ଚିରନିଦ୍ରାରେ ଦହିବରା ଆଳୁଦମ୍ ମଉସା ; ଦହିବରା ବ୍ୟବସାୟୀ ରଘୁନାଥ ସାସମଲଙ୍କ ୯୧ ବର୍ଷ ବୟସରେ ପରଲୋକ

ଚିରନିଦ୍ରାରେ ଦହିବରା ଆଳୁଦମ୍ ମଉସା  । କଟକର ଦହିବରା ବ୍ୟବସାୟୀ ରଘୁନାଥ ସାସମଲଙ୍କ ୯୧ ବର୍ଷ ବୟସରେ ପରଲୋକ  ।  ୧୫ ବର୍ଷରୁ ଦିହବରା ଆଳୁଦମ୍ ବିକି ବେଶ୍ ପରିଚିତ ଥିଲେ ରଘୁନାଥ  ।

23

କନକ ବ୍ୟୁରୋ: ଆଉ ନାହାନ୍ତି ଦହିବରା ଆଳୁଦମ୍ ମଉସା । କଟକ ଦହିବରା ଆଳୁଦମକୁ ପ୍ରସିଦ୍ଧ କରିଥିବା ଲୋକପ୍ରିୟ ଆଳୁଦମ ଦହିବରା ବ୍ୟବସାୟୀ ରଘୁନାଥ ସାଶମଲଙ୍କ ପରଲୋକ । ୯୧ ବର୍ଷ ବୟସରେ କଟକ ବିଡାନାସୀ ଗୋପାଳସାହି ବାସଗୃହରେ ପରଲୋକ । ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡ଼ିତ ହୋଇ ଘରେ ଚିକିତ୍ସିତ ହେଉଥିଲେ। ଆଜି ସକାଳେ ତାଙ୍କର ପରଲୋକ ଘଟିଛି ।  

ରଘୁ ଦହିବରା ମଉସା। କଟକରେ ରହିଛି ତାଙ୍କର ସ୍ୱତନ୍ତ୍ର ପରିଚୟ । ତାଙ୍କ ହାତ ତିଆରି ଦହିବରା ଆଳୁଦମ ପାଇଁ ସେ ବେଶ ପରିଚିତ। ସବୁ ଦିନ ପରି ଆଜି ବି ବିକ୍ରି ପାଇଁ ପ୍ରସ୍ତୁତ ହୋଇ ରହିଛି ଦହିବରା ଆଳୁଦମ୍,କିନ୍ତୁ ସେ ସବୁ ଫିକା ପଡିଯାଇଛି । କାହିଁକି ନା ପ୍ରସିଦ୍ଧ ଲୋକପ୍ରିୟ ଦହିବରା ଆଳୁଦମର ସ୍ରଷ୍ଟା ରଘୁ ମଉସା ନିରବି ଯାଇଛନ୍ତି। ୮୦ ବର୍ଷରୁ ଉର୍ଦ୍ଧ୍ବ କାଳ ହେବ ସେ ଦହିବରା ଆଳୁଦମ ବିକ୍ରି  କରି ବେଶ ଲୋକପ୍ରିୟ ଥିଲେ। ଓଡିଶାର ପ୍ରସିଦ୍ଧ ଆଳୁଦମ୍ ଦହିବରା ପାଇଁ କନକ ନିଉଜ୍ ମେକର୍ ୨୦୨୩ରେ ରଘୁ ମଉସା ପୁରସ୍କୃତ ବି କରିଥିଲେ । ବିଧାୟିକା ସୋଫିଆ ଫିରଦୋଷ କହିଛନ୍ତି ଦହିବରାକୁ ଜିଆଇ ଟ୍ୟାଗ ମିଳିଲେ ରଘୁ ମଉସାଙ୍କ ପ୍ରତି ପ୍ରକୃତ ଶଦ୍ଧାଞ୍ଜଳୀ ହେବ । ସେହିଭଳି ଅଭିନେତା ଶ୍ରୀତମ କୁହନ୍ତି ରଘୁ ମଉସା ହେଉଛନ୍ତି କଟକର ଗର୍ବ, ତାଙ୍କ ପାଇଁ ଦହିବରା ଆଳୁଦମ ସ୍ବତନ୍ତ୍ର ପରିଚୟ ପଇପାରିଛି।ଏହି ଦୁଃଖଦ ଖବର ଶୁଣିବା ପରେ ତାଙ୍କ ଘରକୁ ଆସି ତାଙ୍କ ସମସ୍ତେ ଶେଷ ଦର୍ଶନ କରିଛନ୍ତି ।

୧୯୩୪ ରେ କଟକ ବିଡାନାସିରେ ଜନ୍ମ ହୋଇଥିଲେ ରଘୁ । ପିଲାବେଳୁ ଅର୍ଥାତ୍ ୧୫ ବର୍ଷ ବୟସରୁ ଦହିବରା ଆଳୁଦମ୍ ସହରରେ ବୁଲି ବୁଲି  ବିକ୍ରି କରୁଥିଲେଷ ତାଙ୍କ ହାତର ଯାଦୁ ସମସ୍ତଙ୍କୁ ପସନ୍ଦ ବି ଲାଗିଲା । ଆଉ ସେହି ପସନ୍ଦ ବିଡାନାସୀ ବନ୍ଧ ଛକରେ ରଘୁଙ୍କୁ ସବୁ ଦିନ ଦହିବରା ଆସର କରାଇବାକୁ ବାଧ୍ୟ କରିଥିଲା । ବିଡାନାସୀ ଛକରେ ତାଙ୍କ ଷ୍ଟଲ୍ ରେ ସବୁ ବେଳେ ଲାଗେ ଭିଡ଼ । ରଘୁ ମଉସାଙ୍କ ଦହିବରା ଆଳୁଦମକୁ ଭଲ ପାଉଥିବା ଲୋକଙ୍କ ପାଇଁ ଆଗକୁ ଏହି ଭାର ସମ୍ଭାଳିବେ ରଘୁଙ୍କ ପରିବାର ।

ଦହିବରା ଆଳୁଦମ ବିକ୍ରି କରି ଏହାର ଲୋକପ୍ରିୟତା ବଢ଼ାଇଥିବାରୁ ତାଙ୍କୁ ରୋଟାରୀ କ୍ଲବ୍ ଲାୟନ୍ କ୍ଲବ୍ ଓ କଟକ ମହାନଗର ନିଗମ ମଧ୍ୟ ଅନେକ ଥର ସମ୍ମାନୀତ କରିଛି । ଆଗକୁ କଟକିଆଙ୍କ ହାତରେ ଦହିବରା ଠେଲା ତ ରହିବ ଆଉ ପ୍ରିୟ ରଘୁ ମାଉସା ସ୍ମୃତି ହୋଇ ମଧ୍ୟ ରହିବେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe