କନକ ବ୍ୟୁରୋ : ପିଲାଙ୍କଠାରୁ ବୟସ୍କ ସମସ୍ତେ ଚକଲେଟ୍ ଖାଇବାକୁ ଭଲପାଆନ୍ତି । ଡାର୍କ ଚକେଟ୍ ଖାଇବା ତ ଅନେକଙ୍କର ସଉକ ଥାଏ । ଯଦିଓ କମ୍ ମିଠା ଖାଇବା ସ୍ବାସ୍ଥ୍ର ପାଇଁ ଭଲ ଝିଅମାନେ ଡାର୍କ ଚକଲେଟ୍ ଖାଇବାକୁ ଭଲପାଆନ୍ତି । କେବଳ ଏତିକି ନୁହେଁ କୁହାଯାଏ, ଓଜନ କମାଇବାରେ ଡାର୍କ ଚକଲେଟ୍ ଖାବାରେ କୌଣସି କ୍ଷତି ନାହିଁ । ଏବଂ ଅଧିକାଂଶ ଲୋକ ଏହାକୁ ମୁଡ୍ ବୁଷ୍ଟର ବୋଲି କୁହିଥାନ୍ତି । ଚକଲେଟ୍ ଖାଇଲେ ଦାନ୍ତ ଖରାପ ହେବାର ଶୁଣିଥିବେ, କିନ୍ତୁ ଏବେ ଡାର୍କ ଚକେଲକୁ ନେଇ ନୂଆ ତଥ୍ୟା ସାମ୍ନାକୁ ଆସିଛି । ଏଥିରେ ଥିବା ପ୍ରାକୃତିକ ତତ୍ତ୍ବ ରହିଛି ଯାହା ସ୍ବାସ୍ଥ୍ୟ ପକ୍ଷେ ଭଲ । ଏହା ବଢ଼ୁଥିବା ବୟସକୁ ଧୀମା କରିବ ।
ବାପାର ଦୁଇ କୁଳାଙ୍ଗାର ପୁଅ : ବୀମା ଟଙ୍କା ପାଇଁ ବାପା ପାଖରେ ଛାଡ଼ିଦେଲେ ସାପ
ଲଣ୍ଡନର କିଙ୍ଗସ୍ କଲେଜର ଏକ ଗ୍ରୁପ୍ ଅଧ୍ୟୟନ କରି ଉଲ୍ଲେଖ କରିଛନ୍ତି, ଚକୋଲେଟ୍ ରେ ଏକ ପ୍ରାକୃତିକ ତତ୍ତ୍ବ ରହିଛି, ଯାହା ବୟସ ବୃଦ୍ଧି ସହ ଶରୀରରେ କୋଷିକାକୁ ସୁସ୍ଥ ରଖିବାରେ ବେଶ୍ ସହାୟକ ହୁଏ । ଯଦିଓ ଡାର୍କ ଚକଲେଟକୁ ଯାଦୁକରୀ ବୟସ ବିରୋଧୀ ଖାଦ୍ୟ ବୋଲି କୁହାଯାଇନ ପାରେ କିନ୍ତୁ ଏହି ଗବେଷଣାରୁ ଜଣାପଡ଼ିଛି , କିଛି ଉଦ୍ଭିଦରେ ମିଳୁଥିବା ରାସାୟନିକ ଉପାଦାନ ସହଜ ଉପାୟରେ ବୟସର ବାର୍ଦ୍ଧକ୍ୟକୁ ରୋକିବାରେ ସହାୟକ ହୁଏ । ଏହି ଅଧ୍ୟୟନ କୋକୋ ଏବଂ ଅନେକ ଗଛରେ ମିଳୁଥିବା ଏକ ପ୍ରକାରର ଫ୍ଲାଭାନଲ ଉପାଦାନ ଏପିକେ ଟେଚିନ୍ ଉପରେ କେନ୍ଦ୍ରିତ ଥିଲା ।
କୋକୋଆ ଗଛରେ ଥିବା ଏପିକେ ଟେଚିନ୍ ଉପାଦାନ ଶରୀରର ରକ୍ତବାହାର ଭିତର ଆବରଣ ଉପରେ ସିଧାସଳଖ ପ୍ରଭାବ ପକାଏ । ବୟସ ବଢ଼ିବା ସହ ରକ୍ତବାହୀର ଆବରଣ ଦୁର୍ବଳ ହୋଇଯାଏ ,.ଯାହା ରକ୍ତ ପ୍ରଭାବ, ହାର୍ଟ ଉପରେ ପ୍ରଭାବ ପକାଏ । କିନ୍ତୁ ଏପିକେଟେଚିନ୍ ରକ୍ତବାହୀ ନଳିଗୁଡ଼ିକରେ ରକ୍ତ ପ୍ରବାହକୁ ସାମାନ୍ୟ ରଖେ । ବୟସ ସହ ରକ୍ତ ପ୍ରବାହ ଧୀମା ହେଉଥିବାରୁ ଶରୀରରେ ବୟସର ଛାପ ଜଣାପଡ଼େ। କିନ୍ତୁ ଏପିକେ ଟେିଚିନ୍ ରକ୍ତ ପ୍ରବାହକୁ ସ୍ବାଭାବିକ ରଖୁଥିବାରୁ ଶରର ଉପରେ ବୟସର ଛାପ ଏତେଶୀର୍ଘ ଜଣାପଡ଼େନି ।
ହଁ ଯଦିଓ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଡାର୍କ ଚକଲେଟ୍ ଖାଇଲେ ବାର୍ଦ୍ଧକ୍ୟ ଦୀମା ପଡ଼ିଯାଏ ଏହାର ଅର୍ଥ ନୁହେଁ ଏହାକୁ ବାରମ୍ବାର ଖାଇବା ଗଭଲ । କାରଣ ଏଥିରେ ସୁଗାର, ହାଇ କ୍ୟାଲୋରୀ, ସାଚୁରେଟେଛ୍ ଫ୍ୟଶଟ ବି ଥାଏ ତେଣୁ ଏହାକୁ ପ୍ରତିଦିନ ଏକାଧିକ ଥର ଖଶଇବୋ ଭଲ ନୁହେଁ । ସ୍ପତାହରେ ୨ରୁ ୩ ଥର ଡାର୍କ ଚକଲେଟ୍ ଖଶଇପାରିବେ ଏହାସହ ଏପିକେଟେଚିନ୍ ଓ ଫ୍ଲାନୋଲ୍ସ ଉପାଦାନ ଥିବା ଖାଦ୍ୟ ଖାଇବା ଉଚିତ । ଯେପରି ବିଭିନ୍ନ ପ୍ରକାର କୋଳି, ସେଓ,. ଚା’, ଅଙ୍ଗୁଚର ଆଦି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/12/22/2-dark-chocolate-anu_thumb-2025-12-22-13-20-48.jpg)