କନକ ବ୍ୟୁରୋ : ଶ୍ବଶୁରଙ୍କୁ ବଞ୍ଚାଇବାକୁ ଯାଇ ବୋହୂର ମୃତ୍ୟୁ । ଗୁରୁତର ଅବସ୍ଥାରେ ଶଶୁର ଓ ଶାଶୂ ମେଡିକାଲରେ ଭର୍ତ୍ତି । ଗଞ୍ଜାମ ପୋଲସରା ଥାନା ମାଳତେନ୍ତୁଳିଆ ନୁଆଁସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁସାରେ ବୋହୂ ନମିତା ଘର ବାରଣ୍ଡାରେ କାମ କରିବା ସମୟରେ ପ୍ରଥମେ ଶଶୂର ବିଦ୍ୟୁତ୍ ଆଘାତର ଶିକାର ହୋଇଥିଲେ । ବୋହୂ ଓ ଶାଶୂ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରି ସେମାନେ ମଧ୍ୟ ଆହତ ହୋଇଥିଲେ । ତେବେ ମେଡିକାଲରେ ବୋହୂର ମୃତ୍ୟୁ ଘଟିଛି । ଗତକାଲି ଠାରୁ ଗାଁରେ ବିଦ୍ୟୁତ୍ କଟିଥିଲା । ନମିତାଙ୍କ ଘରର ବିଦ୍ୟୁତ ତାର ଛିଣ୍ଡି ଗ୍ରିଲରେ ଲାଗିଥିବା ବେଳେ ଆଜି ମଧ୍ୟାହ୍ନରେ ବିଦ୍ୟୁତ୍ ଆସିବା ପରେ ଏଭଳି ଅଘଟଣ ଘଟିଛି ।
ଶ୍ବଶୁରଙ୍କୁ ବଞ୍ଚାଇବାକୁ ଯାଇ ବୋହୂର ମୃତ୍ୟୁ ; ଶାଶୂ , ଶ୍ବଶୁରଙ୍କ ଅବସ୍ଥା ସଙ୍କଟାପନ୍ନ
ବୋହୂ ନମିତା ଘର ବାରଣ୍ଡାରେ କାମ କରିବା ସମୟରେ ଶ୍ବଶୂର ବିଦ୍ୟୁତ୍ ଆଘାତର ଶିକାର ହୋଇଥିଲେ । ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରି ସେମାନେ ଆହତ ହେବା ପରେ ମେଡିକାଲରେ ତାଙ୍କର ମୃତ୍ୟୁ ଘଟିଛି ।
/kanak/media/media_files/2025/06/10/GRurNuYYPxiUmS4G5f9f.jpg)