କନକ ବ୍ୟୁରୋ : କୁନି କୁନି ପାଦରେ ବାପା ପାଖକୁ ଦୌଡ଼ି ଆସିଲା କୁନି ଝିଅଟି , ଚକୋଲେଟ୍‌ ଖାଇବାକୁ ମାଗିଲା ପଇସା । ବୟସ ମାତ୍ର ୪ ବର୍ଷ , ଦୁନିଆ କଣ ସେ ବୁଝେନା । ଗୁଲୁ ଗୁଲୁ ହୋଇ କଥା କୁହୁଥିବା କୁନି ଛୁଆଟି ଜାଣିନି ତା ବାପା ଯେ ମଦ ପିଇ ନିଶାରେ ଚୂର । ନିଶାଶକ୍ତ ସେ ପିଶାଚ ବାପାର ହୃଦୟରେ ମଧ୍ୟ ନଥିଲା ନିଜ କୁନି ଛୁଆ ପ୍ରତି ସ୍ନେହ ମମତା । ଝିଅ ଜିଦି କରିବାରୁ ତଣ୍ଟି ଚିପି କଲା ହତ୍ୟା । 

Advertisment

ସୂଚନା ଅନୁସାରେ , ମହାରାଷ୍ଟ୍ରର ଲାତୁର ଜିଲ୍ଲାରେ ବାଲାଜୀ ରାଠୋର ନାମକ ଜଣେ ବ୍ୟକ୍ତି ପ୍ରତି ଦିନ ମଦ ପାନ କରନ୍ତି । ରାତି ଦିନ ସବୁବେଳେ ନିଶାସକ୍ତ ଅବସ୍ଥାରେ ଘରକୁ ଫେରନ୍ତି । ଏହି କାରଣରୁ ଅଧିକାଂଶ ସମୟ ତାଙ୍କ ପରିବାରେ ଝଗଡ଼ା ମଧ୍ୟ ଲାଗି ରହୁଥିଲା । ସେଥିପାଇଁ ବାଲାଜୀଙ୍କ ପତ୍ନୀ ତାଙ୍କୁ ଛାଡ଼ି ବାପ ଘରକୁ ପଳାଇଥିଲେ । ତାଙ୍କର ୪ ବର୍ଷର କୁନି ଝିଅ ଚକୋଲେଟ୍‌ ଖାଇବା ପାଇଁ ପଇସା ମାଗିବାରୁ ନିଶାସକ୍ତ ବାପା ଉତ୍ୟକ୍ତ ହୋଇ ଶାଢ଼ିରେ ତାଙ୍କ ତଣ୍ଟିଚିପି ହତ୍ୟା କରିଛି । ବାଲାଜୀଙ୍କ ପତ୍ନୀ ବର୍ଷା ତାଙ୍କ ସ୍ୱାମୀଙ୍କ ପାଇଁ ମୃତ୍ୟୁଦଣ୍ଡ ଦାବି କରିଛନ୍ତି । ତାଙ୍କ ସ୍ତ୍ରୀଙ୍କ ଅଭିଯୋଗ ଉପରେ ପୁଲିସ ଏକ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଛି । ମାମଲାର ତଦନ୍ତ ଜାରି ରହିଛି ।