କନକ ବ୍ୟୁରୋ : ପର୍ଥ ଟେଷ୍ଟରେ ଡ୍ରାଇଭର ସିଟ୍ରେ ଟିମ୍ ଇଣ୍ଡିଆ । ଦମଦାର ସେଞ୍ଚୁରି ମାରିଛନ୍ତି ଯଶସ୍ବୀ ଜୟସ୍ବାଲ । ଛକା ମାରି ପୂରା ଷ୍ଟାଇଲରେ ଶତକ ହାସଲ କରିଛନ୍ତି ଜୟସ୍ବାଲ । ଗତକାଲିର ଅସମାପ୍ତ ସ୍କୋର ବିନା ୱିକେଟରେ ୧୭୨ ରନରୁ ଆଜି ତୃତୀୟ ଦିନ ଖେଳ ଆରମ୍ଭ କରିଛି ଭାରତ । କାଲି ଷ୍ଟମ୍ପସ ବେଳକୁ ୯୦ ରନରେ ଅପରାଜିତ ଥିଲେ । ଆଜି ସକାଳୁ ଶତକ ହାସଲ କରିଛନ୍ତି ଜୟସ୍ବାଲ ।
ଅନ୍ୟତମ ଓପନର କେଏଲ୍ ରାହୁଲ ମଧ୍ୟ ତାଙ୍କୁ ସାଥ୍ ଦେଇ ୭୪ ରନ୍ କରି ଅପରାଜିତ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ଭାରତ ଅଷ୍ଟ୍ରେଲିଆଠାରୁ ୨୪୩ ରନରେ ଆଗୁ୍ଆ ରହିଛି । ଭାରତ ପ୍ରଥମ ଇନିଂସରେ ୧୫୦ ରନରେ ଅଲଆଉଟ୍ ହୋଇଥିଲା । ସେହିପରି କଙ୍ଗାରୁ ଟିମ୍ ୧୦୪ ରନ୍ କରି ୪୬ ରନରେ ପଛୁଆ ଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/11/24/ENpSfmqhMv9S7QgBaIeQ.jpg)