ପଶ୍ଚିମବଙ୍ଗ ହାୱଡାରେ ନାବାଳିକାଙ୍କୁୁ ହସ୍ପିଟାଲ କର୍ମଚାରୀଙ୍କ ଅସଦାଚରଣ । ତେଲେଙ୍ଗାନାରେ ୧୨ ପଇସାରେ ବିକ୍ରି ହେଉଛି ଦୁଷ୍କର୍ମ ଭିଡିଓ

Advertisment

 ହାୱଡା ସଦର ହସ୍ପିଟାଲରେ ଜଣେ ନାବାଳିକା ରୋଗୀଙ୍କୁ ଦୁର୍ବ୍ୟବହାର କରିଛି ସିଟି ସ୍କାନ ଟେକ୍ନିସିଆନ। ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟ କହିଛନ୍ତି, ଅଭିଯୋଗ ଆଧାରରେ ତୁରନ୍ତ ହାୱଡା ଥାନାରେ ଅଭିଯୋଗ କରାଯାଇଥିଲା। ପରେ ତାକୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ ଠିକା କର୍ମଚାରୀ ବୋଲି ଜଣାପଡିଛି।

111

କନକ ବ୍ୟୁରୋ : ପୁଣି ଥରେ ମହିଳା ଦୁଷ୍କର୍ମ ମାମଲାରେ ଦେଶର ମୁଣ୍ଡ ତଳକୁ ହୋଇଛି ।  ପଶ୍ଚିମବଙ୍ଗ ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରାଇଛି। ଆର.ଜି. କର ମେଡିକାଲ ବିବାଦ ଥମିନଥିବା ବେଳେ ଦୁଇଟିଯାକ ଘଟଣା ହସ୍ପିଟାଲରେ ହିଁ ଘଟିଛି। ହାୱଡାରେ ହସ୍ପିଟାଲ କର୍ମଚାରୀ ଜଣେ ନାବାଳିକାଙ୍କୁ ଦୁର୍ବ୍ୟବହାର କରିଥିବାବେଳେ ବୀରଭୂମରେ ନର୍ସଙ୍କୁ ଦୁର୍ବ୍ୟବହାର କରିଛନ୍ତି ରୋଗୀ।

 ହାୱଡା ସଦର ହସ୍ପିଟାଲରେ ଜଣେ ନାବାଳିକା ରୋଗୀଙ୍କୁ ଦୁର୍ବ୍ୟବହାର କରିଛି ସିଟି ସ୍କାନ ଟେକ୍ନିସିଆନ। ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟ କହିଛନ୍ତି, ଅଭିଯୋଗ ଆଧାରରେ ତୁରନ୍ତ ହାୱଡା ଥାନାରେ ଅଭିଯୋଗ କରାଯାଇଥିଲା। ପରେ ତାକୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ ଠିକା କର୍ମଚାରୀ ବୋଲି ଜଣାପଡିଛି।

ସେହିପରି ବୀରଭୂମ ଜିଲ୍ଲା ଇଲାମବଜାର ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ କାର୍ୟ୍ୟରତ ନର୍ସଙ୍କୁ ରୋଗୀ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଚିକିତ୍ସା ପାଇଁ ରୋଗୀ ଜଣକ ଜରୁରିକାଳୀନ ବିଭାଗରେ ଭର୍ତ୍ତି ହୋଇଥିଲେ। ବିଳମ୍ୱିତ ରାତିରେ ନର୍ସ ତାଙ୍କୁ ସାଲାଇନ ଦେବାକୁ ଯିବାବେଳେ ଦୁର୍ବ୍ୟବହାର କରିଥିଲା ସଂପୃକ୍ତ ରୋଗୀଜଣକ। ତେବେ ଦୁଇଟିଯାକ ଘଟଣାରେ ମମତା ସରକାରଙ୍କୁ ଘେରିଛି ବିଜେପି। ପଶ୍ଚିମବଙ୍ଗ ମହିଳାଙ୍କ ପାଇଁ ସବୁଠାରୁ ଅସୁରକ୍ଷିତ ବୋଲି ବିଜେପି ଅଭିଯୋଗ କରିଛି। 

ଦୁଷ୍କର୍ମ ଓ ଅସଦାଚରଣର ଭଳି ଜଘନ୍ୟ ଘଟଣାର ଭିଡିଓ କ୍ଳିପ ପିଛା ୧୨ ପଇସାରୁ ଟଙ୍କାଏ ମଧ୍ୟରେ ବିକ୍ରି କରାଯାଉଛି। ତେଲେଙ୍ଗାନାର ଏହି ଘଟଣା ସଭ୍ୟ ସମାଜର ମୁଣ୍ଡ ତଳକୁ କରିଦେଇଛି । ବିଭିନ୍ନ ପର୍ଣ୍ଣ ସାଇଟରେ ଭିଡିଓ ଅପଲୋଡ କରାଯାଇଥିବା ସୂଚନା ମିଳିଛି। ୮୨୦ରୁ ଅଧିକ ଭିଡିଓ କ୍ଲିପକୁ ୯୯ ଟଙ୍କାରେ ବିକ୍ରି କରାଯାଇଛି। ତେଲେଙ୍ଗନାରେ ଏଭଳି କାରବାର ହେଉଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଛି। ପୂର୍ବରୁ ଡାର୍କ ନେଟରେ ଏଭଳି ଭିଡିଓ ଉପଲବ୍ଧ ହେଉଥିଲା । ଏବେ କିନ୍ତୁ ବିଭିନ୍ନ ୱେବ୍ସାଇଟରେ ଭିଡିଓ ମିଳୁଛି। ବଡ଼ କଥା ହେଉଛି କୋଲକାତା ଡାକ୍ତର ଦୁଷ୍କର୍ମ ଭଳି ଘଟଣାକୁ ସବୁ ମହଲରୁ ନିନ୍ଦା କରାଯାଉଛି। କନ୍ତୁ ଦୁଷ୍କର୍ମ ଭିଡିଓ ଦେଖିବାକୁ ଲୋକେ ଇଣ୍ଟରନେଟରେ ସର୍ଚ୍ଚ କରୁଥିବା ଜଣାପଡିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe