କନକ ବ୍ୟୁରୋ: ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ରିଙ୍କୁ ସିଂହଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ରିଙ୍କୁଙ୍କୁ ଅଣ୍ଡରୱାର୍ଲ୍ଡରୁ ଧମକ ମିଳିଛି । ଜାତୀୟ ଗଣମାଧ୍ୟମ ରିପୋର୍ଟରେ ଅନୁସାରେ ଦାଉଦ ଗ୍ୟାଙ୍ଗର ଲୋକମାନେ ରିଙ୍କୁ ସିଂହଙ୍କୁ ଧମକ ଦେଇଛନ୍ତି ଏବଂ ତାଙ୍କଠାରୁ ୫ କୋଟି ଟଙ୍କା ଦାବି କରିଛନ୍ତି । ମୁମ୍ବାଇ ପୁଲିସ କ୍ରାଇମବ୍ରାଞ୍ଚ ନିଶ୍ଚିତ କରିଛି , ରିଙ୍କୁ ସିଂହଙ୍କ ପ୍ରମୋସନାଲ୍ ଟିମ୍ କୁ ଧମକ ପଠାଯାଇଥିଲା । 

Advertisment

ତଦନ୍ତରୁ ଜଣାପଡିଛି, ଡି-କମ୍ପାନି ଭାବରେ ଜଣାଶୁଣା ଦାଉଦ ଇବ୍ରାହିମ ଗ୍ୟାଙ୍ଗ୍ ଫେବ୍ରୁଆରି ଏବଂ ଏପ୍ରିଲ ୨୦୨୫ ମଧ୍ୟରେ ରିଙ୍କୁ ସିଂହଙ୍କ ପ୍ରମୋସନାଲ୍ ଦଳକୁ ୩ଟି ଦାବି ପଠାଇଥିଲା, ଯେଉଁଥିରେ ୫କୋଟି ଦାବି କରାଯାଇଥିଲା । ଏପରି ପରିସ୍ଥିତିରେ, ଏହି ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ ମାତ୍ର ଦୁଇ ବର୍ଷ ପୂର୍ବେ କ୍ରିକେଟ ଜଗତରେ ଚର୍ଚ୍ଚାକୁ ଆସିଥିବା ରିଙ୍କୁ ସିଂହଙ୍କର କେତେ ସମ୍ପତ୍ତି ଅଛି ଯେ ସେ ଅଣ୍ଡରୱାର୍ଲ୍ଡର ରାଡାରରେ ଆସିଯାଇଛନ୍ତି । ରିଙ୍କୁ ସିଂହଙ୍କ ପିଲାଦିନ ଅତ୍ୟନ୍ତ ଦାରିଦ୍ର୍ୟରେ ବିତିଥିଲା। ତାଙ୍କ ବାପା ଗ୍ୟାସ୍ ବିକ୍ରେତା ଭାବରେ କାମ କରୁଥିଲେ, ଘର ଘର ବୁଲି ସିଲିଣ୍ଡର ପହଞ୍ଚାଉଥିଲେ । ପୁଲିସ ଏହି ମାମଲାରେ ଜଡିତ ଦୁଇ ସନ୍ଦିଗ୍ଧ ବ୍ୟକ୍ତି, ମହମ୍ମଦ ଦିଲଶାଦ ଏବଂ ମହମ୍ମଦ ନାଭିଦଙ୍କୁ ୱେଷ୍ଟଇଣ୍ଡିଜରୁ ଗିରଫ କରିଛି । ଅଗଷ୍ଟ ୧ ତାରିଖରେ ଭାରତୀୟ କର୍ତ୍ତୃପକ୍ଷଙ୍କୁ ୨ ଜଣଙ୍କୁ ହସ୍ତାନ୍ତର କରାଯାଇଥିଲା ।