କନକ ବ୍ୟୁରୋ : ଆଗାମୀ ୩ ଦିନ ରାଜ୍ୟରେ କାଳବୈଶାଖି ବର୍ଷା ଦେଖିବାକୁ ମିଳିବ । ବର୍ଷା ପ୍ରଭାବରେ କମ ରହିବ ଦିନ ତାପମାତ୍ରା । ସକ୍ରିୟ ନିମ୍ନଚାପ ରେଖା ଓ କାଳବୈଶାଖୀ ପ୍ରଭାବରେ ରାଜ୍ୟର ଜାରି ରହିଛି ବର୍ଷା । ଆସନ୍ତା ୪୮ ଘଣ୍ଟା ପାଇଁ ବର୍ଷା ନେଇ ସାରା ରାଜ୍ୟକୁ ସତର୍କ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତା ୨୪ ଘଣ୍ଟାରେ କୁଆପଥର ବର୍ଷା ସହ ବିଜୁଳୀ ଘଡଘଡି ଜନିତ ବର୍ଷା ନେଇ ମୟୁରଭଞ୍ଜ ମାଲକାନଗିରି ଓ କୋରାପୁଟ ଏହି ୩  ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ବିଭାଗ । ସେହିଭଳି ଉପକୂଳ ଓ ତାର  ପାଶ୍ୱବର୍ତୀ ୧୬  ଜିଲ୍ଲାକୁ ୟେଲୋ ୱର୍ଣିଂ ଜାରି କରିଛି ବିଭାଗ । 

Advertisment

ଆସନ୍ତା କାଲି ପ୍ରବଳ ବର୍ଷା ନେଇ ମୟୁରଭଞ୍ଜ, କେନ୍ଦୁଝର, ଭଦ୍ରକ ,ବାଲେଶ୍ୱର ଓ ଗଜପତି ଏହି ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ  ଜାରି କରିଛି ପାଣିପାଗ ବିଭାଗ । ଉପକୂଳ ଓଡିଶା ଓ ତରତର  ପାଶ୍ୱବର୍ତୀ ୧୪ ଜିଲ୍ଲାକୁ ୟେଲୋ ୱର୍ଣିଂ ଜାରି କରିଛି ଆଞ୍ଚଳିକ କେନ୍ଦ୍ର । ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବା ନେଇ ସତର୍କ କରାଯାଇଛି । ୪ ଦିନ ପରେ ପୁଣି ବଢିପାରେ ଦିନ ତାପମାତ୍ରା । ୨ରୁ ୪ ଡିଗ୍ରୀ ବଢିବ ଦିନ ତାପମାତ୍ରା । ଗତ ୨୪ ଘଂଟାରେ ଅନେକ ସ୍ଥାନରେ ବର୍ଷା  ହୋଇଥିବା ବେଳେ ମୟୁରଭଞ୍ଜ ଉଦଳା ରେ ସର୍ବାଧିକ  ୮୪.୦୦ ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି ଝାରସୁଗୁଡା ରେ ସର୍ବାଧିକ ୪୦.୬ ଡିଗ୍ରୀ  ତାପମାତ୍ରା  ରେକର୍ଡ କରାଯାଇଛି ।