ବୟସ ଲୁଚାଇ ମହିଳା କରୁଥିଲେ ପ୍ରେମ ; ସତ ଜାଣିବା ପରେ ତଣ୍ଟି ଚିପି ମାରିଦେଲା ପ୍ରେମିକ

କାଳ ସାଜିଲା ଇନଷ୍ଟାଗ୍ରାମ ଫିଲଟର । ୫୨ବର୍ଷର ମହିଳା ବୟସ ଲୁଚାଇ ଯୁବକଙ୍କୁ ପ୍ରେମ ଜାଲରେ ଫଶାଇବା ପଡିଲା ଭାରି। ସତ ଜାଣିବା ପରେ ଗଳାଚିପି ହତ୍ୟା ପରେ ଅଭିଯୁକ୍ତ ଫେରାର ।

33

କନକ ବ୍ୟୁରୋ: ଇନଷ୍ଟାଗ୍ରାମ ଫିଲଟର ବ୍ୟବହାର କରି କିଏ ଅବିଶ୍ବସନୀୟ ସୁନ୍ଦର ହୋଇପାରୁଛନ୍ତି କିଏ ନିଜ ବୟସଠୁ କମ୍ ମଧ୍ୟ ଲାଗୁଛନ୍ତି । କିନ୍ତୁ ଇନଷ୍ଟାଗ୍ରାମ ଫିଲଟରରୁ ବିଶ୍ବାସଘାତକତା ଓ ବିଶ୍ବାସଘାତକତାରୁ ବିଭତ୍ସ ହତ୍ୟା ପରି ଘଟଣା ଘଟିଛି ଉତ୍ତରପ୍ରଦେଶରେ । 

ଜଣେ ମହିଳାଙ୍କ ପ୍ରେମରେ ପଡ଼ିଥିଲେ ମୈନପୁରୀର ଅରୁଣ ରାଜପୁତ ।  ଏପରିକି ବିବାହ ପର୍ଯ୍ୟନ୍ତ କଥା ମଧ୍ୟ ପହଞ୍ଚିଲା କିନ୍ତୁ ପାଖରୁ ଯେବେ ମହିଳାଙ୍କୁ ଦେଖିଲେ ଓ ତାଙ୍କ ବୟସ ଜାଣିଲେ ତାଜୁବ ହୋଇ ରହିଗଲେ । ନିଜକୁ ୨୫ବର୍ଷର ଯୁବତୀ କହି ୨୬ ବର୍ଷ ବୟସର ଅରୁଣଙ୍କ ସହ ପ୍ରେମ ସର୍ମ୍ପକ ଗଢିଥିଲେ ୫୨ବର୍ଷ ବୟସର ମହିଳା । ସତ ଜାଣିବା ପରେ ସମ୍ପର୍କ ଭାଙ୍ଗିଥିଲେ ଯୁବକ କିନ୍ତୁ ବ୍ଲାକମେଲିଂ କରି ତାଙ୍କ ଉପରେ ବିବାହ କରିବାକୁ ଓ ଅଢ଼େଇ ଲକ୍ଷ ଟଙ୍କା ନେବାକୁ ଚାପ ପକାଇଥିଲେ  ମହିଳା । ଯେଉଁଥିରେ ଉତକ୍ଷିପ୍ତ ହୋଇ ହତ୍ୟା କରିବାକୁ ଯୋଜନା କରିଥିଲେ ଅରୁଣ । ତେବେ ସବୁ ଅପରାଧୀଙ୍କ ପରେ ଶେଷରେ ଧରାପଡିଛନ୍ତି ଅରୁଣ  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe