କନକ ବ୍ୟୁରୋ : ପଶ୍ଚିମବଙ୍ଗ ଦାର୍ଜିଲିଂରେ ଭୟଙ୍କର ଭୂସ୍ଖଳନ , ଫଳରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି । ଜିଲ୍ଲା ସହର ଏବଂ ପର୍ଯ୍ୟଟନସ୍ଥଳୀ ମିରିକ ଏବଂ କର୍ସିଓଙ୍ଗକୁ ସଂଯୋଗ କରୁଥିବା ଡୁଡିଆ ଲୁହା ସେତୁ ମଧ୍ୟ ଭୁଶୁଡ଼ି ପଡ଼ିଛି । ପ୍ରବଳ ବର୍ଷା ଯୋଗୁ ଭୂସ୍ଖଳନ ହୋଇ ସେତୁ ଭୁଶୁଡ଼ିବାରୁ ଏଭଳି ଅଘଟଣ ଘଟିଛି । ସେତୁଟି କର୍ସିଓଙ୍ଗ ନିକଟବର୍ତ୍ତୀ ଜାତୀୟ ରାଜପଥ ୧୧୦ ପାର୍ଶ୍ୱରେ ଅବସ୍ଥିତ । ଭିଡିଓରେ ଦେଖିବାକୁ ମିଳିଛି ଯେ କିପରି ଭୂମିସ୍ଖଳନ ଗ୍ରାମରୁ ଜାତୀୟ ରାଜପଥ ପର୍ଯ୍ୟନ୍ତ ରାସ୍ତାଗୁଡ଼ିକୁ କାଦୁଅ ତଳେ ପୋତି ହୋଇଯାଇଛି ।

Advertisment

ପ୍ରଧାନମନ୍ତ୍ରୀ ମୋଦୀ ଦାର୍ଜିଲିଂରେ ଜୀବନହାନି ପାଇଁ ଦୁଃଖ ପ୍ରକାଶ କରିଛନ୍ତି । ସେ ଆଶ୍ୱାସନା ଦେଇଛନ୍ତି ଯେ ପ୍ରଭାବିତ ଲୋକଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦିଆଯିବ । ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମ 'X'ରେ ଲେଖିଛନ୍ତି , "ଦାର୍ଜିଲିଂରେ ଦୁର୍ଘଟଣାରେ ଜୀବନ ଏବଂ ସମ୍ପତ୍ତି କ୍ଷତିରେ ଗଭୀର ମର୍ମାହତ । ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ସମବେଦନା । ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି । ପ୍ରବଳ ବର୍ଷା ଏବଂ ଭୂସ୍ଖଳନକୁ ଦୃଷ୍ଟିରେ ରଖି ଦାର୍ଜିଲିଂ ଏବଂ ଆଖପାଖ ଅଞ୍ଚଳର ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି । ପ୍ରଭାବିତ ଲୋକଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇବାକୁ ଆମେ ପ୍ରତିଶ୍ରୁତିବଦ୍ଧ ।"