daya Photograph: (kanaknews)
କନକ ବ୍ୟୁରୋ: ବିଳମ୍ବରେ ହେଉ ପଛେ, କଣାସର ଦୟା ନଦୀ ପ୍ରବାହିତ ପ୍ରଦୂଷିତ ଜଳକୁ ବିଶୁଦ୍ଧ କରିବାକୁ ଅଣ୍ଟା ଭିଡିଛି ପ୍ରଶାସନ । ସଠିକ ଭାବରେ ଦୟା ନଦୀର ପାଣି ଚିଲିକାକୁ ନିଷ୍କାସନ ହୋଇପାରୁନାହିଁ । ଏହାର କାରଣ ହେଉଛି ଉପର ମୁଣ୍ଡରୁ ପାଣି ସ୍ରୋତ କମିଯାଇଛି । ସଠିକ ଭାବରେ ପାଣି ପ୍ରଭାହିତ ହୋଇପାରୁନାହିଁ । ଏପଟେ ନଦୀରେ ପଚା ଶଢା ମଲା ପଶୁ ପକ୍ଷୀଙ୍କ ଶବ ଓ ଚିଲିକାକୁ ପାଣି ଛାଡି ଦେଉନି ଦୟା ନଦୀର ଦଳ। ଯାହା ପାଇଁ ଆହୁରି ଅପରିଷ୍କାର ହେଉଛି ଦୟା ଜଳ । ଅନ୍ୟ କୌଣସି ବିକଳ୍ପ ନଥିବା ହେତୁ ବାଧ୍ୟ ହୋଇ ସେହି ବିଷାକ୍ତ ପାଣିକୁ ବ୍ୟବହାର କରୁଛନ୍ତି ସ୍ଥାନୀୟ ଲୋକେ । ଏବେ ଦୟା ନଦୀର ଅପରିଷ୍କାର ପାଣି କେମିତି ଚିଲିକା ଯିବ, ସେଥିପାଇଁ ପ୍ରଶାସନ ଅଣ୍ଟା ଭିଡିଛି । ମୁଣ୍ଡୁଳିରୁ ପାଣି ଛଡା ଆରମ୍ଭ ହୋଇଛି। ଦୟାନଦୀକୁ ସଫା କରିବା କାମ ଆରମ୍ଭ ହୋଇଛି ।
ସ୍ଥିର ଥିବା ଦୟା ଏବେ ଧୀରେ ଧୀରେ ପ୍ରଭାହିତ ହେଉଛି । ଏପଟେ ପ୍ରବାହିତ ପାଣିକୁ ବିଶୁଦ୍ଧ କରିବାକୁ ପ୍ରୟାସ କରିଛି ପ୍ରଶାସନ । ନୂଆ ଦୋକନ୍ଦା ଓ ଦୋକନ୍ଦା ମେଳଣ ପଡିଆ ନିକଟ ନଦୀ ମଝିରେ ବାଡ଼ କରି ଅଖା ଯୋଗେ ବ୍ଲିଜିଙ୍ଗ ପାଉଡର ଓ ମେଡ଼ିସିନକୁ ନଦୀର ପ୍ରବାହିତ ପାଣିରେ ଛଡା ଯାଉଛି । ଯାହା ତଳିଆ ଅଞ୍ଚଳ ଲୋକେ ବ୍ୟବହାର କରିପାରିବେ ।
Follow Us