କନକ ବ୍ୟୁରୋ :ସାଧାରଣତନ୍ତ୍ର ଭଳି ପବିତ୍ର ଦିବସକୁ ସେକ୍ଟର -2 ସ୍ଥିତ ଡ଼ିସୋଜା ସ୍କୁଲ ସମ୍ମାନର ସହ ପାଳନ କରିଛନ୍ତି । ଚେୟାରମ୍ୟାନ ଅଲେକଜେଣ୍ଡାର ଡ଼ିସୋଜା, ନିର୍ଦେଶିକା ଆନବେଲା ଡ଼ିସୋଜା, ମୁଖ୍ୟ ଅତିଥି ଡ଼କ୍ଟର ଅଞ୍ଜନା ମୈତ୍ର, ଅଧ୍ୟକ୍ଷା ଜୟୋତି ଗୁରୁ୍ୱାରା , ସହ ଅଧ୍ୟକ୍ଷା ଜୟୀତୀ  ନାୟକଙ୍କ ଦ୍ୱାରା ପତାକା ଉତ୍ତୋଳନ କରାଯାଇଥିଲା । ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଜାତୀୟ ସଙ୍ଗୀତ ଗାନ କରିଥିଲେ ।  ବିଦ୍ୟାଳୟର ପିଲାମାନେ ପରେଡ ଦ୍ୱାରା ଦେଶ ପ୍ରତି ସେମାନଙ୍କର ସମ୍ମାନ ଜଣାଇଥିଲେ ।  ଚେୟାରମ୍ୟାନ ଶ୍ରୀଯୁକ୍ତ ଡ଼ିସୋଜା ସମ୍ବିଧାନ ଓ ଆମ୍ବେଦକରଙ୍କ ବିଷୟରେ ଏବଂ ବିଦ୍ୟାଳୟର ପିଲାମାନଙ୍କର ପାଠ୍ୟ ଓ କ୍ରୀଡାରେ  ସଫଳତା ବିଷୟରେ କହି ସେମାନଙ୍କୁ ମାର୍ଗଦର୍ଶନ କରାଇଥିଲେ । 

Advertisment

ମୁଖ୍ୟ ଅତିଥି ଶ୍ରୀମତୀ ଅଞ୍ଜନା ମୈତ୍ର  ନିଜ ଅଭିଭାଷଣରେ ଆମ ଦେଶର ଗଣତନ୍ତ୍ର ବିଷୟରେ ବହୁ ସୁନ୍ଦର ଭାବରେ ବୁଝାଇଥିଲେ ।  ବିଦ୍ୟାଳୟର କୃତି ଛାତ୍ରଛାତ୍ରୀମାନଙ୍କୁ ଓ ସେମାନଙ୍କ ଅଭିଭାବକମାନଙ୍କୁ ଅତିଥି ଓ ବିଦ୍ୟାଳୟର ମେନେଜମେଣ୍ଟଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।  ସେକ୍ଟର -6 ରେ ହେଉଥିବା ପରେଡରେ ବିଦ୍ୟାଳୟର ଗଲଗାଇଡ଼ ଛାତ୍ରୀମାନେ ନିଜର ଉଚ୍ଚକୋଟୀର ପରେଡ ମାଧ୍ୟମରେ ବିଜୟୀ ହୋଇ ଟ୍ରଫିର ଅଧିକାରୀ ହୋଇଥିଲେ । ସେମାନଙ୍କୁ ମଧ୍ୟ ଅତିଥିଙ୍କ ଦ୍ୱାରା କୃତଜ୍ଞତା ପ୍ରଦାନ କରାଯାଇଥିଲା ।  ବିଦ୍ୟାଳୟର ଛାତ୍ରୀ ଇଚ୍ଛା କୁମାରୀ ଦେଶ ଓ ମାତୃଭୂମି ବିଷୟରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।  ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଦେଶାତ୍ମକ ସଙ୍ଗୀତ ଗାନ କରିଥିଲେ ।  ଶେଷରେ ବିଦ୍ୟାଳୟର ଶିକ୍ଷୟିତ୍ରୀଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନା ଶ୍ରୀମତୀ ସର୍ବରୀ ଦାସ ଓ ତନୁଶ୍ରୀ ନିୟୋଗୀ କରିଥିଲେ ।