କନକ ବ୍ୟୁରୋ: ରତ୍ନଭଣ୍ଡାର ସ୍ଥାନାନ୍ତର ପାଇଁ ଶ୍ରୀମନ୍ଦିରରେ ଆସନ୍ତାକାଲି ଦିନ ୧୦ଟାରୁ ବନ୍ଦ ରହିବ ସାଧାରଣ ଦର୍ଶନ । ଏହା ପୂର୍ବରୁ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଜିଲ୍ଲାପାଳ, ଏସ୍ପି, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଉପସ୍ଥିତ ଅଛନ୍ତି । ଅଳଙ୍କାର ସ୍ଥାନାନ୍ତର ପାଇଁ କଣ ସଵୁ ବ୍ୟବସ୍ଥା ହେବ ସେନେଇ ବୈଠକରେ ଆଲୋଚନା ଚାଲିଛି । ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ଅଳଙ୍କାର ସ୍ଥାନାନ୍ତର ହେବ । ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାପରେ ଆସନ୍ତାକାଲି ଅସ୍ଥାୟୀ ରତ୍ନଭଣ୍ଡାରରେ ରଖାଯାଇଥିବା ଶ୍ରୀଜୀଉଙ୍କର ଅଳଙ୍କାର ସ୍ଥାୟୀ ରତ୍ନଭଣ୍ଡାରକୁ ନିଆଯିବ । ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ, ସ୍ଥାନାନ୍ତର କରାଯିବ । ଏଥିପାଇଁ ମଙ୍ଗଳବାର ଦିନ ସକାଳ ୧୦ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ହେବା ସହ ଶ୍ରୀମନ୍ଦିର ନାଟମଣ୍ଡପ ଏବଂ ଜଗମୋହନ ଶୋଧ କରାଯିବ । ରତ୍ନଭଣ୍ଡାର ସ୍ଥାନାନ୍ତର କାର୍ଯ୍ୟ ସମାପନ ପରେ ପ୍ରବେଶ କଟକଣା ପ୍ରତ୍ୟାହାର ତଥା ଦର୍ଶନ ସ୍ୱାଭାବିକ ହେବ । ଶ୍ରୀମନ୍ଦିର ମୁଖ୍ୟ ଦେଉଳ ତଥା ଝୁଲଣ ମଣ୍ଡପ ପରିସରକୁ ଭକ୍ତଙ୍କ ପ୍ରବେଶ ବାରଣ ରହିବ । ତେବେ ମହାପ୍ରସାଦ ପାଇବାକୁ ଇଚ୍ଛୁକ ଭକ୍ତମାନେ ଆନନ୍ଦ ବଜାରକୁ ଯାଇ ମହାପ୍ରସାଦ ନେଇ ପାରିବେ ।
କାଲି ସ୍ଥାନାନ୍ତର ହେବ ରତ୍ନଭଣ୍ଡାର, ବସିଲା ଗୁରୁତ୍ୱପୂର୍ଣ୍ଣ ବୈଠକ
କାଲି ହେବ ରତ୍ନଭଣ୍ଡାର ସ୍ଥାନାନ୍ତର । ଆସନ୍ତାକାଲି ଦିନ ୧୦ଟାରୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ । ହେଲେ ଆନନ୍ଦ ବଜାରରେ ମିଳିବ ମହାପ୍ରସାଦ । ଶୃଙ୍ଖଳାର ସହିତ ଅଳଙ୍କାର ସ୍ଥାନାନ୍ତର ନେଇ ବୈଠକରେ ଆଲୋଚନା ।
/kanak/media/media_files/2025/09/22/relocation-a-2025-09-22-13-28-03.jpg)