କନକ ବ୍ୟୁରୋ : ଅଧ ରାତିର ସେହି ପ୍ରଳୟର ପ୍ରଭାବରେ ତିନି ଜିଲ୍ଲାରେ ବ୍ୟପକ କ୍ଷୟକ୍ଷତି ହୋଇଛି । ଦାନାର ପ୍ରଭାବରେ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଜିଲ୍ଲାର ଅଧିକାଶଂ ସ୍ଥାନରେ ଅଧିକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ପଡିଛି । ଉଜୁଡି ଯାଇଛି ଅନେକ ଘର , ବିଭିନ୍ନ ସ୍ଥାନରେ ଚାଳ ଛପର ଉଡିଯାଇଛି । ଆଜବେଷ୍ଟ ଘର ମଧ୍ୟ ଉଡ଼ିଯାଇଥିବା ଦେଖିବାକୁ ମିଳିଛି । ମାଟି କାନ୍ଥ ଘର ଭାଙ୍ଗିଯାଇଛି , ଗଛ ଡାଳ ପଡି କିଛି ସ୍ଥାନରେ ବିଦ୍ୟୁତ୍ ଓ ଟେଲିଫୋନ ତାର ଛିଣ୍ଡିଛି । ଏପଟେ ସମୂଦ୍ର ପାଣି ଗାଁ ଭିତରକୁ ପଶିଆଶିବାରୁ ଶହ ଶହ ପରିବାର ପାଣିଘେରରେ । ସମୁଦ୍ରରେ ଉଚ୍ଚ ଢେଉ ଉପକୂଳବର୍ତ୍ତୀ ଅଞ୍ଚଳକୁ ମାଡ଼ କରୁଛି । କେଉଁଠି ୫୦୦ ମିଟର ତ ଆଉ କେଉଁଠି ଦେଢ଼ କିଲୋମିଟର ପର୍ଯ୍ୟନ୍ତ ସ୍ଥଳଭାଗକୁ ମାଡ଼ି ଆସିଲାଣି ସମୁଦ୍ର । ତିନି ମିଟର ଉଚ୍ଚର ଜୁଆର ମାଡ଼ ଦ୍ବାରା କେତେକ ସ୍ଥାନରେ ଅତଡ଼ା ଖାଉଛି ।