କନକବ୍ୟୁରୋ : ପୀତବାସ ହତ୍ୟାକାଣ୍ଡର ୧୦ ଦିନ ବିତିଗଲା । ତଥାପି ଅପରାଧୀଙ୍କ ପାଖରେ ପହଞ୍ଚିପାରିନି ପୁଲିସ । ଜିଲ୍ଲାରେ ହୋଇଥିବା ଏକ ହତ୍ୟାକାଣ୍ଡ ମାମଲାରେ ଜଣେ ଯୁବକର ସମ୍ପୃକ୍ତି ରହିଥିଲା। ପୀତବାସ ସେହି ମାମଲାରେ ଓକିଲ ଥିଲେ। ସନ୍ଦିଗ୍ଧ ଯୁବକକୁ ହତ୍ୟାକାଣ୍ଡର କିଛିଦିନ ପୂର୍ବରୁ ପୀତବାସଙ୍କ ଘର ପାଖରେ ଓ ସହର ଭିତରେ ବୁଲୁଥିବା ସିସିଟିଭିରୁ ପୁଲିସ ଦେଖିବା ପରେ ସନ୍ଦେହ ବଢିଛି ।
ବିହାରରୁ ବନ୍ଧୁକ ଆଣି ପୀତବାସଙ୍କୁ ହତ୍ୟା କରାଯାଇଥିବା ଚର୍ଚ୍ଚା ବଢିଛି । ପୀତବାସ ପଣ୍ଡା ହତ୍ୟାକାରୀ ଚିହ୍ନଟ ହୋଇନଥିବାବେଳେ ଶେରଗଡରେ ଏବେ ଆଉ ଏକ ଘଟଣା ପୁଲିସର ମୁଣ୍ଡବ୍ୟଥା ବଢାଇଛି । ବିଜେଡି ନେତାଙ୍କୁ ଗିରଫ ଘଟଣାରେ ତାତିଛନ୍ତି କର୍ମୀ । ଜୁଲାଇ ୨୫ ତାରିଖରେ ଶେରଗଡ଼ ଧନୁନ୍ତର ଗ୍ରାମର ବିଜେପି ନେତା ନିରଞ୍ଜନ ଜେନା ଓରଫ କାଳିଆ ଜେନାଙ୍କୁ ଗୁଳିମାଢ ଘଟଣାରେ ବ୍ଲକ ଯୁବ ବିଜେଡି ସଭାପତି ସନ୍ତୋଷ ପଟ୍ଟନାୟକଙ୍କୁ ପୁଲିସ ଗିରଫ କରିଛି । ପ୍ରତିବାଦରେ ଶହ ଶହ ବିଜେଡି କର୍ମୀ ଶେରଗଡ଼ ଥାନା ଘେରାଉ ହୋଇଛି। ଗଞ୍ଜାମରେ ଅପରାଧ ଉପରମୁହାଁ ହେବା ପୁଲିସ ପାଇଁ ଏବେ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।