କନକ ବ୍ୟୁରୋ: ଡ୍ୟାନ୍ସ ବାର ସମ୍ପୂର୍ଣ ବନ୍ଦ କରାଯିବ  । ସ୍କୁଲ, କଲେଜ ଓ ମନ୍ଦିର ପାଖରେ ମଦ ଦୋକାନ ରହିବ ନାହିଁ,  । ବର୍ଷକରେ ଚୋରା ମଦ ନେଟୱର୍କ ବନ୍ଦ କରାଯିବ ।ଆଜି ମୁଲତବୀ ପ୍ରସ୍ତାବ ଆଲୋଚନାବେଳେ ଏହି ଉତ୍ତର ରଖିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

Advertisment

ମନ୍ତ୍ରୀଙ୍କ କହିବା ଅନୁସାରେ ପୂର୍ବ ସରକାରଙ୍କ ସମୟରେ ସ୍କୁଲ କଲେଜ ପାଖ ଅଞ୍ଚଳରେ ବାର୍ ଏବଂ ମଦଦୋକାନ ଖୋଲାଯାଇଛି । ବେଆଇନ ମଦ କାରବାରକୁ ମଧ୍ୟ ପୂର୍ବ ସରକାର ପ୍ରଶ୍ରୟ ଦେଇଥିଲେ କିନ୍ତୁ ଏବେ ଏସବୁକୁ ଉଚ୍ଛେଦ କରାଯିବ । ବେଆଇନ ମଦ କାରବାର ନେଟୱାର୍କକୁ ସମ୍ପୂର୍ଣ ଭଙ୍ଗାଯିବ  । ଏହାସହ ଚିକିଟି ମଦମୃତ୍ୟୁ ଘଟଣାରେ ମୃତକଙ୍କ ତଥ୍ୟ ଲୁଚା ଯାଇନାହିଁ, ପୋଷ୍ଟ ମର୍ଟମ ରିପୋର୍ଟ ଆସିଲେ ସବୁ ତଥ୍ୟ ସାର୍ବଜନୀନ ହେବ...

ସବୁଠୁ ଗୁରୁତ୍ୱପୂର୍ଣ୍ଣୟ ପଦକ୍ଷେପ ହେବ , ଡ୍ୟାନ୍ସ ବାର ସମ୍ପୂର୍ଣ ବନ୍ଦ କରାଯିବ  । ସ୍କୁଲ, କଲେଜ ଓ ମନ୍ଦିର ପାଖରେ ମଦ ଦୋକାନ ରହିବ ନାହିଁ, ନିର୍ଦ୍ଧିଷ୍ଟ ଦୂରତାରେ ରହିବ  । ଚୋରା ମଦ ନେଟୱର୍କ ବନ୍ଦ କରାଯିବ  ।ସରକାରୀ ଜାଗାରେ ହେଉଥିବା ମଦ କାରବାରକୁ ବୁଲଡଜର ଲଗାଇ ଭଙ୍ଗାଯିବ  । ବର୍ଷକ ଭିତରେ ବେଆଇନ ଚୋରା ମଦ ବ୍ୟାପାର ପୁରା ବନ୍ଦ ହେବ  । ଯେଉଁମାନେ ବେଆଇନ ମଦ କାରବାରରେ ଲିପ୍ତ ଅଛନ୍ତି ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଅବକାରୀ ମନ୍ତ୍ରୀ