କନକ ବ୍ୟୁରୋ: ଇନଷ୍ଟାଗ୍ରାମ ଫିଲଟର ବ୍ୟବହାର କରି କିଏ ଅବିଶ୍ବସନୀୟ ସୁନ୍ଦର ହୋଇପାରୁଛନ୍ତି କିଏ ନିଜ ବୟସଠୁ କମ୍ ମଧ୍ୟ ଲାଗୁଛନ୍ତି । କିନ୍ତୁ ଇନଷ୍ଟାଗ୍ରାମ ଫିଲଟରରୁ ବିଶ୍ବାସଘାତକତା ଓ ବିଶ୍ବାସଘାତକତାରୁ ବିଭତ୍ସ ହତ୍ୟା ପରି ଘଟଣା ଘଟିଛି ଉତ୍ତରପ୍ରଦେଶରେ ।
ଜଣେ ମହିଳାଙ୍କ ପ୍ରେମରେ ପଡ଼ିଥିଲେ ମୈନପୁରୀର ଅରୁଣ ରାଜପୁତ । ଏପରିକି ବିବାହ ପର୍ଯ୍ୟନ୍ତ କଥା ମଧ୍ୟ ପହଞ୍ଚିଲା କିନ୍ତୁ ପାଖରୁ ଯେବେ ମହିଳାଙ୍କୁ ଦେଖିଲେ ଓ ତାଙ୍କ ବୟସ ଜାଣିଲେ ତାଜୁବ ହୋଇ ରହିଗଲେ । ନିଜକୁ ୨୫ବର୍ଷର ଯୁବତୀ କହି ୨୬ ବର୍ଷ ବୟସର ଅରୁଣଙ୍କ ସହ ପ୍ରେମ ସର୍ମ୍ପକ ଗଢିଥିଲେ ୫୨ବର୍ଷ ବୟସର ମହିଳା । ସତ ଜାଣିବା ପରେ ସମ୍ପର୍କ ଭାଙ୍ଗିଥିଲେ ଯୁବକ କିନ୍ତୁ ବ୍ଲାକମେଲିଂ କରି ତାଙ୍କ ଉପରେ ବିବାହ କରିବାକୁ ଓ ଅଢ଼େଇ ଲକ୍ଷ ଟଙ୍କା ନେବାକୁ ଚାପ ପକାଇଥିଲେ ମହିଳା । ଯେଉଁଥିରେ ଉତକ୍ଷିପ୍ତ ହୋଇ ହତ୍ୟା କରିବାକୁ ଯୋଜନା କରିଥିଲେ ଅରୁଣ । ତେବେ ସବୁ ଅପରାଧୀଙ୍କ ପରେ ଶେଷରେ ଧରାପଡିଛନ୍ତି ଅରୁଣ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/09/03/33-2025-09-03-22-06-32.jpg)