କନକ ବ୍ୟୁରୋ: ଭୀଷଣ ରୂପ ନେଇ ମାଡି ଆସୁଛି ବାତ୍ୟା । ପାରାଦୀପରୁ ୭୦ ଓ ଧାମରାରୁ ମାତ୍ର ୯୦ କିଲୋମିଟର ଦୂରରେ ଦାନା ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି । ତେବେ ଅଧରାତିରେ ଲ୍ୟାଣ୍ଡଫଲ ସହ ପ୍ରଳୟ ରଚିବ ଦାନା, ଭିତରକନିକାରୁ ଧାମରା ମଧ୍ୟରେ ଛୁଇଁବ ସ୍ଥଳଭାଗ । ଏପଟେ ବାତ୍ୟା ଲ୍ୟାଣ୍ଡଫଲ୍ କରିବାର ପୂର୍ବ ଓ ପର ୬ ଘଣ୍ଟା ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କନକ ନ୍ୟୁଜ ସହ ସ୍ୱତନ୍ତ୍ର ଆଲୋଚନା ବେଳେ ଏହି ସୂଚନା ଦେଇଛନ୍ତି । ବାତ୍ୟା ଦାନା ମଧ୍ୟରାତିରୁ ସକାଳ ମଧ୍ୟରେ ହେବ ଲ୍ୟାଣ୍ଡଫଲ୍ କରିବ । ସକାଳ ପରେ ଧିରେ ଧିରେ କମିବ ବାତ୍ୟାର ପ୍ରକୋପ । ଆସନ୍ତାକାଲି ଦ୍ୱିପ୍ରହର ଯାଏ ବାତ୍ୟାର ପ୍ରଭାବ ରହିବ । ସନ୍ଧ୍ୟା ବେଳକୁ ଦୁର୍ବଳ ହୋଇ ଅବପାତରେ ପରିଣତ ହେବ ବୋଲି ସୂଚନା ଦେଇଛନ୍ତି ଆଇଏମଡି ଡିଜି । ବାତ୍ୟାରେ ସବୁଠୁ ଅଧିକ ପ୍ରଭାବିତ ହେବ ୪ଟି ଜିଲ୍ଲା । କେନ୍ଦ୍ରାପଡ଼ା ଓ ଭଦ୍ରକ ସବୁଠୁ ଅଧିକ ପ୍ରଭାବିତ ହେବ । ବାଲେଶ୍ୱର ଓ ଜଗତସିଂହପୁରରେ ମଧ୍ୟ ଅଧିକ ପ୍ରଭାବ ରହିବ । ଅନ୍ୟ ବାତ୍ୟା ତୁଳନାରେ ଧିରେ ଧିରେ ଗତି କରୁଛି ବାତ୍ୟା ଦାନା । ଲ୍ୟାଣ୍ଡଫଲ ପରେ ବାତ୍ୟାର ଦିଗ ବଦଳିବାର ସମ୍ଭାବନା ରହିଛି ।