କନକ ବ୍ୟୁରୋ : ଆଜି ବିହାର ନିର୍ବାଚନ ପାଇଁ ଘୋଷଣା ହେବ ତାରିଖ । ଅପରାହ୍ଣ ୪ଟାରେ ଭାରତୀୟ ନିର୍ବାଚନ କମିସନଙ୍କ ପ୍ରେସମିଟ୍‌ । ସମସ୍ତ ୨୪୩ ଆସନ ପାଇଁ ଘୋଷଣା ହେବ ତାରିଖ । ଛଟ୍‌ ପୂଜା ପରେ ନିର୍ବାଚନ ପାଇଁ ଅପିଲ୍‌ କରିଥିଲେ ବିଭିନ୍ନ ଦଳ । ତାରିଖ ଘୋଷଣା ସହିତ ଲାଗୁ ହେବ ଆଦର୍ଶ ଆଚରଣ ବିଧି । ପୂର୍ବରୁ ବିହାରରେ କର୍ମଚାରୀ ନିଯୁକ୍ତି ଓ ବଦଳି ଆଦି କାମ ଶେଷ କରିବା ପାଇଁ  ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ବାଚନ କମିସନ ଚିଠି ଲେଖିଥିଲେ । ବିହାରରେ ୨୪୩ ବିଧାନସଭା ଆସନ ପାଇଁ  ଏଥର ମୁଖ୍ୟତଃ ଏନଡିଏ ଏବଂ ମହାଗଠନ୍ଧନ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବା ସ୍ପଷ୍ଟ ହୋଇଯାଇଛି । ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ପାର୍ଟି ମଧ୍ୟ ନିର୍ବାଚନ ଲଢ଼ିବ । ବିହାରରେ ନଭେମ୍ୱର ୨୨ ତାରିଖରେ ଚଳିତ ବିଧାନସଭାର କାର୍ଯ୍ୟକାଳ ସରୁଛି । ଏହା ପୂର୍ବରୁ ସମ୍ପୂର୍ଣ୍ଣ ନିର୍ବାଚନ ପ୍ରକ୍ରିୟା ଶେଷ ହେବ ।  

Advertisment