ଘଟଣା ତଦନ୍ତ ପରେ ଜଣାପଡ଼ିବ । ସେହି ଅଞ୍ଚଳର ପୁଲିସ ସହ ଯୋଗାଯୋଗ କରାଯାଇ ପରିବାରକୁ ଖବର ଦିଆଯାଇଛି ବୋଲି ପୁଲିସ ସୂଚନା । ଆସନ୍ତାକାଲି ପୋଷ୍ଟମର୍ଟମ କରାଯିବ। ସିସିଟିଭି ଯାଞ୍ଚ କରାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe