କନକ ବ୍ୟୁରୋ : ଦଳେଇସାହି ପଞ୍ଚାୟତ ଅନାସ୍ଥା ପ୍ରସଙ୍ଗ । ପ୍ରତିକ୍ରିୟା ରଖିଲେ ଖୋର୍ଦ୍ଧ ଜିଲ୍ଲାପାଳ । ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଦଳେଇସାହି ପଞ୍ଚାୟତ ସରପଞ୍ଚ ସତ୍ୟଭାମା ମହାପାତ୍ରଙ୍କ ବିରୋଧରେ ୧୪ ଜଣ ୱାର୍ଡ ମେମ୍ବର ଗତ ଅଗଷ୍ଟ ୨୪ରେ ଅନସ୍ଥା ପ୍ରସ୍ତାବ ଆଣି ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ । ସେପ୍ଟେମ୍ବର ୩ରେ ଅନାସ୍ଥା ବିରୋଧରେ ବ୍ଲକ କାର୍ଯ୍ୟାଳୟରେ ଭୋଟିଂ ହୋଇଥିଲା । ଯାହାର ବିରୋଧରେ ସରପଞ୍ଚ ହାଇକୋର୍ଟ ଦ୍ୱାରସ୍ଥ ହୋଇଥିଲେ ।
୧୬ ତାରିଖ ଗଣତି ପାଇଁ ନିର୍ଦ୍ଦେଶ ହୋଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ଭୋଟ ଗଣତି ହୋଇନପାରିବାରୁ ୱାର୍ଡ ମେମ୍ବର ଆଜି ଜିଲ୍ଲାପାଳଙ୍କୁ ଭେଟିଛନ୍ତି । ଏବଂ ଭୋଟ୍ ଗଣତି ପାଇଁ ଅନୁରୋଧ କରିଛନ୍ତି । ଆସନ୍ତା ସେପ୍ଟେମ୍ବର ୨୪ରେ ଗଣତି କରାନଗଲେ ବୋଲଗଡ଼ ବ୍ଲକ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନ ନେଇ ଚେତାବନୀ ଦେଇଛନ୍ତି । ସେପଟେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଅତିରିକ୍ତ କାଗଜ ପତ୍ର ୨୨ ତାରିଖ ସୁଦ୍ଧା ଦାଖଲ କରାଯିବ ବୋଲି କହିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/09/18/dalaisaahi-panchayat-2025-09-18-18-45-40.jpg)