ବାଂଲା ଲିଙ୍କ, ଭୁବନେଶ୍ୱରରେ ଦଲାଲ ! ଏକକାଳୀନ ୧୦ଟି ସ୍ଥାନରେ ରେଡ୍

Advertisment

କଟକରେ ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣାରେ ଧରପଗଡ଼ ଜୋରଦାର କରିଛି କମିଶନରେଟ୍ ପୁଲିସ । ଭୁବନେଶ୍ୱରରେ ଦଲାଲ ଥିବା ସୂଚନା ପାଇ ଏକକାଳୀନ ୧୦ଟି ସ୍ଥାନରେ ରେଡ୍ ହୋଇଛି ।

କଟକରେ ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣାରେ ଧରପଗଡ଼ ଜୋରଦାର କରିଛି କମିଶନରେଟ୍ ପୁଲିସ । ଭୁବନେଶ୍ୱରରେ ଦଲାଲ ଥିବା ସୂଚନା ପାଇ ଏକକାଳୀନ ୧୦ଟି ସ୍ଥାନରେ ରେଡ୍ ହୋଇଛି ।

Bangladeshi Women In Flesh Trade

କନକ ବ୍ୟୁରୋ : କଟକରେ ବାଂଲାଦେଶୀ ଯୁବତୀ ଉଦ୍ଧାର ଘଟଣାରେ ଦଲାଲ ଦମ୍ପତି ଗିରଫ ପରେ ପୁଲିସର ବଡ଼ ଧରଣର ରେଡ୍ । ଭୁବନେଶ୍ୱରରେ ଦଲାଲ ଥିବା ନେଇ ସୂଚନା ଆଧାରରେ ଏକକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରିଛି ପୁଲିସ । ସେପଟେ କିପରି ସୀମା ପାର ହୋଇ ବାଂଲାଦେଶରୁ ଓଡ଼ିଶା ଆସିଲେ ଯୁବତୀ ଓ ନାବାଳିକା, ତା’ର ତଦନ୍ତ କରାଯିବା ନେଇ ସୂଚନା ଦେଇଛନ୍ତି ପୋଲିସ ଡିଜି ।

କଟକରେ ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣାରେ ଧରପଗଡ଼ ଜୋରଦାର କରିଛି କମିଶନରେଟ୍ ପୁଲିସ । ଭୁବନେଶ୍ୱରରେ ଦଲାଲ ଥିବା ସୂଚନା ପାଇ ଏକକାଳୀନ ୧୦ଟି ସ୍ଥାନରେ ରେଡ୍ ହୋଇଛି । ଗିରଫ ଦଲାଲ ଦମ୍ପତିଙ୍କ ବୟାନ ଆଧାରରେ ୨୦ରୁ ଅଧିକ ସ୍ଥାନରେ ପଚରାଉଚରା କରାଯାଇଛି । ଅନ୍ୟପଟେ ସୀମା ପାର ହୋଇ ବାଂଲାଦେଶରୁ କିପରି ଓଡ଼ିଶା ଆସିଲେ ଯୁବତୀ ଓ ନାବାଳିକା ତା’ର ତଦନ୍ତ କରାଯିବ ବୋଲି କହିଛନ୍ତି ପୋଲିସ ଡିଜି ।

ମାଜିଷ୍ଟ୍ରେଟଙ୍କ ପାଖରେ ବାଂଲାଦେଶୀ ନାବାଳିକାଙ୍କ ବୟାନ ରେକର୍ଡ ବେଳେ, ଅନେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାତରେ ଲାଗିଛି । କେମିତି କଟକ ଆସିଲେ ଏବଂ କାହା ଇସାରାରେ ଏପରି କାର୍ଯ୍ୟରେ ଲିପ୍ତ ଥିଲେ, ସେସବୁ କଥା ମାଜିଷ୍ଟ୍ରେଟଙ୍କ ଆଗରେ କହିଛନ୍ତି ନାବାଳିକା । ଏହାସହ ଦେହ ବ୍ୟବସାୟ ଡିଲ୍‌ ପାଇଁ ଦଲାଲମାନେ ପରସ୍ପର ସହ ଆଇଏମଓ ଆପରେ କଥାବାର୍ତ୍ତା ହେଉଥିବା ଜଣାପଡ଼ିଛି ।

ସେପଟେ କଟକରେ ଯେଉଁ ଘରେ ବାଂଲାଦେଶୀ ନାବାଳିକା ରହୁଥିଲେ, ତା’ର ଚିତ୍ର କନକ ନ୍ୟୁଜ ହାତରେ ଲାଗିଛି । ଏହି ଘରେ ନାବାଳିକାଙ୍କୁ ରଖି ଅନୈତିକ କାର୍ଯ୍ୟରେ ଲଗାଉଥଲେ ଦଲାଲ ଦମ୍ପତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଵର୍ଷକ ତଳେ ଏହି ଘରେ ସେକ୍ସ ରାକେଟ ଅଭିଯୋଗରେ ପୋଲିସ ରେଡ୍ ମଧ୍ୟ କରିଥିଲା ।

ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣାରେ ଦଲାଲ ଦମ୍ପତିଙ୍କୁ ଗିରଫ କରିବା ସହ ମାଷ୍ଟର ମାଇଣ୍ଡକୁ ଧରିବାକୁ ତନାଘନା ଆରମ୍ଭ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe