ବିଧାନସଭା ଶୀତ ଅଧିବେଶନର ଦଶମ ଦିନ: ସୁରୁଖୁରୁରେ ଚାଲିଛି ପ୍ରଶ୍ନକାଳ

Advertisment

ଆଜିର ଦିନଟି ବେଶ୍ ଗୁରୁତ୍ୱପୂର୍ଣ୍ଣ, କାରଣ ଆଜି ଗୃହ, ଅର୍ଥ, ସ୍ୱାସ୍ଥ୍ୟ, ସାଧାରଣ ପ୍ରଶାସନ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ଭଳି ପ୍ରମୁଖ ବିଭାଗଗୁଡ଼ିକର ପ୍ରଶ୍ନକାଳ ରହିଛି । ବିରୋଧୀ ଦଳର ସଦସ୍ୟମାନେ ଆଇନଶୃଙ୍ଖଳା, ସ୍ୱାସ୍ଥ୍ୟସେବା ଏବଂ ପ୍ରଶାସନିକ ବ୍ୟବସ୍ଥାରେ ଥିବା ତ୍ରୁଟିକୁ ନେଇ ସରକାରଙ୍କୁ ଘେରିବା ପାଇଁ ପୂରା ପ୍ରସ୍ତୁତ ରହିଛନ୍ତି ।

ଆଜିର ଦିନଟି ବେଶ୍ ଗୁରୁତ୍ୱପୂର୍ଣ୍ଣ, କାରଣ ଆଜି ଗୃହ, ଅର୍ଥ, ସ୍ୱାସ୍ଥ୍ୟ, ସାଧାରଣ ପ୍ରଶାସନ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ଭଳି ପ୍ରମୁଖ ବିଭାଗଗୁଡ଼ିକର ପ୍ରଶ୍ନକାଳ ରହିଛି । ବିରୋଧୀ ଦଳର ସଦସ୍ୟମାନେ ଆଇନଶୃଙ୍ଖଳା, ସ୍ୱାସ୍ଥ୍ୟସେବା ଏବଂ ପ୍ରଶାସନିକ ବ୍ୟବସ୍ଥାରେ ଥିବା ତ୍ରୁଟିକୁ ନେଇ ସରକାରଙ୍କୁ ଘେରିବା ପାଇଁ ପୂରା ପ୍ରସ୍ତୁତ ରହିଛନ୍ତି ।

Assembly

Assembly Photograph: (kanak news)

କନକ ବ୍ୟୁରୋ :  ବିଧାନସଭାର ଚାଲିଥିବା ଶୀତ ଅଧିବେଶନ ଆଜି ଦଶମ ଦିନରେ ପହଞ୍ଚିଛି । ଗୃହ କାର୍ଯ୍ୟ ଆରମ୍ଭରୁ ଆଜିର ବାତାବରଣ ବେଶ୍ ସ୍ୱାଭାବିକ ରହିଥିବା ଦେଖିବାକୁ ମିଳିଛି । ବିଶେଷକରି ଆଜିର ପ୍ରଶ୍ନକାଳ କାର୍ଯ୍ୟକ୍ରମ କୌଣସି ବାଧାବିଘ୍ନ ନ ଥାଇ ସୁରୁଖୁରୁରେ ଚାଲିଛି । ବିଧାୟକମାନେ ରାଜ୍ୟର ବିଭିନ୍ନ ମୌଳିକ ସମସ୍ୟା ଉପରେ ପ୍ରଶ୍ନ କରୁଛନ୍ତି ଏବଂ ବିଭାଗୀୟ ମନ୍ତ୍ରୀମାନେ ଏହାର ଯଥାଯଥ ଉତ୍ତର ରଖୁଛନ୍ତି ।

ତେବେ ଆଜିର ଦିନଟି ବେଶ୍ ଗୁରୁତ୍ୱପୂର୍ଣ୍ଣ, କାରଣ ଆଜି ଗୃହ, ଅର୍ଥ, ସ୍ୱାସ୍ଥ୍ୟ, ସାଧାରଣ ପ୍ରଶାସନ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ଭଳି ପ୍ରମୁଖ ବିଭାଗଗୁଡ଼ିକର ପ୍ରଶ୍ନକାଳ ରହିଛି । ବିରୋଧୀ ଦଳର ସଦସ୍ୟମାନେ ଆଇନଶୃଙ୍ଖଳା, ସ୍ୱାସ୍ଥ୍ୟସେବା ଏବଂ ପ୍ରଶାସନିକ ବ୍ୟବସ୍ଥାରେ ଥିବା ତ୍ରୁଟିକୁ ନେଇ ସରକାରଙ୍କୁ ଘେରିବା ପାଇଁ ପୂରା ପ୍ରସ୍ତୁତ ରହିଛନ୍ତି । ଫଳରେ ଆଜି ମଧ୍ୟ ଅପରାହ୍ନ ଅଧିବେଶନ ସରଗରମ ରହିବାର ସମ୍ଭାବନା ରହିଛି । ଆଜି ଗୃହରେ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଉପରେ ମଧ୍ୟ ବିସ୍ତୃତ ଆଲୋଚନା କରାଯିବ ।

ଅଧିକ ପଢ଼ନ୍ତୁ--ଇଣ୍ଡିଗୋ ସଙ୍କଟ: ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମକୋର୍ଟ

ଆଇନ ପ୍ରଣୟନ ଦୃଷ୍ଟିରୁ ଆଜିର ଦିନର ବିଶେଷ ମହତ୍ତ୍ୱ ରହିଛି । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଆଜି ବିଧାନସଭାରେ ‘ସରକାରୀ ଜମି ବନ୍ଦୋବସ୍ତ (ସଂଶୋଧନ) ନିୟମାବଳୀ-୨୦୨୫’ ଉପସ୍ଥାପନ କରିବେ, ଯାହା ଜମିଜମା ସଂକ୍ରାନ୍ତୀୟ ନିୟମରେ ପରିବର୍ତ୍ତନ ଆଣିପାରେ । ସେହିପରି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଓଡ଼ିଶା କୃଷି ଶିଳ୍ପ ନିଗମ ଲିମିଟେଡ୍‌ର ୨୦୨୩-୨୪ ଆର୍ଥିକ ବର୍ଷର ବାର୍ଷିକ ରିପୋର୍ଟ ଗୃହରେ ଦାଖଲ କରିବେ । ମୋଟାମୋଟି ଭାବେ ଆଜିର ଅଧିବେଶନରେ ସରକାରୀ କାର୍ଯ୍ୟ ଏବଂ ବିରୋଧୀଙ୍କ ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe