ବିହାର ନିର୍ବାଚନ : ଆଜି ହେବ ତାରିଖ ଘୋଷଣା

Advertisment

ବିହାର ନିର୍ବାଚନ ପାଇଁ ଘୋଷଣା ହେବ ତାରିଖ , ଅପରାହ୍ଣ ୪ଟାରେ ଭାରତୀୟ ନିର୍ବାଚନ କମିସନଙ୍କ ପ୍ରେସମିଟ୍‌ । ସମସ୍ତ ୨୪୩ ଆସନ ପାଇଁ ଘୋଷଣା ହେବ ତାରିଖ ।

ବିହାର ନିର୍ବାଚନ ପାଇଁ ଘୋଷଣା ହେବ ତାରିଖ , ଅପରାହ୍ଣ ୪ଟାରେ ଭାରତୀୟ ନିର୍ବାଚନ କମିସନଙ୍କ ପ୍ରେସମିଟ୍‌ । ସମସ୍ତ ୨୪୩ ଆସନ ପାଇଁ ଘୋଷଣା ହେବ ତାରିଖ ।

14

କନକ ବ୍ୟୁରୋ : ଆଜି ବିହାର ନିର୍ବାଚନ ପାଇଁ ଘୋଷଣା ହେବ ତାରିଖ । ଅପରାହ୍ଣ ୪ଟାରେ ଭାରତୀୟ ନିର୍ବାଚନ କମିସନଙ୍କ ପ୍ରେସମିଟ୍‌ । ସମସ୍ତ ୨୪୩ ଆସନ ପାଇଁ ଘୋଷଣା ହେବ ତାରିଖ । ଛଟ୍‌ ପୂଜା ପରେ ନିର୍ବାଚନ ପାଇଁ ଅପିଲ୍‌ କରିଥିଲେ ବିଭିନ୍ନ ଦଳ । ତାରିଖ ଘୋଷଣା ସହିତ ଲାଗୁ ହେବ ଆଦର୍ଶ ଆଚରଣ ବିଧି । ପୂର୍ବରୁ ବିହାରରେ କର୍ମଚାରୀ ନିଯୁକ୍ତି ଓ ବଦଳି ଆଦି କାମ ଶେଷ କରିବା ପାଇଁ  ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ବାଚନ କମିସନ ଚିଠି ଲେଖିଥିଲେ । ବିହାରରେ ୨୪୩ ବିଧାନସଭା ଆସନ ପାଇଁ  ଏଥର ମୁଖ୍ୟତଃ ଏନଡିଏ ଏବଂ ମହାଗଠନ୍ଧନ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବା ସ୍ପଷ୍ଟ ହୋଇଯାଇଛି । ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ପାର୍ଟି ମଧ୍ୟ ନିର୍ବାଚନ ଲଢ଼ିବ । ବିହାରରେ ନଭେମ୍ୱର ୨୨ ତାରିଖରେ ଚଳିତ ବିଧାନସଭାର କାର୍ଯ୍ୟକାଳ ସରୁଛି । ଏହା ପୂର୍ବରୁ ସମ୍ପୂର୍ଣ୍ଣ ନିର୍ବାଚନ ପ୍ରକ୍ରିୟା ଶେଷ ହେବ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe