ବୋଲଗଡ଼ ଦଳେଇସାହି ପଞ୍ଚାୟତ ଅନାସ୍ଥା ପ୍ରସଙ୍ଗ; ସରପଞ୍ଚଙ୍କ ବିରୋଧରେ ହୋଇଥିଲା ଭୋଟିଂ, ଏଯାଏଁ ହୋଇନି ଗଣତି

Advertisment

ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଦଳେଇସାହି ପଞ୍ଚାୟତ ସରପଞ୍ଚ ସତ୍ୟଭାମା ମହାପାତ୍ରଙ୍କ ବିରୋଧରେ ୧୪ ଜଣ ୱାର୍ଡ ମେମ୍ବର ଗତ ଅଗଷ୍ଟ ୨୪ରେ ଅନସ୍ଥା ପ୍ରସ୍ତାବ ଆଣି ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ।

ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଦଳେଇସାହି ପଞ୍ଚାୟତ ସରପଞ୍ଚ ସତ୍ୟଭାମା ମହାପାତ୍ରଙ୍କ ବିରୋଧରେ ୧୪ ଜଣ ୱାର୍ଡ ମେମ୍ବର ଗତ ଅଗଷ୍ଟ ୨୪ରେ ଅନସ୍ଥା ପ୍ରସ୍ତାବ ଆଣି ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ।

Dalaisaahi Panchayat

Photograph: (Kanak News)

କନକ ବ୍ୟୁରୋ : ଦଳେଇସାହି ପଞ୍ଚାୟତ ଅନାସ୍ଥା ପ୍ରସଙ୍ଗ । ପ୍ରତିକ୍ରିୟା ରଖିଲେ ଖୋର୍ଦ୍ଧ ଜିଲ୍ଲାପାଳ । ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଦଳେଇସାହି ପଞ୍ଚାୟତ ସରପଞ୍ଚ ସତ୍ୟଭାମା ମହାପାତ୍ରଙ୍କ ବିରୋଧରେ ୧୪ ଜଣ ୱାର୍ଡ ମେମ୍ବର ଗତ ଅଗଷ୍ଟ ୨୪ରେ ଅନସ୍ଥା ପ୍ରସ୍ତାବ ଆଣି ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ । ସେପ୍ଟେମ୍ବର ୩ରେ ଅନାସ୍ଥା ବିରୋଧରେ ବ୍ଲକ କାର୍ଯ୍ୟାଳୟରେ ଭୋଟିଂ ହୋଇଥିଲା । ଯାହାର ବିରୋଧରେ ସରପଞ୍ଚ ହାଇକୋର୍ଟ ଦ୍ୱାରସ୍ଥ ହୋଇଥିଲେ ।

୧୬ ତାରିଖ ଗଣତି ପାଇଁ ନିର୍ଦ୍ଦେଶ ହୋଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ଭୋଟ ଗଣତି ହୋଇନପାରିବାରୁ ୱାର୍ଡ ମେମ୍ବର ଆଜି ଜିଲ୍ଲାପାଳଙ୍କୁ ଭେଟିଛନ୍ତି । ଏବଂ ଭୋଟ୍‌ ଗଣତି ପାଇଁ ଅନୁରୋଧ କରିଛନ୍ତି । ଆସନ୍ତା ସେପ୍ଟେମ୍ବର ୨୪ରେ ଗଣତି କରାନଗଲେ ବୋଲଗଡ଼ ବ୍ଲକ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନ ନେଇ ଚେତାବନୀ ଦେଇଛନ୍ତି । ସେପଟେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଅତିରିକ୍ତ କାଗଜ ପତ୍ର ୨୨ ତାରିଖ ସୁଦ୍ଧା ଦାଖଲ କରାଯିବ ବୋଲି କହିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe