Daily Horoscope Photograph: (Kanak News)
କନକ ବ୍ୟୁରୋ : ଆଜି କେମିତି କଟିବ ଦିନ । ଆଜି ପୌଷ କୃଷ୍ଣ ପ୍ରତିପଦ ରାତ୍ରି ୧୨:୫୫:୫୬ ଗତେ ୨ୟା ତିଥି । ବୃଷ ଚନ୍ଦ୍ର ରାତ୍ରି ୧୦:୧୬ ଗତେ ମିଥୁନ ଚନ୍ଦ୍ର । ରୋହିଣୀ ଦିବା ୧୧:୪୬:୩୭ ଗତେ ମୃଗଶିରା ନକ୍ଷତ୍ର । ସନ୍ଧ୍ୟା ୦୫ା୨୫ା୧୯ରେ ବକ୍ରୀ ବୃହସ୍ପତି କର୍କଟରୁ ମିଥୁନକୁ ଚଳିବେ । ଆଜିର ନିଷିଦ୍ଧ ଖାଦ୍ୟ: ପାଣିକଖାରୁ ରାତ୍ରି ୧୨:୫୫:୫୬ ଗତେ ଭେଜିବାଇଗଣ ।
ମେଷ:
ସ୍ୱାସ୍ଥ୍ୟ ଓ ଅର୍ଥ ଲାଗି କେତେକ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହୋଇପାରେ । ଖର୍ଚ୍ଚ ବଢ଼ିପାରେ । ଏହି ସମୟ ମଧ୍ୟରେ ଚନ୍ଦ୍ର ଆପଣଙ୍କର ଜନ୍ମରାଶିରୁ ଦ୍ୱିତୀୟ ଘର ଦେଇ ଗତି କରିବେ । ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ଲୋକମାନଙ୍କ ସହିତ ବ୍ୟବହାର ବେଳେ ବିଶେଷ ଭାବରେ ସଚେତନ ରହିବା ଉଚିତ । କୌଣସି ପ୍ରକାର ବିବାଦ ଭିତରେ ପଶିଲେ ତାହା ବୃଥା ଝଗଡା ରୂପ ନେଇପାରେ । ଅଫିସରେ କିଛି ବାଧା ଉପୁଜିପାରେ, କିନ୍ତୁ ତାହା ସ୍ଥାୟୀ ହେବନାହିଁ । କଠିନ ପରିଶ୍ରମର ଫଳାଫଳ ନିଶ୍ଚିତ ମିଳିବ । ଧୈର୍ଯ୍ୟ ରଖି ଉପଯୁକ୍ତ ସମୟକୁ ଅପେକ୍ଷା କରିବାକୁ ପଡ଼ିବ । ସ୍ୱାସ୍ଥ୍ୟରେ ହ୍ରାସ ଅନୁଭବ କରିପାରନ୍ତି । ସତ୍ଚିନ୍ତା ଓ ସତ୍କର୍ମରେ ନିବିଷ୍ଟ ରହିବା ଆବଶ୍ୟକ । ଅନିୟନ୍ତ୍ରିତ କ୍ରୋଧ ଉପରେ ଅଙ୍କୁଶ ରଖନ୍ତୁ ।
ବୃଷ:
ବସ୍ତ୍ର-ଆଭୂଷଣ ପ୍ରାପ୍ତି ଓ ବନ୍ଧୁମିଳନ ଯୋଗ ଅଛି । ଏହି ସମୟ ମଧ୍ୟରେ ଚନ୍ଦ୍ର ଆପଣଙ୍କ ଜନ୍ମରାଶି ଦେଇ ଗତି କରୁଛନ୍ତି । ଏହା ଆପଣଙ୍କ ଜୀବନରେ ଏକ ସକରାତ୍ମକ ପରିବର୍ତ୍ତନ ଆଣିପାରେ । ଏହି ସମୟ ନିଶ୍ଚିତ ଭାବରେ ଆପଣଙ୍କୁ ସୁସ୍ୱାଦୁ ଖାଦ୍ୟ ଏବଂ ସୁବିଧା ଯୋଗାଇବ । ଏହା ସହିତ ଆପଣ ଶାରୀରିକ ଭୋଗବିଳାସ, ଭଲ ପୋଷାକ, ସୁଗନ୍ଧଦ୍ରବ୍ୟ ଏବଂ ଅନ୍ୟାନ୍ୟ ଈପ୍ସିତ ବସ୍ତୁ ପାଇପାରନ୍ତି । ଦାମ୍ପତ୍ୟ ଜୀବନରେ ଆନନ୍ଦ ମିଳିବ । ଶରୀରରେ ସୁସ୍ଥତା ଅନୁଭବ କରିବେ । ତଥାପି ନିଜ ଭାବନା ପ୍ରତି ଅତ୍ୟଧିକ ସମ୍ବେଦନଶୀଳ ନହେବାକୁ ଚେଷ୍ଟା କରନ୍ତୁ । ଆର୍ଥିକ ଦୃଷ୍ଟିରୁ ଏହା ମଧ୍ୟ ଏକ ଭଲ ସମୟ। ପୁରୁଣା ଋଣ, ଅର୍ଥନୈତିକ ଲକ୍ଷ୍ୟ ଏବଂ କାର୍ଯ୍ୟରେ ମଧ୍ୟ ଅଗ୍ରଗତି ହୋଇପାରେ ।
ମିଥୁନ:
ବୃଥା ଭ୍ରମଣ, ବ୍ୟୟ ଓ ଅର୍ଥହାନି ଘଟିପାରେ । ନୂତନ ଦ୍ରବ୍ୟ କ୍ରୟ ବା ସତ୍କାର୍ଯ୍ୟରେ ଦାନ କରିପାରନ୍ତି । ଆଜି ଚନ୍ଦ୍ର ଆପଣଙ୍କ ଜନ୍ମରାଶିରୁ ଦ୍ୱାଦଶ ଘର ଦେଇ ଗତି କରୁଛି । ଆର୍ଥିକ ଦୃଷ୍ଟିରୁ ଏହି ସମୟ ଅସୁବିଧାରେ ପକାଇପାରେ । ଖର୍ଚ୍ଚ ବୃଦ୍ଧି ପାଇବ । ବୃଥା ଅପଚୟରୁ ଦୂରେଇ ରୁହନ୍ତୁ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ଅଛି । ମାନସିକ ସ୍ତରରେ, ଆପଣ ଯନ୍ତ୍ରଣା ଏବଂ ଅସ୍ଥିରତା ଅନୁଭବ କରିପାରନ୍ତି । ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାବେଳେ ବିଶେଷ ଭାବରେ ସଜାଗ ରହିବା ଉଚିତ । ନିଜର ଯୋଜନା କାର୍ଯ୍ୟକାରୀ କରିବା ପୂର୍ବରୁ ପରିସ୍ଥିତିକୁ ଭଲଭାବେ ଅନୁଧ୍ୟାନ କରନ୍ତୁ । ସମ୍ପର୍କୀୟମାନଙ୍କ ସହିତ କୌଣସି ପ୍ରକାର ବୃଥା ଶତ୍ରୁତା ସୃଷ୍ଟି କରନ୍ତୁ ନାହିଁ । ଆପଣଙ୍କର ସମ୍ମାନ ଏବଂ ପ୍ରତିଷ୍ଠା ବଜାୟ ରଖିବା ପାଇଁ ବିଶେଷ ଯତ୍ନ ନେବାକୁ ପଡିପାରେ ।
କର୍କଟ:
ଅନେକ ଶୁଭଫଳ ପାଇବେ । ମନର ଆଶା ପୂରଣ ହେବ । ବ୍ୟବସାୟ-ବାଣିଜ୍ୟ ଓ ଶିଳ୍ପୋଦ୍ୟୋଗରେ ପୁଞ୍ଜିନିବେଶ ଲାଭଜନକ ହେବ । ଆର୍ଥିକ ଲାଭ ଓ ଉନ୍ନତିର ସମ୍ଭାବନା ରହିଛି । ବନ୍ଧୁ-ପରିଜନରେ ଆନନ୍ଦ ଉପଭୋଗ କରିବାର ସୁଯୋଗ ମିଳିପାରେ । ନିଜର କାର୍ଯ୍ୟ ପାଇଁ ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ ହେବା ଆପଣଙ୍କ ପାଇଁ ସଫଳତା ଆଣିଦେଇପାରେ । ନିଜର ବୁଦ୍ଧିବଳ ଉପରେ ନିର୍ଭର କଲେ ଅନେକ ସମସ୍ୟାରୁ ମୁକ୍ତି ପାଇବେ । ଘରେ ଖୁସିର ପରିବେଶ ରହିବ । ବ୍ୟବସାୟିକ କାର୍ଯ୍ୟକଳାପ ସୁରୁଖୁରୁରେ ଚାଲିବ । ଆର୍ଥିକ ପରିସ୍ଥିତି ଭଲ ରହିବ । ଯୁବକମାନେ ସେମାନଙ୍କ କ୍ୟାରିୟର ପ୍ରତି ସଚେତନ ରହିବେ । ବୈବାହିକ ଜୀବନ ସ୍ୱାଭାବିକ ହେବ । ତେବେ ଶାରୀରିକ ଓ ମାନସିକ ଦୁର୍ବଳତା ଅନୁଭବ କରିପାରନ୍ତି । ଯୋଗ ଓ ଧ୍ୟାନ କରନ୍ତୁ, ପ୍ରକୃତିର ନିକଟତର ହୁଅନ୍ତୁ, ସୁଫଳ ପାଇପାରିବେ ।
ସିଂହ:
କାର୍ଯ୍ୟସିଦ୍ଧି ହେବ ଓ ମନର ଆଶା ପୂରଣ ହେବ । କାର୍ଯ୍ୟକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିପାରିବେ । ଶିଳ୍ପୋଦ୍ୟୋଗ ଓ ବ୍ୟବସାୟରେ ସଫଳତା ମିଳିବ । ଏହା ଏକ ଭଲ ସମୟ । ଈପ୍ସିତ ଲକ୍ଷ୍ୟ ହାସଲ କରିବା ଏବଂ ସାଂସାରିକ ଭୋଗ୍ୟ ବସ୍ତୁ ଲାଭ କରିବାର ସମ୍ଭାବନା ଅଛି । ଯଦି ଆପଣ କିଛି ନୂଆ କରିବାକୁ ଯୋଜନା କରୁଛନ୍ତି, ତେବେ ଏହା ଉପଯୁକ୍ତ ସମୟ କାରଣ ଏହା ସଫଳ ହେବା ନିଶ୍ଚିତ । ଆପଣଙ୍କ କାର୍ଯ୍ୟକ୍ଷେତ୍ରରେ ସମ୍ମାନ, ପଦୋନ୍ନତି ଓ ପ୍ରଶଂସା ଆଶା କରିପାରନ୍ତି । ଆପଣଙ୍କର ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । ଏହି ସମୟ ମଧ୍ୟରେ ଆପଣ ବହୁତ ଭଲ ସ୍ୱାଦିଷ୍ଠ ଖାଦ୍ୟ ଉପଭୋଗ କରିବାର ସମ୍ଭାବନା ଅଛି ।
କନ୍ୟା:
ଅସୁସ୍ଥତା, ମାନସିକ ଅବସାଦ, ବିଷମ ପରିସ୍ଥିତି ଓ ଆର୍ଥିକ ସମସ୍ୟା ଭିତରଦେଇ ଗତି କରିବାକୁ ପଡ଼ିପାରେ । ସ୍ବାସ୍ଥ୍ୟ ଚିନ୍ତା ଘାରିବ । ବ୍ୟବସାୟ-ବାଣିଜ୍ୟ ବା ଶିଳ୍ପ କାରବାରରେ କିଛି ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିପାରେ । ଦୂରଯାତ୍ରା ସ୍ପୃହଣୀୟ ନୁହେଁ । ପେଟ ଗୋଳମାଳ ସହ ପାଗ ପରିବର୍ତ୍ତନଜନିତ ସମସ୍ୟା ଦେଖାଦେଇପାରେ । ପେଟ ବ୍ୟଥା କିମ୍ବା ଛାତିରେ ଯନ୍ତ୍ରଣା ହୋଇପାରେ, ତେଣୁ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଅନିଦ୍ରା ମଧ୍ୟ ହୋଇପାରେ । ତେବେ ଆପଣ କୌଣସି ଧାର୍ମିକ ରୀତିନୀତିରେ ଯୋଗଦେଇପାରନ୍ତି । ଟଙ୍କା ଖର୍ଚ୍ଚ କରିବା ସମୟରେ ବିଶେଷ ସତର୍କ ରୁହନ୍ତୁ । ଶତ୍ରୁମାନଙ୍କ ଉପରେ ବିଶେଷ ନଜର ରଖନ୍ତୁ କାରଣ ସେମାନେ କ୍ଷତି କରିବାର ସମ୍ଭାବନା ଅଛି । ଇଷ୍ଟମନନଶୀଳ ରହନ୍ତୁ, ସବୁ ପ୍ରକାର ଦୁସ୍ଥିତିରୁ ନିଷ୍କୃତି ପାଇପାରିବେ ।
ତୁଳା:
ଅଷ୍ଟମ ଚନ୍ଦ୍ର ହେତୁ ସାବଧାନତା ଅବଲମ୍ବନୀୟ । କଳହ, ବିବାଦ, ଦୂରଯାତ୍ରା, ମାଲିମକଦ୍ଦମାରୁ ଦୂରରେ ରହନ୍ତୁ । କୌଣସି ଭଲ ଖବର ଆଶା କରାଯାଇ ନପାରେ । ଦୁଃଖଦ ଘଟଣା ଏବଂ ବିପଦ ମଧ୍ୟ ଦେଖାଦେଇପାରେ । ପ୍ରାପ୍ୟ ଟଙ୍କା ଫେରିପାଇବାରେ ଆପଣ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ଏବଂ ଲାଭଜନକ ଭଲ କାମ ବନ୍ଦ କରିବାକୁ ପଡ଼ିପାରେ । ଅଫିସରେ ଉଚ୍ଚ ପଦାଧିକାରୀଙ୍କ ସହିତ ଭଲ ସମ୍ପର୍କ ରଖନ୍ତୁ । ସେମାନଙ୍କ ସହିତ କୌଣସି ପ୍ରକାର ମତଭେଦ କିମ୍ବା ବିବାଦରୁ ଦୂରେଇ ରୁହନ୍ତୁ । ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ କାରଣ ହଜମ ପ୍ରକ୍ରିୟା ଏବଂ ଶ୍ୱାସକ୍ରିୟାରେ ସମସ୍ୟା ଦେଖାଦେଇପାରେ । ନିରର୍ଥକ ଚିନ୍ତା ଏବଂ ଭୟ ପରିହାର କରନ୍ତୁ । ଇଷ୍ଟ ମନନଶୀଳ ରହିଲେ ସବୁ ଅସୁବିଧାକୁ ଏଡ଼ାଇପାରିବେ ।
ବିଛା:
ସୁଖସମ୍ପଦ, ବନ୍ଧୁମିଳନ, ଅତିଥିସେବା, ବ୍ୟବସାୟିକ ଉନ୍ନତି ଆଦି ଯୋଗ ଅଛି । ଯେକୌଣସି ସୂତ୍ରରୁ ଅର୍ଥପ୍ରାପ୍ତି ଘଟିପାରେ । ଜୀବନରେ କିଛି ସକାରାତ୍ମକ ପରିବର୍ତ୍ତନ ଆସିପାରେ । କାର୍ଯ୍ୟରେ ସଫଳତା ମିଳିବ । ଆର୍ଥିକ ଦୃଷ୍ଟିରୁ ଏହି ସମୟ ଆପଣଙ୍କ ପାଇଁ ଅନୁକୂଳ । ଅଟକି ରହିଥିବା ଟଙ୍କା ଫେରସ୍ତ ପାଇପାରନ୍ତି । ଯଦି ଆପଣ ଏକ ଗାଡି କିଣିବାକୁ ଚିନ୍ତା କରୁଛନ୍ତି ତେବେ ଏହା ହେଉଛି ଉପଯୁକ୍ତ ସମୟ । ସାଂସାରିକ ଭୋଗ ଏବଂ ସୁସ୍ୱାଦୁ ଖାଦ୍ୟର ଆନନ୍ଦ ନେଇପାରିବେ । ଶତ୍ରୁମାନେ ପରାଭୂତ ହେବେ । ଦାମ୍ପତ୍ୟ ଜୀବନରେ ସୁଖ ପାଇବେ । ପିଲାମାନେ ଆପଣଙ୍କ ସୁଖସନ୍ତୋଷ ବୃଦ୍ଧି କରିବେ । ମାନସିକ ଶାନ୍ତି ପୁନଃସ୍ଥାପିତ ହେବ। ପରିବାରରେ ସୌହାର୍ଦ୍ଦ୍ୟର ବାତାବରଣ ରହିବ । ମୋଟାମୋଟି ଭାବେ ଦିନ ଖୁବ୍ ଭଲରେ କଟିବ ବୋଲି କୁହାଯାଇପାରେ ।
ଧନୁ:
ଏହି ସମୟ ମଧ୍ୟରେ ଚନ୍ଦ୍ର ଆପଣଙ୍କ ଜନ୍ମରାଶିରୁ ଷଷ୍ଠ ଘର ଦେଇ ଗତି କରୁଛନ୍ତି । ଆର୍ଥିକ କାରବାରରେ ଲାଭ ମିଳିବ । ରୋଗମୁକ୍ତି, ଋଣ ସୂତ୍ରରେ ବା ବକେୟା ଅର୍ଥ ପ୍ରାପ୍ତି ଆଦି ଘଟିପାରେ । ଆଗକୁ ଯାଇ ଲକ୍ଷ୍ୟ ହାସଲ କରିବାର ସମୟ ଆସିଛି । କାରଣ ଏଥିରେ ଆପଣ ସଫଳ ହୋଇପାରିବେ । ନିଜ କୃତିତ୍ୱ ପାଇଁ ସମ୍ମାନ ଏବଂ ସ୍ୱୀକୃତି ପାଇପାରନ୍ତି । ଆପଣ ଶତ୍ରୁମାନଙ୍କୁ ପରାସ୍ତ କରିବେ, ନୂତନ ବନ୍ଧୁ ସୃଷ୍ଟି କରିବେ । ସ୍ୱାସ୍ଥ୍ୟ ଭଲ ରହିବ । ମୋଟ ଉପରେ ଦିନଟି ଆପଣ ହସଖୁସି ଭିତରେ କଟାଇବାର ସମ୍ଭାବନା ରହିଛି ।
ମକର:
ଦୁଃଖ, ଯାତନା ସହ ଉଦ୍ବେଗ ଦେଖାଦେଇପାରେ । କିଛି ମିଶ୍ରିତ ଫଳାଫଳ ପାଇବେ । ନେଇଥିବା ଦାୟିତ୍ୱ ଠିକ୍ ଭାବେ ତୁଲାଇବାକୁ ଚେଷ୍ଟା କରନ୍ତୁ । ଟିକିଏ ପରିଶ୍ରମ ଅଧିକ ପଡ଼ିପାରେ । ଉତ୍ତମ ବ୍ୟବହାର ଓ ସହନଶୀଳତା ବଳରେ କେତେକ ନକାରାତ୍ମକ ସ୍ଥିତିକୁ ଏଡ଼ାଇପାରିବେ । ଯଦି ଆପଣ ଜଣେ ବ୍ୟବସାୟୀ ତେବେ କାରବାରରେ ସଚ୍ଚୋଟତା ଅବଲମ୍ବନ କରନ୍ତୁ । ଦୂରଯାତ୍ରା ବା ବିଦେଶ ଯାତ୍ରା ଯୋଜନାକୁ ସ୍ଥଗିତ ରଖନ୍ତୁ । ଆର୍ଥିକ ଦୃଷ୍ଟିରୁ ସମୟ ଟିକିଏ କଷ୍ଟକର ହୋଇପାରେ । ଖର୍ଚ୍ଚକୁ ନିୟନ୍ତ୍ରଣରେ ରଖନ୍ତୁ । ପେଟ ଜନିତ ସମସ୍ୟା ଭୋଗ କରିପାରନ୍ତି । ଇଷ୍ଟ ମନନଶୀଳ ରହନ୍ତୁ, ଅଶୁଭ ପରିସ୍ଥିତିକୁ ଏଡ଼ାଇପାରିବେ ।
କୁମ୍ଭ:
ଭୟର ବାତାବରଣ ସହ ମାନସିକ ଅଶାନ୍ତି ସୃଷ୍ଟି ହୋଇପାରେ । ନୂତନ କାର୍ଯ୍ୟରେ ହାତ ଦିଅନ୍ତୁ ନାହିଁ । ଏହି ସମୟ ମଧ୍ୟରେ ଚନ୍ଦ୍ର ଆପଣଙ୍କ ଚତୁର୍ଥ ଘର ଦେଇ ଗତି କରିବ । ଏହା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କିଛି ନକାରାତ୍ମକ ପରିଣାମର ସୂଚକ । ତେଣୁ ନିଜ ତଥା ପାରିବାରିକ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେବା ଏବଂ ସତର୍କତା ଅବଲମ୍ବନ କରିବା ଆବଶ୍ୟକ । ମାନସିକ ଅବସାଦଠାରୁ ଦୂରରେ ରହନ୍ତୁ । ଆତ୍ମବିଶ୍ୱାସ ହରାନ୍ତୁ ନାହିଁ । ଆର୍ଥିକ ଦୃଷ୍ଟିରୁ ଏହା ଏକ କଷ୍ଟକର ସମୟ । ଖର୍ଚ୍ଚ ବଢ଼ିପାରେ । ଯତ୍ନର ସହିତ ଟଙ୍କା ଖର୍ଚ୍ଚ କରନ୍ତୁ । ପ୍ରିୟଜନଙ୍କ ସହିତ ଭଲ ସମ୍ପର୍କ ବଜାୟ ରଖିବା ପାଇଁ ଚେଷ୍ଟା କରନ୍ତୁ । ଅନିୟନ୍ତ୍ରିତ କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ । କାରଣ ଏହା କୌଣସି ସମସ୍ୟାର ସମାଧାନ ନୁହେଁ ବରଂ ସମସ୍ୟା ବୃଦ୍ଧିକାରକ ।
ମୀନ:
କାର୍ଯ୍ୟରେ ସଫଳତା ମିଳିବ । ଗୃହକୁ ବନ୍ଧୁ-ଅତିଥିଙ୍କ ଆଗମନ ଘଟିପାରେ । ଉତ୍ତମ ପାନଭୋଜନ ଓ ବସ୍ତ୍ର-ଆଭୂଷଣରେ ସୁଖୀ ହେବେ । ବ୍ୟବସାୟରେ ଉନ୍ନତି, ଅଳ୍ପଦୂର ଯାତ୍ରା ଓ ବକେୟା ଅର୍ଥଲାଭ ଯୋଗ ଅଛି । ଉଦ୍ୟମରେ ସଫଳତା ପାଇପାରିବେ । ଖ୍ୟାତି ବଢ଼ିବ । ବକେୟା, ଟଙ୍କା ପାଇପାରନ୍ତି । ବ୍ୟବସାୟରେ ଆର୍ଥିକ ଲାଭ ଆଶା କରିପାରନ୍ତି । ପରିବାରରେ ହସଖୁସିର ବାତାବରଣ ଦେଖାଦେଇପାରେ । ଆପଣ ବହୁତ ଭଲ ଖାଦ୍ୟ, ପୋଷାକ ଏବଂ ଭୋଗ୍ୟବସ୍ତୁ ପାଇପାରିବେ । ଆପଣ ସମ୍ମୁଖୀନ ହେଉଥିବା ପ୍ରତ୍ୟେକ ପରିସ୍ଥିତି ଏବଂ କରାଯାଇଥିବା ପ୍ରତ୍ୟେକ କାର୍ଯ୍ୟ ଆପଣଙ୍କୁ ଖୁସି ଦେବ । ମନରେ ସମ୍ପୂର୍ଣ୍ଣ ସନ୍ତୁଷ୍ଟିର ବାତାବରଣ ରହିବ। ମୋଟାମୋଟି ଭାବେ ଦିନଟି ଆପଣଙ୍କର ବେଶ୍ ଭଲରେ କଟିବ ।
Follow Us