କନକ ବ୍ୟୁରୋ : ହଜି ଯାଉଥିବା ଗଂଜାମର ଲୋକ କଳାକକୁ ପରିଚିତ କରାଇବାକୁ ଉଦ୍ୟମ । ଅଧୁନିକତା ସାପଶିଢିର ଖେଳରେ ଛନ୍ଦି ହୋଇଯାଇଛି ଦଣ୍ଡ ନାଚ । ଏବେ ତାକୁ ପୂର୍ବସ୍ଥିତିକୁ ଫେରାଇ ଆଣିବାକୁ ପ୍ରୟାସ କରିଛନ୍ତି ସରକାର । ଆଉ ଦଣ୍ଡ ଯାତ୍ରାରେ ଦେଖିବାକୁ ମିଳିବନି ମେଲୋଡି କି ସାମାଜିକ ନାଟକ । ପୌରାଣିକ, କାଳ୍ପନିକ ନାଟକ ହେବ ଦଣ୍ଡ ନାଚର ମୁଖ୍ୟ ଆକର୍ଷଣ ।
ଗଂଜାମ ଓ ନୟାଗଡର ପ୍ରସିଦ୍ଧ ଦାଣ୍ଡ ଯାତ୍ରା । ଦଣ୍ଡ ସମୟରେ ମାନସିକଧାରି ଦଣ୍ଡୁଆ ୧୬ ପ୍ରକାର ଦଣ୍ଡ ପାଇଥାନ୍ତି । ୧୩ ଦିନ ଧରି ନିଷ୍ଠାର ସହ ନୀତିନିୟମ ପାଳନ କରିଥାନ୍ତି । ରାତିରେ ଅନିଦ୍ର ରହିବାର ବିଧି ରହିଛି । ସେଥିପାଇଁ ରାତିରେ ପୌରାଣିକ କାହାଣୀ, ସ୍ଥାନିୟ ଲୋକକଳା ଓ ଲୋକ ସଂସ୍କୃତିକୁ ନେଇ ନାଟକ ପରିବେଷଣ ହୋଇଥାଏ । ଭାରତ ନିଳା, ରଜା ନାଚ, ରାମାୟଣ, ମାହାଭାରତ, ଦାସକାଠିଆ, ଚଢେଆ ନାଚ ଆଦି ନାଟକ ମଂଚସ୍ଥ ହେଉଥିଲା । ହେଲେ କାଳର କଷାଘାତରେ ଲୋକକଳା ବଦଳରେ ଦଣ୍ଡନାଚରେ ସାମିଲ ହୋଇଥିଲା ସାମାଜିକ ନାଟକ ଓ ମେଲୋଡି ।
ଅଶ୍ଳୀଳତା ରୋକିବାକୁ ଗଞ୍ଜାମ ଦଣ୍ଡନାଚ ମହାସଂଘର ନିଷ୍ପତ୍ତି ଆଉ ଗଞ୍ଜାମ ଦଣ୍ଡଯାତ୍ରାରେ ମଞ୍ଚସ୍ଥ ହେବନି ସାମାଜିକ ନାଟକ । ପରିବେଷଣ ହେବ ଲୋକକଳା ଓ ପୌରାଣିକ ନାଟକ
ଶପଥ ନେଇଛନ୍ତି ଜିଲ୍ଲାର ୩ ଶହରୁ ଅଧିକ ଦଣ୍ଡନାଚ ଦଳ ।
ମେଲୋଡି ସମୟରେ ଅଶ୍ଲିଳତା ସୀମା ଲଂଘନ କରେ। ଏବେ ସେଥିରେ ବ୍ରେକ୍ ଲଗାଇବାର ସମୟ ଆସିଛି। ଆଗକୁ ଆସିଛନ୍ତି ଗଂଜାମ ଜିଲ୍ଲା ଦଣ୍ଡ ନାଚ ମାହାସଂଘ । ଦଣ୍ଡଯାତ୍ରାରେ ସମୟରେ ସାମାଜିକ ନାଟକ ମଂଚସ୍ଥ ହେବ ନାହିଁ। ମହିଳା ଆଭିନେତ୍ରୀଙ୍କୁ ଏଥିରେ ସାମିଲ କରାଯିବ ନାହିଁ । ପୂର୍ବରୁ ଯେମିତି ଲୋକକଳା ଓ ପୌରାଣିକ ନାଟକ ପରିବେଶଣ ହେଉଥିଲା ଏବେ ତାହା ହିଁ କରାଯିବା । ଏହାକୁ ଯେଉଁ ଦଣ୍ଡନାଚ ଦଳ ଖିଲାପ କରିବେ ତାଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନେବ ମହାସଂଘ । ଦଣ୍ଡଯାତ୍ରାର ଆଧ୍ୟତ୍ମିକ ପରିବେଶକୁ ନଷ୍ଟ କରିଥାଏ ସାମାଜିକ ନାଟକ ଓ ମେଲୋଡ଼ି ଭଳି କାର୍ୟ୍ୟକ୍ରମ । କାରଣ ଏହି ଯାତ୍ରା ସମୟରେ ମହିଳାଙ୍କ ଅଙ୍ଗ ପ୍ରଦର୍ଶନକୁ ଅଶ୍ଲିଳତା ବୋଲି ଦର୍ଶାଇଛନ୍ତି ଗଂଜାମ ଓ ନୟାଗଡ ଜିଲ୍ଲାର ଦଣ୍ଡନାଚ କମିଟି ।