କନକବ୍ୟୁରୋ: ବିପଦ ସଂକେତ ଟପିଲା ଜଳକା ନଦୀ। ମଥାନୀ ଠାରେ ବିପଦ ସଂକେତ ୬ ଦଶମିକ ପାଂଚ ଶୂନ ମିଟର ରହିଥିବା ବେଳେ ରାତି ୨ ଟା ସୁଦ୍ଧା ବୃଦ୍ଧି ପାଇ ୬ ଦଶମିକ ୬୧ ମିଟରରେ ପ୍ରବାହିତ ହେଉଥିଲା । ସେହିପରି ସକାଳ ୬ ଟା ସୁଦ୍ଧା ୬.୬୭ ମିଟରରେ ପ୍ରବାହିତ ହେଉଛି ଜଳକା ନଦୀର ଜଳସ୍ତର। ଏକ ହଜାରରୁ ଅଧିକ ହେକ୍ଟର ଚାଷ ଜମିରେ ପଶିଲା ବନ୍ୟା ପାଣି ।
୩୦ରୁ ଅଧିକ ଗାଁ ପାଣି ଘେରରେ ରହିଛନ୍ତି । ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଅନ୍ୟପଟେ ବଢୁଛି ବୁଢ଼ାବଳଙ୍ଗ ଜଳସ୍ତର। ମୟୂରଭଞ୍ଜ ଜିଲ୍ଲାରେ ଲଗାତର ତିନିଦିନ ଧରି ବର୍ଷାରେ ବୁଢ଼ାବଳଙ୍ଗର ଜଳସ୍ତର ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି । ଆଉ ଯଦି ଉପରମୁଣ୍ଡରେ ବର୍ଷା ହୁଏ ତେବେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ନେଇ ଆଶଙ୍କା ରହିଛି । ତେଣୁ ସ୍ଥାନୀୟ ଲୋକଙ୍କୁ ସଚେତନ କରୁଛି ଜିଲ୍ଲା ପ୍ରଶାସନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/TN3rNzHzQlsm5pWoz4NA.jpg)