ଡିଜିପି ଆଇଜିପି ସମ୍ମିଳନୀର ତୃତୀୟ ଦିନ : ପ୍ରଧାନମନ୍ତ୍ରୀଙ୍କ ନେତୃତରେ ମାରାଥନ ସୁରକ୍ଷା କସରତ ଆଇନଶୃଙ୍ଖଳା ଦିଗରେ ଫୋକସ

Advertisment

ଆଜି ଡିଜିପି-ଆଇଜିପି ସମ୍ମିଳନୀର ତୃତୀୟ ଦିନ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ମାରାଥନ ସୁରକ୍ଷା କସରତ । ପ୍ରସ୍ତୁତ ହେଉଛି ଦେଶ ସୁରକ୍ଷାର ବ୍ଲୁପ୍ରିଂଟ । ଆଭ୍ୟନ୍ତରୀଣ ସୁରକ୍ଷା, ଆଇନଶୃଂଖଳା ଦିଗରେ କରାଯାଉଛି ଆଲୋଚନା । ଅନୁପ୍ରବେଶକାରୀ, ସାଇବର ଅପରାଧ, ନିଶା କାରବାର ଉପରେ ବି ଫୋକସ ରହିଛି

ଆଜି ଡିଜିପି-ଆଇଜିପି ସମ୍ମିଳନୀର ତୃତୀୟ ଦିନ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ମାରାଥନ ସୁରକ୍ଷା କସରତ । ପ୍ରସ୍ତୁତ ହେଉଛି ଦେଶ ସୁରକ୍ଷାର ବ୍ଲୁପ୍ରିଂଟ । ଆଭ୍ୟନ୍ତରୀଣ ସୁରକ୍ଷା, ଆଇନଶୃଂଖଳା ଦିଗରେ କରାଯାଉଛି ଆଲୋଚନା । ଅନୁପ୍ରବେଶକାରୀ, ସାଇବର ଅପରାଧ, ନିଶା କାରବାର ଉପରେ ବି ଫୋକସ ରହିଛି

marathan

କନକବ୍ୟୁରୋ : ଆଜି ଡିଜିପି-ଆଇଜିପି ସମ୍ମିଳନୀର ତୃତୀୟ ଦିନ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ମାରାଥନ ସୁରକ୍ଷା କସରତ । ପ୍ରସ୍ତୁତ ହେଉଛି ଦେଶ ସୁରକ୍ଷାର ବ୍ଲୁପ୍ରିଂଟ । ଆଭ୍ୟନ୍ତରୀଣ ସୁରକ୍ଷା, ଆଇନଶୃଂଖଳା ଦିଗରେ କରାଯାଉଛି ଆଲୋଚନା । ଅନୁପ୍ରବେଶକାରୀ, ସାଇବର ଅପରାଧ, ନିଶା କାରବାର ଉପରେ ବି ଫୋକସ ରହିଛି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ସମ୍ମିଳନୀରେ ସାମିଲ ହେବା ସହ ଦେଶର ସୁରକ୍ଷାକୁ ନେଇ କଣ ରୋଡମ୍ୟାପ ପ୍ରସ୍ତୁତ ହୋଇଛି ତାହାର ସମୀକ୍ଷା କରିଛନ୍ତି ।

ସମ୍ମିଳନୀର ଦ୍ବିତୀୟ ଦିନରେ ଘଣ୍ଟା ଘଣ୍ଟା ଧରି ଜାତୀୟ ସୁରକ୍ଷାକୁ ନେଇ ହୋଇଛି ଆଲୋଚନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ମିଳନୀରେ ସାମିଲ ହେବା ସହ ଦେଶର ସୁରକ୍ଷାକୁ ନେଇ କଣ ରୋଡମ୍ୟାପ ପ୍ରସ୍ତୁତ ହୋଇଛି ତାହାର ସମୀକ୍ଷା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହା ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଏହି ସମ୍ମିଳନୀରେ ଦେଶର ସୁରକ୍ଷାକୁ ନେଇ ନୂଆ ନକ୍ସା ପ୍ରସ୍ତୁତ କରିଛନ୍ତି ।

ଜାତୀୟ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସି ମୁଖ୍ୟଙ୍କ ସହ ୱାନ୍-ଟୁ-ୱାନ ଆଲୋଚନା କରିଥିବା ସୂଚନା ମିଳିଛି। ଦ୍ବିତୀୟ ଦିନ ବୈଠକରେ ଦେଶ ସୁରକ୍ଷା ନେଇ ବ୍ଲୁପ୍ରିଂଟ ପ୍ରସ୍ତୁତ ହୋଇଛି । ଆଜି ସମ୍ମିଳନୀର ଶେଷ ଦିନରେ ପୁଣି ପ୍ରଧାନମନ୍ତ୍ରୀ ମୋଦି ଡିଜିପି ସମ୍ମିଳନୀରେ ଯୋଗଦେବେ ।  ସେପଟେ ସର୍ବ ଭାରତୀୟ ଡିଜି ଆଇଜି ସମ୍ମିଳନୀର ତୃତୀୟ ଦିନରେ ଅତିଥି ଭବନରେ ଯୋଗ କଲେ ସମସ୍ତ ଡିଜି ଓ ଆଇଜି। ସକାଳ ୬ଟା ୩୦ରୁ ୭ଟା ଯାଏ ଡିଜି ଓ ଆଇଜିମାନେ ଯୋଗ କରିଛନ୍ତି ।

ପରେ ସୁରକ୍ଷା ବଳୟ ମଧ୍ୟରେ ରାଜ୍ୟ ଅତିଥି ଭଵନରୁ ଲୋକ ସେବା ଭଵନ ସମ୍ମିଳନୀ କକ୍ଷକୁ ଯାଇଛନ୍ତି। ସକାଳ ୮ଟା ୩୦ରୁ ସର୍ବ ଭାରତୀୟ ଡିଜି ଆଇଜି ସମ୍ମିଳନୀ ଆରମ୍ଭ ହେବ। ଆଜି ହେଉଛି ଉଦଯାପନୀ ଉତ୍ସବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସମ୍ମିଳନୀରେ ସାମିଲ ହେବେ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe