ଚୀନ୍ ର ବଦଗୁଣକୁ ଅବା କିଏ ନଜାଣେ ! ନିଜର ବିସ୍ତାରବାଦ ନୀତି ଯୋଗୁଁ ପଡୋଶୀ ଦେଶଙ୍କ ସହ ବିବାଦରେ ଘେରି ରହିଥିବା ଦେଶ ଚୀନ୍ ଏବେ ପୁଣି ଚର୍ଚ୍ଚାରେ । ସି ଜିନପିଙ୍ଗଙ୍କ ଦେଶ ଏବେ ଏମିତି ଏକ ପଦକ୍ଷେପ ନେବାକୁ ଯାଉଛି ଯାହା ଅନେକ ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି । ଲୁହାକୁ ତରଳାଇ ପାଣି କରୁଥିବା ଲେଜର ବିମ୍ କୁ ଏକ ଛୋଟ ଡ୍ରୋନ ଜରିଆରେ ସୀମାରେ ଛିଡ଼ା କରିବାକୁ ଯାଉଛି ଡ୍ରାଗନ୍ ସେନା । 

Advertisment

drone

ସୂତ୍ରଅନୁସାରେ , ଏହା ଏଥିପାଇଁ ବିପଦଜନକ କାରଣ ଏହି ଲେଜର୍ ବିମ୍ ହତିଆରକୁ ବି ପାଣି କରିପାରେ । କେବଳ ଏତିକି ହିଁ ନୁହଁ ଯୁଦ୍ଧ ସମୟରେ ବିନ୍ ସାହାଯ୍ୟରେ ଅନ୍ୟ ଦେଶର ସୈନିକଙ୍କ ଚେହେରା ଓ ଆଖିକୁ ମଧ୍ୟ କ୍ଷତି ପହଁଞ୍ଚାଯାଇପାରିବ । ସାଉଥ୍ ଚାଇନାର ଏକ ପୋଷ୍ଟ ମୁତାବକ , ଚୀନ୍ ଏହି ବିପଦଜନକ ଲେଜର୍ ଲାଇଟର ଭିଡିଓ ମଧ୍ୟ ଜାରି କରିଛି । ଭିଡିଓଟିକୁ ଦେଖିବା ପରେ ଭାରତ,ଆମେରିକା ଭଳି ଆହୁରି ଅନେକ ଦେଶ ଚିନ୍ତାରେ ଆସିଯାଇଛନ୍ତି । ଯଦି ଚୀନ୍ ଅନ୍ୟ ଦେଶଙ୍କ ସହ ଯୁଦ୍ଧ କରୁଥିବା ସମୟରେ ଏହି ଲେଜର୍ ବିନକୁ ବ୍ୟବହାର କରେ ତେବେ ଅନ୍ୟ ହତିଆର୍ ବା ମିସାଇଲ୍ ତୁଳନାରେ ଏହା ଅନେକ ଗୁଣରେ ଅଧିକ ବିପଦଜନକ ସାବ୍ୟସ୍ତ ହେବ ।  

trrrrr

ନିକଟରେ ଭାରତ ଏବଂ ଚୀନ୍ ସଂପର୍କରେ କିଛିଟା ସୁଧାର ଦେଖିବାକୁ ମିଳିଛି । ଭାରତ ଏବଂ ଚୀନ୍ ମଧ୍ୟରେ ପୂର୍ବ ଲଦାଖର ଏଲଏସିରେ ସୈନିକଙ୍କ ଭିତରେ ପଛକୁ ହଟିବାକୁ ନେଇ ସାଲିସ୍ ହୋଇଥିଲା । ଯାହା ୪ ବର୍ଷରୁ ଲାଗିରହିଥିବା ବିବାଦର ସଫଳ ରୂପକ ସମାପ୍ତ ଆଡ଼କୁ ଦିଗ ଦେଖାଇଲା ।

s-jaishankar

ଏହି ପ୍ରସଙ୍ଗରେ ବୈଦେଶିକ ମନ୍ତ୍ରୀ କହିଲେ , ‘‘୨ ଦେଶଙ୍କ ହିତ ପାଇଁ ସନ୍ତୁଳନ ସ୍ଥାପନ କରିବା ଜରୁରୀ । ବୈଚାରିକ ଦୃଷ୍ଟିକୋଣରେ ସନ୍ତୁଳନ ରକ୍ଷା କରିବା କଠିନ ହେବ । କାରଣ ୨ ଦେଶ ସଂପୂର୍ଣ୍ଣ ରୂପରେ ବଦଳୁଛନ୍ତି । ସେଥିପାଇଁ ଏହା ଏକ ଜଟିଳ ସମୀକରଣ । ବିଶ୍ବ ବଦଳୁଛି , ଆମେ ବଦଳୁଛେ ଏବଂ ବିଶ୍ବ ସହ ଆମ ସମ୍ପର୍କରେ ମଧ୍ୟ ପରିବର୍ତ୍ତନ ଆସୁଛି । ସେଥିପାଇଁ ଏହା ଏକ ଜଟିଳ ସମୀକରଣ ହେବ । ଏସବୁ ପରିବର୍ତ୍ତନ ଭିତରେ ସନ୍ତୁଳନ କେମିତି ହେବ? ବର୍ତ୍ତମାନ ଆମର ଧ୍ୟାନ ବିବାଦକୁ କମାଇବାରେ ରହିବ , ସୈନିକ ପଛକୁ ହଟିବା ମୁଦ୍ଦାକୁ ନେଇ ପ୍ରଗତି ତ ହୋଇଛି , କିନ୍ତୁ ଏତଦବାଦ୍ ସାମ୍ନାରେ ଅନ୍ୟ ମୁଦ୍ଦା ମଧ୍ୟ ରହିଛି ।