କନକ ବ୍ୟୁରୋ: ସେପ୍ଟେମ୍ବର ୨୭ରେ OTET ପରୀକ୍ଷା । ୨ଟି ସିଟିଂରେ ହେବ ପରୀକ୍ଷା । ପେପର୍-୧- ସକାଳ ୯ଟାରୁ ୧୧ଟା ୩୦ ଯାଏଁ, ପେପର୍ -୨ଦିନ ୨ଟାରୁ ଅପରାହ୍ନ ୪ଟା ଯାଏଁ ହେବ । ଏନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।
ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ରର ଲିକ୍ କରିବାକୁ ହୋଇଥିଲା ବଡ଼ ଧରଣର ମୂଲଚାଲ । ଏହି ମାମଲାରେ ଗିରଫ ହୋଇ ଜେଲ ଯାଇଥିଲେ ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ନିହାର ମହାନ୍ତି । ମେଡିକାଲ ଟେଷ୍ଟ ପରେ, ରବିବାର ଛୁଟିଦିନରେ ବୋର୍ଡ ଉପସଭାପତିଙ୍କୁ ମାଜିଷ୍ଟ୍ରେଟଙ୍କ ଘରେ ହାଜର କରାଯାଇଥିଲା । ଏହାପରେ ତାଙ୍କୁ ଜେଲ୍ ପଠାଯାଇଛି । OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ତାଙ୍କ ଉପରେ ଯେଉଁ ସନ୍ଦେହ ଥିଲା ତାହା ପ୍ରମାଣିତ ହେବା ପରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା ।