କନକ ବ୍ୟୁରୋ : ବ୍ରହ୍ମପୁରରେ ଛାତି ଥରିଲା ଭଳି ଦୃଶ୍ୟ । ୨ ଟି ଡିଜେ ଟ୍ରକ୍ ମଧ୍ୟରେ ଧକ୍କା । ବିପଦ ଅବସ୍ଥାରେ ଡିଜେ ଟ୍ରକ ମଧ୍ୟରେ ଧକ୍କା ମରାମରିର ଭିଜୁଆଲ ସାମ୍ନାକୁ ଆସିଛି । ଟିକେ ଅସାବଧାନତା ହେଲେ ଟ୍ରକ୍ ଚକା ତଳେ ଚାଲିଯିବ ଜୀବନ । ଏଭଳି ଚିତ୍ର ବ୍ରହ୍ମପୁରର ନିମଖଣ୍ଡି ଥାନା ଫୁଲଟା ଗାଁରୁ ଆସିଛି । ଗାଁର ଦୁଇଟି ସାହିରେ ଦୁଇଟି ଗଣେଶ ମେଢ଼ ଭସାଣ ସମୟରେ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି । କାହା ଡିଜେ କେତେ ଅଧିକ ଶବ୍ଦ କରୁଛି , ଏପରିକି କେଉଁ ଡିଜେ ଗାଡ଼ି କେତେ ଶକ୍ତିଶାଳୀ ମନେ କରି ଦୁହେଁ ଦୁହିଁଙ୍କ ଗାଡ଼ିକୁ ଧକ୍କା ହେଉଛନ୍ତି । ଆଉ ଏହି ସମୟରେ ବିପଦସଙ୍କୁଳ ଅବସ୍ଥାରେ ଡିଜେ ଗାଡ଼ି ଉପରେ ଲଦା ହୋଇଛନ୍ତି ଲୋକେ । ଥରେ କି ଦୁଇଥର ନୁହେଁ ଏମିତି ବାରମ୍ବାର ଦୁଇ ଡିଜେ ଗାଡ଼ି ଭିତରେ ଧକ୍କା ହେଉଛି ଯେଉଁ ଚିତ୍ରକୁ ଯେକୌଣସି ଲୋକ ଦେଖିବ ଛାତି ଥରି ଉଠିବ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଭଳି ଦୃଶ୍ୟକୁ ଉପଭୋଗ କରୁଛନ୍ତି ଅଞ୍ଚଳବାସୀ । ମୋବାଇଲରେ ଭିଡିଓ ମଧ୍ୟ କରୁଛନ୍ତି । କିନ୍ତୁ କେହି ବାରଣ କରୁନାହାନ୍ତି । ପୁଲିସ ପ୍ରଶାସନ ବି ଚୁପ୍ ବସିଛି ।