କନକ ବ୍ୟୁରୋ:  ’ମୁଁ ଜଣେ ଅଫିସର ,ହେଲେ ବର୍ଷେ ହେଲା ଅଫିସରେ ଅପମାନ ସହିଆସୁଛି । ମୁଁ ବସିବା ପାଇଁ ଚେୟାରଟେ ନାହିଁ । ବର୍ଷେ ହେବ ମୁଁ ତଳେ ବସି କାମ କରୁଛି । ମୋ ସହ ଅନ୍ୟ ଅଧିକାରୀଙ୍କ ବ୍ୟବହାର ଅସହ୍ୟ । ତଥାପି ମୁଁ ଅଫିସ ଆସୁଛି । ଚୁପଚାପ୍ ନିଜ କାମ କରି ଯାଉଛି’

Advertisment

d-1

ଏ ହେଉଛି ମଧ୍ୟପ୍ରଦେଶ ଭବନ ବିକାଶ ନିଗମ ସହାୟକ ମହାପ୍ରବନ୍ଧକଙ୍କର କ୍ଷୋଭଭରା କେଇ ପଦ କଥା । ଜଣେ ଅଫିସର ହୋଇ ବି ଅଫିସରେ ତଳେ ବସି କାମ କରୁଛନ୍ତି । ତାଙ୍କ ସହ କେହି ବିଶେଷ କଥାବାର୍ତ୍ତା କରନ୍ତି ନାହିଁ କି ସେମିତି କିଛି ଭଲ ବ୍ୟବହାର ବି କରନ୍ତି ନାହିଁ । ସେ ବସିବା ପାଇଁ  ତାଙ୍କ ଚ୍ୟାମ୍ବରରେ ଚେୟାର ଟେବୁଲ ନାହିଁ । ନଥିପତ୍ର ସବୁ ତଳେ ଥୁଆହୋଇଛି । ତଳେ ଚଟିରେ ବସି କାମ କରୁଛନ୍ତି ଅଫିସର ରାଙ୍କର ସତୀଶ ଡୋଙ୍ଗରେ । କେବଳ ଗୋଟିଏ କାରଣ ପାଇଁ, ସେ ଦଳିତ ବୋଲି …

dalit


ଭବନ ବିକାଶ ନିଗମ ଅଫିସଯେର ସମସ୍ତଙ୍କ ପାଇଁ ପଡ଼ିଛି ଟେବୁଲ ଚେୟାର । ସବୁ ଅଫିସରଙ୍କ ରୁମରେ ଲାଗିଛି ଏସି । ହେଲେ ସତୀଶଙ୍କ ରୁମରେ ଚେୟାର ଖଣ୍ଡେ ବି ନାହିଁ ।ଏନେଇ ସେ ତାଙ୍କ ଉପରୀସ୍ଥ ଅଧିକାରୀ ତଥା  ଅତିରିକ୍ତ ମହାପ୍ରବନ୍ଧକଙ୍କୁ କହିଛନ୍ତି କିନ୍ତୁ ସେ ଶୁଣିନାହାନ୍ତି ଓଲଟା କହୁଛନ୍ତି ଟେବୁଲ ଚେୟାର ପାଇଁ ଫଣ୍ଡ ଆସିଲେ କିଣାହେବ । କହିଲେ ବଡ଼ ବଡ଼ ପ୍ରୋଜେକ୍‌ଯ ପାଇଁ  ଯେଉଁଠି କୋଟି କୋଟି ଟଙ୍କା ଆସୁଛି ସେଠି ହଳେ ଟେବୁଲ ଚେୟାର ପାଇଁ ବିଭାଗ ପାଖରେ ପଇସା ନାହିଁ । ଏ କଥାଟା ଜମା ହଜମ ହେଉନି । ଏଥରୁ ସ୍ପଷ୍ଟ ଯେ, ସତୀଶ ଡୋଙ୍ଗରେଙ୍କ ଅଭିଯୋଗ ସତ  ।  ସେ ଦଳିତ ବୋଲି ତାଙ୍କୁ ଏକପ୍ରକାର ନିର୍ଯାତନା ଦିଆଯାଉଛି ।

gwalior officer

ଏ ଦୁର୍ଦ୍ଦଶା କେବଳ ସତୀଶ ଡୋଙ୍ଗରାଙ୍କର ନୁହେଁ ବରଂ ଜଣେ ପ୍ରଫେସରଙ୍କୁ ମଧ୍ୟ ଏଭଳି ଅବସ୍ଥା ଭୋଗିବାକୁ ପଡ଼ୁଛି । ତା ପୁଣି ବର୍ଷେ କି ଦି ବର୍ଷ ନୁହେଁ ଦୁଇ ଦଶନ୍ଧୀମାନେ ଦୀର୍ଘ ୨୦ ବର୍ଷ ଧରି । ଏ ଘଟଣା ହେଉଛି ଆନ୍ଧ୍ରପ୍ରଦେଶ ଶ୍ରୀ ଭେଙ୍କଟେଶ୍ବର ଭେଟେରୀନାରୀ ୟୁନିଭର୍ସିଟିର ଟେକ୍ନୋଲୋଜି ଡିପାର୍ଟମେଣ୍ଟର । ଏଠିକାର ପ୍ରଫେସର ଭି ରବି ବର୍ମା । କାମରେ ପରଫେକ୍ଟ ହେଲେ ତାଙ୍କ କର୍ମରେ ବଡ଼ ବାଧକ ତାଙ୍କ ଜାତି । ସେ ବି ଦଳିତ ବୋଲି ଜଣେ ପ୍ରଫେସର ହୋଇ ଘୋର ଅବହେଳିତ । ଦୀର୍ଘ ୨୦ ବର୍ଷ ହେବ ଚଟାଣରେ ବସି କାମ କରୁଛନ୍ତି । ସେଇ ତଳେ ତାଙ୍କ କମ୍ପ୍ୟୁଟର , ତଳେ ସବୁ ଫାଇଲ । ଅନେକ ଥର କହିବା ପରେ ବିଭାଗ ତାଙ୍କୁ ଚେୟାର ଟେବୁଲ ଦେଇଥିଲା ହେଲେ ସପ୍ତାହକ ପରେ ୟୁନିଭର୍ସିଟି ଆସୋସିଏଟ୍ ଡିନ୍ ରବୀନ୍ଦ୍ର ରେଡ୍ଡି ଆସି କାଢ଼ିନେଇଗଲେ । ଖାଲି ଏତିକି ନୁହେଁ ପଦ ବଡ଼ ହୋଇ ବି ନିଜ ସହକର୍ମୀଙ୍କ ଠାରୁ ସେ କମ୍ ଦରମା ପାଉଛନ୍ତି ।ଏନେଇ ଅଭିଯୋଗ କଲେ ବି କେହି ଶୁଣୁନାହାନ୍ତି । 

professor-3

ଟିକେ  ଚିନ୍ତା କଲେ, ଦେଶ ସ୍ବାଧୀହେବାର ୭୯ ବର୍ଷ ବିତିଲାଣି । ବିଜ୍ଞାନ ଉତ୍କର୍ଷର ଶିଖର ଛୁଇଁଲାଣି । ମଣିଷ ଚନ୍ଦ୍ରପୃଷ୍ଠରୁ ଗବେଷଣା କରି ଫେରିଲାଣି । ହେଲେ ଏବେବି ଆମ ସମାଜରୁ ଜାତିଆଣ ଭାବ ଯାଇନି । ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ଏତେ ବଡ଼ବଡ଼ ବିଭାଗରେ ଯଦି ଏଭଳି ଅବସ୍ଥା, ଏତେ ଶିକ୍ଷିତ ଲୋକଙ୍କ ମନରେ ଯଦି ଏତେ ଛୋଟ ଚିନ୍ତାଧାରା ତାହେଲେ ଗାଁରେ ଅବସ୍ଥା କ’ଣ ହେଉଥିବ ! ଏସି ରୁମରେ ବସୁଥିବା , ଚକଚକିଆ ଗାଡିରେ ବସି ବୁଲୁଥିବା ସେ ବଡ଼ବାବୁଙ୍କୁ ଧିକ, ତାଙ୍କ ଚିନ୍ତାକୁ  ବି ଶତ ଧିକ୍ ।