କନକ ବ୍ୟୁରୋ : ଦୀପାବଳି ଆଲୋକର ପର୍ବ ଓ ଉତ୍ସବର ପର୍ବ । ଦେଶବିଦେଶରେ ବେଶ ଖୁସିର ସହ ଏହାକୁ ପାଳନ କରିଥାନ୍ତି କିନ୍ତୁ ଯେବେ ଏହି ପର୍ବ  କାହାର ପ୍ରାଣ ନିଏ, କିଏ ବଡ ସ୍ବାସ୍ଥ୍ୟ ସମସ୍ୟା ଦେଇ ଗତି କରେ, ଜୀବଜନ୍ତୁ ଯେତେବେଳେ ଆଘାତରେ କଷ୍ଟ ପାଆନ୍ତି ତାର ମୂଲ୍ୟ କ’ଣ ରହିବ । ଠିକ ସେହିଭଳି କିଛି ଘଟଣା ସାରା ଦେଶରୁ ଆସିଛି । କେଉଁଠି ବାଣ ଫୁଟାଇବା ସହ ପ୍ରାଣହାନି ହୋଇଛି ତ ଆଉ କେଉଁଠି ବଡ ଘାତକ ସାଜିଛି ବାଣଫୁଟା । ଦୀପାବଳି ପାଇଁ ସାରା ଦେଶ ଉତ୍ସବ ମୁଖର । ପ୍ରଦୂଷଣକୁ ଅଣଦେଖା କରି ଅଧିକାଂଶ ଲୋକ ବାଣ ଫୁଟାଇ ମଜା ନିଅନ୍ତି । ହେଲେ ଏହି ବାଣ ଯୋଗୁଁ ଅନେକଙ୍କ ଜୀବନ ଯାଇଛି ।

Advertisment

ଘଟଣାଟି ଘଟିଛି ଆନ୍ଧ୍ରପ୍ରଦେଶର ତାନୁକୁ ଅଞ୍ଚଳରେ । ଜଣେ ମହିଳା ସ୍କୁଟିରେ ବାଣ ନେଇ ଯାଉଥିବାବେଳେ ଗାଡ଼ିଟି ସ୍ପିଡ୍‌ ବ୍ରେକରରେ ମାଡ଼ ହେବା ସମୟରେ ହଠାତ୍ ବାଣ ଭର୍ତ୍ତି ବ୍ୟାଗ ବିସ୍ଫୋରଣ ଘଟିଥିଲା । ଘଟଣାସ୍ଥଳରେ ବାଣ ଧରି ବସିଥିବା ମହିଳାଙ୍କ ମୃତ୍ୟୁ ଘଟିଥିଲା । ରାସ୍ତାପାର୍ଶ୍ବରେ ଛିଡ଼ା ହୋଇଥିବା ୫ ଯୁବକଙ୍କ ସହିତ ସ୍କୁଟି ଚାଳକ ଆହତ ହୋଇଛନ୍ତି ।  ସେପଟେ ଝାଡଖଣ୍ଡରେ ବଜାରରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ସେହିପରି ବାଣ ବିସ୍ଫୋରଣ ଯୋଗୁ ୩୦ ଦୋକାନ ଜଳିପୋଡି ପାଉଁଶ ହୋଇଯାଇଛି । ଦ୍ବାରକାରେ ମଧ୍ୟ ଅଘଟଣ ଘଟିଛି , ବସରେ ବିସ୍ଫୋରଣ ହେବାରୁ ୨ ଜଣ ଗୁରୁତର ଆହାତ ହୋଇଛନ୍ତି ।