ହଜିବାକୁ ବସିଛି ପାଲା ପରମ୍ପରା ; ଦିଗ ହରାଇଲାଣି ଦାସକାଠିଆ

Advertisment

ଯଦି ଦଶନ୍ଧି ପଛକୁ ଚାଲିଯିବେ ସେତେବେଳେ ମନୋରଞ୍ଜନର ମାଧ୍ୟମ ସାଜିଥିଲା ପାଲା,ଦାସକାଠିଆ, ଘୁଡ଼ୁକି ନାଚ ପରି ଲୋକକଳା । ଯାହା ବର୍ତ୍ତମାନ ଧିରେ ଧିରେ ହଜିବାକୁ ବସିଲାଣି ।

ଯଦି ଦଶନ୍ଧି ପଛକୁ ଚାଲିଯିବେ ସେତେବେଳେ ମନୋରଞ୍ଜନର ମାଧ୍ୟମ ସାଜିଥିଲା ପାଲା,ଦାସକାଠିଆ, ଘୁଡ଼ୁକି ନାଚ ପରି ଲୋକକଳା । ଯାହା ବର୍ତ୍ତମାନ ଧିରେ ଧିରେ ହଜିବାକୁ ବସିଲାଣି ।

Dasakathia

Dasakathia Photograph: (kanak news)

କନକ ବ୍ୟୁରୋ : ଆଜିର ସମୟରେ ମନୋରଞ୍ଜନ ପାଇଁ ଲୋକ ପ୍ରେକ୍ଷାଳୟରୁ ଆରମ୍ଭ କରି ପବ୍ , କ୍ଲବ୍ , କାଫେ ଏମିତି କେତେ କ’ଣ ସାଧନକୁ ଆପଣାଉଛନ୍ତି । ଗ୍ରାମାଞ୍ଚଳକୁ ଯଦି ଚାଲିଯିବା ତା’ହେଲେ ଯାତ୍ରା,ଅପେରା ନହେଲେ କେଉଁ ପଡ଼ିଆରେ ମେଳା, ମୀନାବଜାର , କ୍ରୀଡ଼ା ଟୁର୍ଣ୍ଣାମେଣ୍ଟ୍ ଇତ୍ୟାଦି ସାଜିଛି ମନୋରଞ୍ଜନର ମାଧ୍ୟମ । କିନ୍ତୁ ଯଦି ଦଶନ୍ଧି ପଛକୁ ଚାଲିଯିବେ ସେତେବେଳେ ମନୋରଞ୍ଜନର ମାଧ୍ୟମ ସାଜିଥିଲା ପାଲା,ଦାସକାଠିଆ, ଘୁଡ଼ୁକି ନାଚ ପରି ଲୋକକଳା । ଯାହା ବର୍ତ୍ତମାନ ଧିରେ ଧିରେ ହଜିବାକୁ ବସିଲାଣି । ଏହି ହଜିଯାଉଥିବା ଲୋକକଳାକୁ ପୁନଃ ଫେରାଇ ଆଣିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି । ତଥାପି ସମାଜରେ ଅନେକ ବରିଷ୍ଠ କଳାକାର ବାସ୍ତବରେ ଏହି ଯୋଜନାଠାରୁ ବହୁ ଦୂରରେ ରହିଛନ୍ତି । ଯାହା ଫଳରେ ବର୍ଷ ବର୍ଷ ଧରି ପିଢ଼ି ପରେ ପିଢ଼ି ଦାସକାଠିଆ କଳାକୁ ନେଇ ଜୀବିକା ଅର୍ଜନ କରୁଥିବା ଅନେକ କଳାକାର ଅବହେଳିତ ଭାବରେ ରହିଯାଉଛନ୍ତି । 

ଓଡ଼ିଶାର ଅନ୍ୟତମ ପ୍ରମୁଖ ଲୋକକଳା ହେଉଛି ଦାସକାଠିଆ । ପୌରାଣିକ ଓ ଐତିହାସିକ କଥାବସ୍ତୁ ଉପରେ ପରିବେଶିତ ଦାସକାଠିଆ ଆମ କଳା , ସଂସ୍କୃତି ଓ ପରମ୍ପରାର ଏକ ପ୍ରତିକ । କିନ୍ତୁ ଦୁର୍ଭାଗ୍ୟବଶତଃ ଆଉ କିଛି ବର୍ଷ ଗଲେ ଏହି ଲୋକକଳା କେବଳ ବହିରେ ପଢ଼ିବାକୁ ମିଳିବ ନଚେତ୍ ଇତିହାସ ପୃଷ୍ଠାରେ ଦେଖିବାକୁ ମିଳିବ । କେବେ କେବେ ଆକାଶବାଣୀରେ ଶୁଣିବାକୁ ମିଳୁଥିବା ଏହି ଲୋକକଳା ବାସ୍ତବରେ ବିରଳ ହୋଇଗଲାଣି । ଆଧୁନିକ ସମାଜରେ ଏବେ ବାଦ୍ୟଯନ୍ତ୍ର ଭାବେ କେବଳ ଶୁଭୁଛି ଡିଜେ,ଡିଜେ ଆଉ ଡିଜେ । ନା’ ଗାଁ ଦାଣ୍ଡରେ ଶୁଭୁଛି ବାଦିପାଲା ଆଉ ନା’ ଶୁଭୁଛି ରଜାନାଟର ଗୀତ । ଦିନକୁ ଦିନ ଏହି କଳା ଏବଂ କଳାକାରଙ୍କ ସଂଖ୍ୟା କମୁଥିବା ବେଳେ ଆଉ ଯେତିକି ଲୋକକଳାର ପୋଷାକ ଘୋଡ଼ାଇ ବସିଛି ତାହା ଆଧୁନିକତାର ସ୍ପର୍ଶ ପାଇ ଧୂସର ଦେଖାଗଲାଣି । 

ଲୋକକଳାର ଏନ୍ତୁଡ଼ିଶାଳ ବୋଲାଉଥିବା ଗଞ୍ଜାମର ଏହି କଳା ଏବେ ଲୋକଙ୍କୁ ଆକୃଷ୍ଟ କରିପାରୁନି । କାଁ ଭାଁ କେଉଁଠି ଯଦି ପାଲା , ଦାସକାଠିଆ ଆୟୋଜନ ହେଉଛି ଦେଖିବାକୁ ଦର୍ଶକ ଆସୁନାହାନ୍ତି । ଏପଟେ ଦରଦାମ ବୃଦ୍ଧି ଯୋଗୁଁ କଳା ପ୍ରଦର୍ଶନ କରି ପରିବାର ଚଳାଇବା ସମ୍ଭବ ହୋଇପାରୁନି ଯାହାଦ୍ବାରା ଲୋକକଳାକୁ ଆଗକୁ ବଢ଼ାଇବା ପାଇଁ କଳାକାର ମଧ୍ୟ ମିଳୁନାହାନ୍ତି । ଯଦି ସରକାର ଏ ଦିଗରେ ଦୃଷ୍ଟି ଦେଇ ଆବଶ୍ୟକ ସହଯୋଗ ଓ ସହାୟତା ଯୋଗାଇ ଦିଅନ୍ତେ ତେବେ ଏହାର ପ୍ରସାର ହୋଇପାରନ୍ତା ବୋଲି କୁହନ୍ତି କଳାକାର । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe