Photograph: (kanak news)
କନକ ବ୍ୟୁରୋ: ଝିଅ ଆଖିରେ ବାଟ ଚାଲୁଛନ୍ତି ବାପା । ମାଆଙ୍କ ଦେହାନ୍ତ ପରେ ଅସୁସ୍ଥ ହୋଇ ବାପାଙ୍କ ଆଖିର ଜ୍ୟୋତି ହଜିଯାଇଛି । ସେ ଦୃଷ୍ଟିଶକ୍ତ ହରାଇ ବସିଛନ୍ତି। ଝିଅ ବାହା ହୋଇ ନିଜ ଶାଶୁଘର କଥା ବୁଝିବା ସହ ବାପା କଥା ବୁଝୁଛି । ଝିଅ ଭରସାରେ ନିଜ ନିତ୍ୟକର୍ମ କରିବା ସହ ୫ କିଲୋମିଟର ଦୂର ପଞ୍ଚାୟତ ଅଫିସର ରାସନ ଚାଉଳ ଓ ଭତା ଟଙ୍କା ଆଣିବା ତାଙ୍କ ପାଇଁ କଷ୍ଟକର ହୋଇପଡ଼ିଛି ।
ରାସନ ପାଇଁ ପ୍ରତି ମାସରେ ୫ କି.ମି ଦୂର ପଞ୍ଚାୟତ କାର୍ୟ୍ୟାଳୟକୁ ଯିବାକୁ ପଡୁଛି । କାରଣ ମାସିକ ଚାଉଳ ପାଇଁ ଆଙ୍ଗୁଠି ଛାପ ବାଧ୍ୟତାମୂଳକ । ଚାଉଳ ନଆଣିଲେ ରାସନକାର୍ଡରୁ ନାଁ କଟିଯିବ । ସେହି ଭୟରେ ବାଧ୍ୟ ହୋଇ ଅଣ୍ଡାଳି ଅଣ୍ଡାଳି ପଞ୍ଚାୟତ କାର୍ୟ୍ୟାଳୟକୁ ଯାଇଥାନ୍ତି ଦଶମନ୍ତପୁର ବ୍ଲକ ସଦର ପଞ୍ଚାୟତ ପରଜା ବାରିକଣ୍ଟାର ଲବ ମୁଦୁଲି ।
ସ୍ତ୍ରୀ ଓ ଝିଅଙ୍କୁ ନେଇ ଲବଙ୍କ ସଂସାର। ସ୍ତ୍ରୀ ଅଧାରାସ୍ତାରେ ଛାଡ଼ି ଚାଲିଗଲେ। ଝିଅ ବାହା ହୋଇଯାଇଛି। ଆଉ ଏହାପରେ ଜୀବନ ଭିନ୍ନ ଏକ ମୋଡ଼ ନେଇଛି। ଅସୁସ୍ଥ ହୋଇ ଦୃଷ୍ଟି ଶକ୍ତି ହରାଇଛନ୍ତି ଲବ। ପାଦେ ଚାଲିବା ପାଇଁ ଝିଅ ଓ ନାତୀର ସାହାରା ଲୋଡୁଛନ୍ତି। ଏସବୁ ଭିତରେ ରାସନ ଚାଉଳ ଓ ମାସିକ ଭତ୍ତା ଟଙ୍କା ପାଇଁ ପଞ୍ଚାୟତ କାର୍ୟ୍ୟାଳୟ ଏବଂ ବ୍ୟାଙ୍କକୁ ଯିବା ତାଙ୍କ ପାଇଁ କଷ୍ଟକର ହୋଇପଡ଼ିଛି। ଏହିପରି ଅସହାୟ ବ୍ୟକ୍ତିଙ୍କ ପାଇଁ ସରକାରୀ ପ୍ରକ୍ରିୟା ଖୁବ୍ ଜଟିଳ ହୋଇଛି। ତେଣୁ ଘରକୁ ଯାଇ ସରକାରୀ ସୁବିଧା ଯୋଗାଇ ଦେବାକୁ ଦାବି ହୋଇଛି।
Follow Us