ବନ୍ୟାରେ ଉତ୍ତର ଓଡିଶାରେ ସ୍ଥିତି ବେହାଲ: ଆସିଲା କ୍ଷୟକ୍ଷତି ରିପୋର୍ଟ, ମୟୁରଭଂଜରେ ୨୨ ବ୍ଲକର ୧୦୧ ଗାଁ ପାଣିଘେରରେ

Advertisment

ବନ୍ୟା ପ୍ରଭାଵରେ ନଦୀ ବନ୍ଦ ଉପରେ ଆସି ତମ୍ବୁ  ମାରି ଜୀବନ କାଟୁଛନ୍ତି ଲୋକେ । ବିତାଉ ଥିବା ବନ୍ୟା ପ୍ରଭାବିତଙ୍କୁ ଅବହେଳା କରାଯାଉଛି ବୋଲି ଅଭିଯୋଗ ହୋଇଛି  । କୀଟମିଟି ଅନ୍ଧାରରେ ତମ୍ବୁ ତଳେ ଲୋକେ ଜୀବନ ବିତାଉଛନ୍ତି ।

ବନ୍ୟା ପ୍ରଭାଵରେ ନଦୀ ବନ୍ଦ ଉପରେ ଆସି ତମ୍ବୁ  ମାରି ଜୀବନ କାଟୁଛନ୍ତି ଲୋକେ । ବିତାଉ ଥିବା ବନ୍ୟା ପ୍ରଭାବିତଙ୍କୁ ଅବହେଳା କରାଯାଉଛି ବୋଲି ଅଭିଯୋଗ ହୋଇଛି  । କୀଟମିଟି ଅନ୍ଧାରରେ ତମ୍ବୁ ତଳେ ଲୋକେ ଜୀବନ ବିତାଉଛନ୍ତି ।

wq

କନକ ବ୍ୟୁରୋ: ବନ୍ୟା ପ୍ରଭାଵରେ ନଦୀ ବନ୍ଦ ଉପରେ ଆସି ତମ୍ବୁ  ମାରି ଜୀବନ କାଟୁଛନ୍ତି ଲୋକେ । ବିତାଉ ଥିବା ବନ୍ୟା ପ୍ରଭାବିତଙ୍କୁ ଅବହେଳା କରାଯାଉଛି ବୋଲି ଅଭିଯୋଗ ହୋଇଛି  । କୀଟମିଟି ଅନ୍ଧାରରେ ତମ୍ବୁ ତଳେ ଲୋକେ ଜୀବନ ବିତାଉଛନ୍ତି । ରାତି ୮ ଟାରେ ମୁଠାଏ ଚୁଡା ଓ କୋପାଏ ଚିନି ଦେଇ ନିଜ କର୍ତ୍ତବ୍ୟ ସାରିଦେଇଛନ୍ତି ପ୍ରଶାସନ । ସ୍କୁଲ ଏବଂ ବାତ୍ୟାଆଶ୍ରୟ ସ୍ଥଳୀ ବନ୍ୟା ପ୍ରଭାବିତଙ୍କ ଘର ପାଖରୁ ଦୂରରେ ଥିବାରୁ ସେମାନେ ବାଧ୍ୟ ହୋଇ ନଦୀ ବନ୍ଧ ରାସ୍ତାରେ କିଟିମିଟି ଅନ୍ଧାରରେ ଜୀବନ ବିତାଉଛନ୍ତି । ସରିସୃପ ଭୟ ଥିଲେ ମଧ୍ୟ ପିଲାଛୁଆ ଙ୍କୁ ଧରି ବାଧ୍ୟରେ ନଦୀ ବନ୍ଦରେ ରାତି କାଟୁଛନ୍ତି କୁମ୍ଭୀରଗଡି ପଞ୍ଚାୟତର ୫ ଗାଁ ପାଖାପାଖି ୫୦୦ ପରିବାର  ।

ସେପଟେ ଏସଆରସି ଦେଲେ ବନ୍ୟା କ୍ଷୟକ୍ଷତି ଜନିତ ରିପୋର୍ଟ। ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟାରେ ଢେଙ୍କାନାଳ ଜିଲ୍ଲା ଢେଙ୍କାନାଳ ବ୍ଳକରେ ସର୍ବାଧିକ ୧୨୬.୪ ମିଲିମିଟର ପରିମାଣରେ ବର୍ଷା ହୋଇଛି। ୪ ବ୍ଲକରେ ୧୦୦ ମିମିରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ଲଗାଣ ବର୍ଷା ଫଳରେ ସୁବର୍ଣ୍ଣରେଖା ଓ ଜଳକା ନଦୀରେ ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। କିନ୍ତୁ ଏହା କ୍ରମାଗତ ଭାବେ କମିବାରେ ଲାଗିଛି। ବନ୍ୟା ଜଳ ପ୍ରବେଶ ଫଳରେ ବାଲେଶ୍ବର ଜିଲ୍ଲାର ବାଲିଆପାଳ, ବସ୍ତା, ଭୋଗରାଇ ବ୍ଲକ ତଳିଆ ଅଂଚଳର ଲୋକଙ୍କୁ ବନ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି। 

ବନ୍ୟା: କେଉଁଠି କେତେ କ୍ଷୟକ୍ଷତି?
ବାଲେଶ୍ୱର
ଭୋଗରାଇ, ବାଲିଆପାଳ, ବସ୍ତା, ବାଲେଶ୍ବର ସଦର, ରେମୁଣା ପ୍ରଭାବିତ 
୧୪୧ ଗାଁ ପ୍ରଭାବିତ
୩୫ହଜାର ୬ଶହ୫୪ ଲୋକ ପ୍ରଭାବିତ
୧୧ହଜାର ୬ଶହ୩୨ ଲୋକଙ୍କୁ ସ୍ଥାନାନ୍ତରିତ
୧୨ହଜାର ୬ଶହ୨୭ ପଶୁ ପ୍ରଭାବିତ
୧୦୨ ଘର ଆଂଶିକ ଭାବେ କ୍ଷତିଗ୍ରସ୍ତ

ମୟୂରଭଂଜ
୨୨ ବ୍ଲକର ୧୦୧ ଗାଁ ପ୍ରଭାବିତ
୨ହଜାର ୩୫ ଲୋକ ପ୍ରଭାବିତ
୧ହଜାର ୬ଶହ୩ ଲୋକ ସ୍ଥାନାନ୍ତରିତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe