କନକ ବ୍ୟୁରୋ : ମାଡ଼ି ଆସୁଛି ଦାନା । ଏହାର ପ୍ରଭାବରେ ଚାରିଆଡ଼ ଅନ୍ଧାର ହୋଇପଡ଼ିଛି । ବାତ୍ୟାର ପ୍ରଭାବରେ ଭୁବନେଶ୍ୱର, ପୁରୀ, କଟକରେ ସଂଧ୍ୟା ୫ଟା ରେ ଘୋଟି ଆସିଲା ଅନ୍ଧାର । କଳାହାଣ୍ତିଆ ମେଘ ଘୋଟି ଆସିବାରୁ ଅପରାହ୍ଣ ୫ଟାରୁ ସଂଧ୍ୟା ହୋଇଗଲା । ଚାରିଆଡ଼େ ତୁହାକୁ ତୁହା ବର୍ଷା ଲାଗି ରହିଛି ।
ଘଣ୍ଟାପ୍ରତି ୧୦ କିମି ବେଗରେ ଉପକୂଳକୁ ଆସୁଛି ବାତ୍ୟା । ଗତ ୬ ଘଣ୍ଟା ହେଲା ଘଣ୍ଟାପ୍ରତି ୧୦ କିମି ବେଗରେ ଆସୁଛି । ବାତ୍ୟା ବର୍ତ୍ତମାନ ପାରାଦୀପଠାରୁ ୧୫୦ କିମି ଦୂରରେ ରହିଛି, ଧାମରାଠାରୁ ୧୮୦ କିମି, ସାଗରଦ୍ୱୀପଠାରୁ ୨୫୦ କିମି ଦୂରରେ ରହିଛି ବାତ୍ୟା ଦାନା । ପାରାଦୀପ ଡପଲର ରାଡାରରୁ ବାତ୍ୟା ଉପରେ ରହିଛି ନଜର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2024/10/24/ZYCfyxSmyVlbq730rHbR.jpg)