OTET  ପରୀକ୍ଷା ତାରିଖ ଘୋଷଣା ; ୨ଟି ସିଟିଂରେ ହେବ ପରୀକ୍ଷା

ସେପ୍ଟେମ୍ବର ୨୭ରେ OTET ପରୀକ୍ଷା । ୨ଟି ସିଟିଂରେ ହେବ ପରୀକ୍ଷା । ପେପର୍-୧- ସକାଳ ୯ଟାରୁ ୧୧ଟା ୩୦ ଯାଏଁ, ପେପର୍ -୨ଦିନ ୨ଟାରୁ ଅପରାହ୍ନ ୪ଟା ଯାଏଁ ହେବ  । ବୋର୍ଡ ପକ୍ଷରୁ ସୂଚନା ।

32

କନକ ବ୍ୟୁରୋ: ସେପ୍ଟେମ୍ବର ୨୭ରେ OTET ପରୀକ୍ଷା । ୨ଟି ସିଟିଂରେ ହେବ ପରୀକ୍ଷା । ପେପର୍-୧- ସକାଳ ୯ଟାରୁ ୧୧ଟା ୩୦ ଯାଏଁ, ପେପର୍ -୨ଦିନ ୨ଟାରୁ ଅପରାହ୍ନ ୪ଟା ଯାଏଁ ହେବ  । ଏନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ରର ଲିକ୍ କରିବାକୁ ହୋଇଥିଲା ବଡ଼ ଧରଣର ମୂଲଚାଲ । ଏହି ମାମଲାରେ ଗିରଫ ହୋଇ ଜେଲ ଯାଇଥିଲେ  ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ନିହାର ମହାନ୍ତି । ମେଡିକାଲ ଟେଷ୍ଟ ପରେ, ରବିବାର ଛୁଟିଦିନରେ ବୋର୍ଡ ଉପସଭାପତିଙ୍କୁ ମାଜିଷ୍ଟ୍ରେଟଙ୍କ ଘରେ ହାଜର କରାଯାଇଥିଲା । ଏହାପରେ ତାଙ୍କୁ ଜେଲ୍ ପଠାଯାଇଛି । OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ତାଙ୍କ ଉପରେ ଯେଉଁ ସନ୍ଦେହ ଥିଲା ତାହା ପ୍ରମାଣିତ ହେବା ପରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା  । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe