ବିପଦ ସଙ୍କୁଳ ୧୬ ନଂ ଜାତୀୟ ରାଜପଥ: କୌଣସି ସମୟରେ ଘଟି ପାରେ ଅଘଟଣ!

Advertisment

ଯାଜପୁର ଜିଲ୍ଲା ଦେଇ ଯାଇଥିବା ୧୬ ନଂ ଜାତୀୟ ରାଜପଥ ଏବେ ପାଲଟିଛି ମୃତ୍ୟୁପଥ ! ବର୍ଷକ ତଳେ କୁଆଖିଆ ନିକଟରେ ଭୁସୁଡ଼ିଥିବା ପୋଲ ଆଜି ବି ମରାମତି ହୋଇପାରିନି।

ଯାଜପୁର ଜିଲ୍ଲା ଦେଇ ଯାଇଥିବା ୧୬ ନଂ ଜାତୀୟ ରାଜପଥ ଏବେ ପାଲଟିଛି ମୃତ୍ୟୁପଥ ! ବର୍ଷକ ତଳେ କୁଆଖିଆ ନିକଟରେ ଭୁସୁଡ଼ିଥିବା ପୋଲ ଆଜି ବି ମରାମତି ହୋଇପାରିନି।

dfd

କନକ ବ୍ୟୁରୋ: ଯାଜପୁର ଜିଲ୍ଲା ଦେଇ ଯାଇଥିବା ୧୬ ନଂ ଜାତୀୟ ରାଜପଥ ଏବେ ପାଲଟିଛି ମୃତ୍ୟୁପଥ! ବର୍ଷକ ତଳେ କୁଆଖିଆ ନିକଟରେ ଭୁସୁଡ଼ିଥିବା ପୋଲ ଆଜି ବି ମରାମତି ହୋଇପାରିନି। ସେପଟେ ପାଣିକୋଇଲି ଥାନା ଲିଙ୍ଗେଶ୍ୱର୍ ମନ୍ଦିର ନିକଟରେ ମଧ୍ୟ ଜାତୀୟ ରାଜପଥ ଏବେ ବିପଦ ସଙ୍କୁଳ। ରାସ୍ତାତଳୁ ମାଟି ଧସି ଗଲାଣି । କୌଣସି ସମୟରେ କି ପ୍ରକାର ଅଘଟଣ ଘଟିଯିବ ତାହା କହିବା ମୁସ୍କିଲ। ସେପଟେ ଜିଲ୍ଲା ପ୍ରଶାସନ କହୁଛି, ଜାତୀୟ ରାଜପଥ କର୍ତୃପକ୍ଷଙ୍କ ସହ ଆଲୋଚନା କରି ମରାମତି କରାଯିବ।

ଯାଜପୁର ପାଣିକୋଇଲି ଥାନା ସଠିପୁର ଲିଙ୍ଗେଶ୍ୱର ମନ୍ଦିର ନିକଟରେ ରାସ୍ତା ତଳୁ ମାଟି ଧସି ଯାଇଛି। କୌଣସି ସମୟରେ ଘଟିପାରେ ଦୁର୍ଘଟଣା। ପ୍ରତିମୁହୁର୍ତ୍ତରେ ଶହଶହ ଭାରିଯାନ ଚଳାଚଳ କରୁଛି। ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି । କିନ୍ତୁ ଏଥିପ୍ରତି ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ନିଘା ନାହିଁ। 

୧୬ ନଂ ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଏଭଳି ଅବସ୍ଥା ହୋଇଛି। ବର୍ଷକ ତଳେ କୁଆଖିଆ ନିକଟରେ ଭୁଶୁଡ଼ି ପଡ଼ିଥିଲା ପୋଲ। ଆଜି ପର୍ୟ୍ୟନ୍ତ ମରାମତି ହୋଇପାରିନି। ରାଜପଥର ଏଭଳି ଦୂରବସ୍ଥା ବିଭିନ୍ନ ସ୍ଥାନରେ ଦେଖାଇଥିଲେ ମଧ୍ୟ ମରାମତି ପ୍ରତି ଧ୍ୟାନ ଦେଉନାହାନ୍ତି ଏନଏଚଆଇ କର୍ତ୍ତୃପକ୍ଷ। ସେପଟେ ଜିଲ୍ଲାପାଳ କହିଛନ୍ତି, ଜାତୀୟ ରାଜପଥ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସହ ଆଲୋଚନା କରି ମରାମତି କରାଯିବ ।

ବାରମ୍ବାର ଜାତୀୟ ରାଜପଥରେ ଅଘଟଣ ଘଟୁଥିବାରୁ ଏଥିପ୍ରତି କର୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe