Photograph: (KANAKNEWS)
କନକବ୍ୟୁରୋ : ମହଙ୍ଗା ପଡ଼ିଲା ହୀରାକୁଦ ନଦୀବନ୍ଧ ରାସ୍ତାରେ ବିପଦପୂର୍ଣ ଗାଡ଼ିଚାଳନା । ରଫ୍ ଡ୍ରାଇଭ୍ଂ କରି ୭ ଯୁବକଙ୍କୁ ଅଟକ ରଖିଛି ବୁର୍ଲା ପୁଲିସ । ହୀରାକୁଦ ନଦୀବନ୍ଧର ରାଇଟ୍ଡାଇକ୍ ବୁର୍ଲା ରାସ୍ତାରେ ବିପଦପୂର୍ଣ୍ଣ ଭାବରେ ଗାଡ଼ିଚାଳନା କରିବା ଯୁବକଙ୍କୁ ମହଙ୍ଗା ପଡ଼ିଛି ।
ଦୁଇଟି ଗାଡ଼ିର ଚାଳକ ବେପରୁଆ ଭାବରେ ଗାଡ଼ି ଚଲାଉ ଥିବାବେଳେ ଅନ୍ୟମାନେ ସନ୍ରୁପ୍ରେ ମୁଣ୍ଡ ବାହାରି କରି ମଜା କରୁଥିଲେ । ଏହି ସମୟର ଭାଇରାଲ ଭିଡିଓକୁ ଅଧାର କରି ବୁର୍ଲା ପୁଲିସ ଦୁଇଟି ଗାଡ଼ିକୁ ଜବତ କରିଛି । ଦୁଇ ଚାଳକଙ୍କ ନାଁରେ ମାମଲା ରୁଜୁ କରିଛି । ଏଥିସହିତ ଦୁଇ ଗାଡ଼ିରେ ଥିବା ୭ ଜଣ ଯୁବକଙ୍କୁ ଥାନାରେ ଅଟକ ରଖି ତଦନ୍ତ କରୁଥିବା ଜଣାପଡିଛି ।
Follow Us