କନକ ବ୍ୟୁରୋ: ୩ ଦିନ ହେଲା ତେଲେଙ୍ଗୀରୀ ଡ୍ୟାମରୁ ଲିକ ହେଉଛି ପାଣି । ଚିନ୍ତାରେ ଚାଷୀ । ଏବେ ଏକ୍ସପର୍ଟ ଟିମ ଉପରେ ଭରସା । ଆନ୍ଧ୍ରରୁ ଆସିବେ ସ୍ୱତନ୍ତ୍ର ଟିମ୍ । ନିର୍ମାଣକୁ ୬ ବର୍ଷ ନପୁରୁଣୁ ତେଲେଙ୍ଗେରିରୁ ଲିକ୍ ହେଉଛି ପାଣି । କେବଳ ଲିକ୍ ହେଉନି, ପ୍ରବଳ ବେଗରେ ବହି ଯାଉଛି ପାଣି । ରବି ଫସଲ ପାଇଁ ଚିନ୍ତାରେ ଚାଷୀ । ଏହା ବିଭାଗୀୟ ଅଧିକାରୀଙ୍କ ତ୍ରୁଟି ବୋଲି କୁହାଯାଉଛି । ଯେତିକି ପରିମାଣରେ ପାଣି ବହିଯାଉଛି । ତା’ ଫଳରେ ଆଗାମୀ ୨୦ ଦିନରେ ଡ଼୍ୟାମ ପାଣି ଖାଲି ହୋଇଯିବ ବୋଲି ଆଶଙ୍କା କରାଯାଉଛି । କାଲି ଦିନ ତମାମ ବିଭାଗୀୟ ଅଧିକାରୀ ମାନେ ଯାଞ୍ଚ କରିବା ସହ ପାଣି ବୋହି ଯାଉଥିବା ବାଟକୁ ବନ୍ଦ କରିବାକୁ ପ୍ରୟାସ କରିଥିଲେ । କିନ୍ତୁ ତାହା ସଫଳ ହୋଇ ପାରିନାହିଁ । ସ୍ଥାନୀୟ ଟିମ ହାତ ଟେକିଦେଇଥିବା ବେଳେ ଏବେ ଏକ୍ସପର୍ଟ ଟିମକୁ ଭରସା ।
ତେଲେନଗିରି ଡ୍ୟାମରୁ ଲିକେଜ ହେଉଛି ପାଣି । ମରାମତି ପାଇଁ ଆନ୍ଧ୍ରରୁ ଆସିବେ ସ୍ୱତନ୍ତ୍ର ଟିମ ।
୩ ଦିନ ହେଲା କୋରାପୁଟ ତେଲେନଗିରି ଡ୍ୟାମରୁ ଲିକେଜ ହେଉଛି ପାଣି । ମରାମତି ପାଇଁ ଆନ୍ଧ୍ରରୁ ଆସିବେ ସ୍ୱତନ୍ତ୍ର ଟିମ । ଏଭଳି ପାଣି ଲିକେଜ ହେଲେ ୨୦ ଦିନ ଭିତରେ ଡ୍ୟାମ ଖାଲି ହୋଇଯିବା ଆଶଙ୍କା । ରବି ଫସଲ ପାଇଁ ଚିନ୍ତାରେ ଚାଷୀ ।