ପ୍ରତିଦିନ ସାମ୍ପୁ କରିବା ଠିକ୍ ନା ଭୁଲ? Photograph: (Kanak News)
କନକ ବ୍ୟୁରୋ: ଯଦି ଆପଣଙ୍କ କେଶ ବହୁତ ଶୀଘ୍ର ମଇଳା ହୋଇ ଦୁର୍ଗନ୍ଧ ଆସୁଛି ତେବେ ଖାଲି ପାଣିରେ ଧୋଇବା ଯଥେଷ୍ଟ ନୁହେଁ । ଏମିତି କରିବା ଦ୍ବାରା କେଶ ଦୁର୍ବଳ ହୋଇପାରେ । ସାମ୍ପୁ ସପ୍ତାହକୁ ତିନି-ଚାରି ଥର କି ଏହାଠାରୁ ଅଧିକ ଥର କରିପାରିବେ । ଏପରି ପରାମର୍ଶ ଦେଇଛନ୍ତି, ଭାରତର ଲୋକପ୍ରିୟ ମହିଳା କେଶ ପ୍ରତିରୋପଣ ସର୍ଜନ ଡାକ୍ଟର ଆରୀକା ବଂଶଲ । ଡାକ୍ଟର ଆରୀକା ବଂଶଲଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, କଣ ପ୍ରତ୍ୟେକ ଦିନ ସାମ୍ପୁ କରିବା ଉଚିତ୍ କି ? ଏହାର ଉତ୍ତରରେ ଡାକ୍ତର କହିଥିଲେ, ଆମେ ପିଲାଦିନରୁ ଶୁଣି ଆସିଛୁ ଯେ ପ୍ରତିଦିନ ସାମ୍ପୁ କରିବା ଦ୍ୱାରା ଆମର କେଶ ଧଳା ହୋଇଯିବ କିମ୍ବା କେଶ ଝଡ଼ିବ, କିନ୍ତୁ ବିଜ୍ଞାନ ଏହି ମତ ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଯଦି ଆପଣ ଏକ ଅତ୍ୟଧିକ ଆର୍ଦ୍ର, ଝାଳଯୁକ୍ତ କିମ୍ବା ଧୂଳିପୂର୍ଣ୍ଣ ପରିବେଶରେ ରହୁଛନ୍ତି, ତେବେ ଆପଣ ପ୍ରତିଦିନ ସାମ୍ପୁ କରିପାରିବେ । ଏଥିରେ କୌଣସି କ୍ଷତି ହେବାର ନାହିଁ କିନ୍ତୁ ଖାଲି ପାଣିରେ ସୁବୁଦିନ କେଶ ଧୋଇବା କ୍ଷତିକାର ହୋଇଥାଏ ।
ପ୍ରତିଦିନ ସାମ୍ପୁ କରିବା ଠିକ୍ ନା ଭୁଲ?
କେଶ ବିଶେଷଜ୍ଞ ଡକ୍ଟର ଆରୀକା ବଂଶଲ ଏନେଇ ଏକ ଉଦାହରଣ ମାଧ୍ୟମରେ ବୁଝାଇଛନ୍ତି ଯେ, ଯଦି ଆପଣଙ୍କ ହାତକୁ ବହୁତ ଡେରି ସମୟ ପର୍ଯ୍ୟନ୍ତ ପାଣିରେ ଭିଜେଇକି ରଖିଛନ୍ତି ତେବେ ଚର୍ମ ଫୁଲି ଯାଇଥାଏ । ସେହିପରି ଯଦି ଆପଣଙ୍କ କେଶ ଅଧିକ ଓଦା ରହିବ ଆଉ ସଫା ନଥିବ ତେବେ କେଶର ମୂଳ ଦୁର୍ବଳ ହୋଇଯାଇଥାଏ । ଅର୍ଥାତ୍, ଯଦି ଆପଣ କେବଳ କେଶରେ ପାଣି ଲଗାଇ ଧୋଉଛନ୍ତି କିନ୍ତୁ ସଫା କରୁନାହାଁନ୍ତି, ତେବେ ଆପଣ ଅଜାଣତରେ ଆପଣଙ୍କ କେଶକୁ କ୍ଷତି ପହଞ୍ଚାଉଛନ୍ତି ।
ସପ୍ତାହରେ କେତେ ଥର ସାମ୍ପୁ ବ୍ୟବହାର କରିବା ଉଚିତ
ଡକ୍ଟର ଆରୀକା କୁହନ୍ତି, 'ସପ୍ତାହରେ ୪ ରୁ ୫ ଥର ସାମ୍ପୁ କରିବା ଠିକ୍, କିନ୍ତୁ ପ୍ରତିଦିନ ସାମ୍ପୁ ବିନା କେବଳ ପାଣିରେ କେଶ ଓଦା କରିବା ସମ୍ପୂର୍ଣ୍ଣ ଭୁଲ।' ଏପରି ପରିସ୍ଥିତିରେ, ଯଦି ଆପଣ ଚାହାଁନ୍ତି ତେବେ ଆପଣ ପ୍ରତିଦିନ ସାମ୍ପୁ କରିପାରିବେ, କିନ୍ତୁ ଏଥିପାଇଁ, ଆପଣ କେଉଁ ପ୍ରକାରର ସ୍ଥାନରେ ରୁହନ୍ତି, ପ୍ରଦୂଷଣ ସ୍ତର କ'ଣ, ଗରମ, ଧୂଳି ଏବଂ ଧୂଆଁର ସ୍ଥର କିପରି ରହୁଛି, ଅର୍ଥାତ୍ ସେଠାରେ କି ପ୍ରକାରର ପରିବେଶ ଅଛି ତାହା ଉପରେ ମଧ୍ୟ ନିର୍ଭର କରିଥାଏ ।
ଆପଣ ପ୍ରତିଦିନ ସାମ୍ପୁ କରିପାରିବେ ଯଦି
୧. ଆପଣଙ୍କ ମୁଣ୍ଡର ଚର୍ମ ବହୁତ ତେଲିଆ।
୨. ଆପଣଙ୍କ କେଶ ସିଧା କିମ୍ବା ସୂକ୍ଷ୍ମ, ଯାହା ଶୀଘ୍ର ତେଲ ବିସ୍ତାର କରେ।
୩. ଆପଣ ବ୍ୟାୟାମ କରନ୍ତି କିମ୍ବା ବହୁତ ଝାଳ ବୋହେ ।
୪. ଆପଣ ଏକ ପ୍ରଦୂଷିତ ଅଞ୍ଚଳରେ ରୁହନ୍ତି ।
ଏସବୁ ଥିଲେ ଆପଣ ପ୍ରତିଦିନ ସାମ୍ପୁ କରିପାରିବେ । ଡାକ୍ଟର ଆରୀକା ବଂଶଲ ଜଣେ ୟୁଟ୍ୟୁବ୍ରଙ୍କ ପଡକାଷ୍ଟରେ ଏପରି କହିଛନ୍ତି ।
Follow Us