କନକ ବ୍ୟୁରୋ : ଆଡ଼ପ ମଣ୍ଡପରେ ହେବ ଶ୍ରୀଜିଉଙ୍କ ବନକ ଲାଗି ନୀତି । ଏହି ନୀତି ପାଇଁ ୫ ଘଣ୍ଟା ଦର୍ଶନ ବନ୍ଦ ରହିବ । ଆଜି ରାତି ୯ଟାରୁ ରାତି ୨ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ।
ରତ୍ନବେଦି ଛାଡ଼ି ଜନ୍ମବେଦିରେ ଅବତୀର୍ଣ୍ଣ ହୋଇଛନ୍ତି ଚତୁର୍ଦ୍ଧା ବିଗ୍ରହ । ଭକ୍ତଙ୍କ ମେଳରେ ଦୁଇଦିନ ଲୀଳାଖେଳା କରିବା ପରେ ଭାଇ ଭଉଣୀଙ୍କ ସହ ଆଡ଼ପମଣ୍ଡପରେ ବିଜେ କରିଛନ୍ତି । ସେପଟେ ଆଜିଠୁ ଭକ୍ତଙ୍କୁ ଆଡ଼ପ ଦର୍ଶନର ସୁଯୋଗ ମିଳିବ । ଆଜିଠୁ ୬ ଦିନ ଧରି ଶ୍ରୀଗୁଣ୍ଡିଚା ମନ୍ଦିରରେ ମିଳିବ ଆଡ଼ପ ଅବଢ଼ା । ଆସନ୍ତା ନବମୀ ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନଙ୍କୁ ଆଡ଼ପ ମଣ୍ଡପରୁ ଦର୍ଶନ ଦେବେ ଏବଂ ଆଡ଼ପ ଅବଢ଼ା ବାହାରିବ । ଆଡ଼ପ ମଣ୍ଡପ ବିଜେ ଦେଖିବାକୁ ଶରଧାବାଲିରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଲାଗିରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/06/30/35-2025-06-30-11-33-06.jpg)