ସୀମା ଟପିଗଲେ ସେବାୟତ ରାମକୃଷ୍ଣ ଦାସ ମହାପାତ୍ର : ମହାପ୍ରଭୁଙ୍କ ବଳକା ଦାରୁ କାଠକୁ ବଙ୍ଗକୁ ଦେଇଦେଲେ

ସୀମା ଟପିଗଲେ ସେବାୟତ ରାମକୃଷ୍ଣ ଦାସ ମହାପାତ୍ର ।  ପୁରୀରୁ ବଳକା ଦାରୁ ନେଇ ଦୀଘା ମନ୍ଦିରରେ ପ୍ରତିଷ୍ଠା କଲେ ଜଗନ୍ନାଥଙ୍କ ପ୍ରତିମା । ଖବର ପରେ ରାଜ୍ୟ ସରକାରଙ୍କ କଡା ଆଭିମୁଖ୍ୟ ।  ତଦନ୍ତ ପାଇଁ ଶ୍ରୀମନ୍ଦିରକୁ ନିର୍ଦ୍ଦେଶ । ଦୋଷୀ ସାବ୍ୟସ୍ତ ହେଲେ କରାଯିବ ଦଣ୍ଡବିଧାନ ।

Daru wood Dispute

Daru wood Dispute Photograph: (KanakNews)

କନକ ବ୍ୟୁରୋ: ଦୀଘା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଦିବସ ପୂର୍ବରୁ ଇଏ ଥିଲା ବରିଷ୍ଠ ଦଇତାପତି ସେବାୟତ ରାମକୃଷ୍ଣ ଦାସମହାପାତ୍ରଙ୍କ ବୟାନ । ପୁରୀ ନବକଳେବର ସମୟରେ ବଳକା ଥିବା ଦାରୁରୁ ଜଗନ୍ନାଥ ମୂର୍ତ୍ତି ନିର୍ମାଣ କରି ଦୀଘାରେ ପ୍ରତିଷ୍ଠା କରାଯାଇଥିଲା । ଯାହା ପୂରା ରାଜ୍ୟରେ ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଶକ୍ତ ଆଘାତ ଦେଇଛି । 

ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ :
ମହାପ୍ରଭୁଙ୍କ ଦାରୁ ନେଇଯିବା ଘଟଣା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭାବାଭେଗକୁ ଆଘାତ ପହଞ୍ଚାଇବା ପରେ ଏହାକୁ ଗମ୍ଭୀରତାର ସହ ନେଇଛନ୍ତି ରାଜ୍ୟ ସରକାର । ଏତେ ବଡ ଘଟଣା କେମିତି ଘଟିଲା, ତାର ତଦନ୍ତ କରି ସତ୍ୟାସତ୍ୟ ସାମନାକୁ ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି ଆଇନମନ୍ତ୍ରୀ । ଦୀଘାରେ ନିର୍ମାଣ ହୋଇଥିବା ମନ୍ଦିରର ନାମ ଜଗନ୍ନାଥ ଧାମ ଲେଖାଯିବା ଓ ଏଠାରୁ ସେବାୟତମାନେ ମନ୍ଦିର ପ୍ରତିଷ୍ଠାରେ ଯୋଗଦେବା, ଦାରୁରେ ପ୍ରତିମା ନିର୍ମାଣ କରିବା, ଭଳି କାର୍ଯ୍ୟ ସମ୍ପୂର୍ଣ୍ଣ ଅଗ୍ରହଣୀୟ ଏବଂ ଜଗନ୍ନାଥପ୍ରେମୀଙ୍କୁ ଆଘାତ ଦେଇଛି ବୋଲି ଉଲେଖ କରିଛନ୍ତି ମନ୍ତ୍ରୀ । ଏଥିସହ ସମ୍ପୂର୍ଣ୍ଣ ଘଟଣା ଉପରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ତଦନ୍ତ କରି ସତ୍ୟାସତ୍ୟ ଜନମାନସକୁ ଆଣିବାର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏବଂ ଯିଏ ଦୋଷୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି । ଅନ୍ୟପଟେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ଏ ବାବଦରେ ଅବଗତ ଅଛନ୍ତି । ଅପେକ୍ଷା କରନ୍ତୁ, ନିଶ୍ଚିତ ପଦକ୍ଷେପ ନିଆଯିବ। ବିବାଦ ବଢ଼ିବା ପରେ ପଲଟିଛନ୍ତି ରାମକୃଷ୍ଣ । 

ସେବାୟତଙ୍କ ଏଭଳି କାର୍ଯ୍ୟ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।  
କାହା ଅନୁମତିରେ ଜଗନ୍ନାଥ ମନ୍ଦିରରୁ ଦାରୁ ନେଇଥିଲେ ଦଇତାପତି ସେବାୟତ?
ଦାରୁ ନେବା ସମ୍ପର୍କରେ ପରିଚାଳନା କମିଟି ଅବଗତ ଅଛି ତ?
ପ୍ରଶାସନର ବିନା ଅନୁମତିରେ କେମିତି ମନ୍ଦିର ବାହାରକୁ ଚାଲିଗଲା ଦାରୁ?
ଶ୍ରୀମନ୍ଦିର ପ୍ରଶାସନ କେବେ ସାମ୍ନାକୁ ଆଣିବ ସତ? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe