ପୁନଶ୍ଚ ପୃଥିବୀ ସମ୍ମିଳନୀରେ ନବୀନ ପଟ୍ଟନାୟକ; ଜଳବାୟୁ ପରିବର୍ତ୍ତନର ପ୍ରଭାବ ସହ ପରିବେଶ ସୁରକ୍ଷା ଦିଗରେ ଦେଲେ ନିଜର ମତ

Advertisment

ପୁନଶ୍ଚ ପୃଥିବୀ ମହାସମ୍ମିଳନୀର ଦ୍ୱିତୀୟ ଦିନରେ ଚାଲିଛି ମାନସମନ୍ଥସ । ଆଜି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସାମିଲ୍ ହୋଇ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସହ ପରିବେଶ ସୁରକ୍ଷା ଦିଗରେ ନିଜର ମତ ରଖିଛନ୍ତି ।

ପୁନଶ୍ଚ ପୃଥିବୀ ମହାସମ୍ମିଳନୀର ଦ୍ୱିତୀୟ ଦିନରେ ଚାଲିଛି ମାନସମନ୍ଥସ । ଆଜି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସାମିଲ୍ ହୋଇ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସହ ପରିବେଶ ସୁରକ୍ଷା ଦିଗରେ ନିଜର ମତ ରଖିଛନ୍ତି ।

Naveen Patnaik

କନକ ବ୍ୟୁରୋ : ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ ମାନସ ମନ୍ଥନ ପାଇଁ ବୁଧବାରଠାରୁ ଆରମ୍ଭ ହୋଇଥିବା ମହାସମ୍ମିଳନୀ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି । ଗୁରୁବାର ୫ଟି ସେସନରେ ବଛାବଛା ବିଶେଷଜ୍ଞଙ୍କୁ ନେଇ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସହ ପରିବେଶ ସୁରକ୍ଷା ଦିଗରେ ଚର୍ଚ୍ଚା ଆଲୋଚନା କରାଯାଇଛି । ପରିବେଶକୁ ନେଇ ଫିଲ୍ମ ନିର୍ମାଣ ଓ ପରିବର୍ତ୍ତନ ପାଇଁ ପ୍ରେରଣାଦାୟୀ କାହାଣୀ ପ୍ରସଙ୍ଗରେ ନିଜନିଜ ମତ ରଖିଛନ୍ତି ଜଣାଶୁଣା ଡକ୍ୟୁମେଣ୍ଟାରୀ ଫିଲ୍ମ ନିର୍ମାତା ସଞ୍ଜୟ ବର୍ଣ୍ଣେଲା ଓ ଲିପିକା ସିଂ ଦରାଇ । ଏହି ଆଲୋଚନାରେ ଭାଗ ନେଇଛନ୍ତି ବିଜେପି ବିଧାୟକ ତଥା ଅଭିନେତା ଆକାଶ ଦାସ ନାୟକ

ସହରାଞ୍ଚଳରେ ବିକାଶ କିଭଳି ସବୁଜିମାର ବିରୋଧୀ ସାଜିଛି ସେନେଇ ଆଲୋକପାତ କରିଛନ୍ତି ବିଶେଷଜ୍ଞ । ତେବେ ପରିବେଶକୁ କ୍ଷତି ନପହଞ୍ଚାଇ ସମାନ୍ତରାଳ ଭାବେ ଉନ୍ନତି କାମ କେମିତି ଆଗେଇ ଚାଲିବ ସେନେଇ ଗୁରୁତ୍ୱ ଦିଆଯାଇଛି । ସେପଟେ ଜଙ୍ଗଲ ସୁରକ୍ଷା ଓ ଆଦିବାସୀଙ୍କ ଅଧିକାର ପାଇଁ ଲଢେଇ କରୁଥିବା ଗବେଷକ ସରକାରଙ୍କ ଉପରେ ବର୍ଷିଛନ୍ତି

ରତ୍ନଗର୍ଭା ଓଡ଼ିଶାରେ କିଳଭି ଖଣି ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ କରାଯାଉଛି ସେନେଇ ଉଦବେଗ ପ୍ରକାଶ ପାଇଛି । ଏ କ୍ଷେତ୍ରରେ କାମ କରୁଥିବା ବିଶେଷଜ୍ଞଙ୍କ ମତରେ ଖଣି ଅଞ୍ଚଳରେ ବ୍ୟାପକ ବନିକରଣ ପାଇଁ ନିୟମ ଥିଲେ ମଧ୍ୟ ତାହା ନାଲିଫିତା ତଳେ ରହିଯାଇଛି । ଯାହା ଖଣି ଅଞ୍ଚଳ ଲୋକଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିବା ସହ ପରିବେଶ ସନ୍ତୁଳନକୁ ବିଗାଡ଼ି ଚାଲିଛି

ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ରାଜନୈତିକ ଇଚ୍ଛାଶକ୍ତି କିଭଳି ପ୍ରମୁଖ ଭୂମିକା ନେଇଥାଏ, ସେନେଇ ଆଲୋକପାତ କରିଛନ୍ତି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆମ ପରିବେଶର ସୁରକ୍ଷାକୁ ନେଇ ଏହି ମହାସମ୍ମିଳନୀ ଶୁକ୍ରବାର ଯାଏଁ ଚାଲିବ । ଉଦଯାପନୀ ଉତ୍ସବରେ ଯୋଗଦେବେ ରାଜ୍ୟପାଳ ରଘୁବର ଦାସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe