ପର୍ଥ ଟେଷ୍ଟର ଆଜି ତୃତୀୟ ଦିନ । ବିନା ୱିକେଟରେ ୧୭୨ ରନରୁ ଆଜି ଖେଳ ଆରମ୍ଭ କରିବ ଭାରତ

ପର୍ଥ ଟେଷ୍ଟରେ ଡ୍ରାଇଭର ସିଟ୍‌ରେ ଟିମ୍ ଇଣ୍ଡିଆ ।  ଦମଦାର ସେଞ୍ଚୁରି ମାରିଛନ୍ତି ଯଶସ୍ବୀ ଜୟସ୍ବାଲ । ଛକା ମାରି ପୂରା ଷ୍ଟାଇଲରେ ଶତକ ହାସଲ କରିଛନ୍ତି ଜୟସ୍ବାଲ ।

India

କନକ ବ୍ୟୁରୋ : ପର୍ଥ ଟେଷ୍ଟରେ ଡ୍ରାଇଭର ସିଟ୍‌ରେ ଟିମ୍ ଇଣ୍ଡିଆ ।  ଦମଦାର ସେଞ୍ଚୁରି ମାରିଛନ୍ତି ଯଶସ୍ବୀ ଜୟସ୍ବାଲ । ଛକା ମାରି ପୂରା ଷ୍ଟାଇଲରେ ଶତକ ହାସଲ କରିଛନ୍ତି ଜୟସ୍ବାଲ । ଗତକାଲିର ଅସମାପ୍ତ ସ୍କୋର ବିନା ୱିକେଟରେ ୧୭୨ ରନରୁ ଆଜି ତୃତୀୟ ଦିନ ଖେଳ ଆରମ୍ଭ କରିଛି ଭାରତ । କାଲି ଷ୍ଟମ୍ପସ ବେଳକୁ ୯୦ ରନରେ ଅପରାଜିତ ଥିଲେ । ଆଜି ସକାଳୁ ଶତକ ହାସଲ କରିଛନ୍ତି ଜୟସ୍ବାଲ ।

ଅନ୍ୟତମ ଓପନର କେଏଲ୍ ରାହୁଲ ମଧ୍ୟ ତାଙ୍କୁ ସାଥ୍‌ ଦେଇ ୭୪ ରନ୍ କରି ଅପରାଜିତ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ଭାରତ ଅଷ୍ଟ୍ରେଲିଆଠାରୁ ୨୪୩ ରନରେ ଆଗୁ୍ଆ ରହିଛି । ଭାରତ ପ୍ରଥମ ଇନିଂସରେ ୧୫୦ ରନରେ ଅଲଆଉଟ୍ ହୋଇଥିଲା । ସେହିପରି କଙ୍ଗାରୁ ଟିମ୍ ୧୦୪ ରନ୍ କରି ୪୬ ରନରେ ପଛୁଆ ଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe