କନକବ୍ୟୁରୋ : ଆନ୍ଧ୍ର ପ୍ରଦେଶର ବାଲିକୁରମା ଠାରେ ପଥର କ୍ବାରୀ ଦୁର୍ଘଟଣାରେ ଯାଇଛି ୬ ଓଡ଼ିଆ ଶ୍ରମିକଙ୍କ ଜୀବନ  ।   ଆଜି ଗାଁରେ ପହଞ୍ଚିବ ମୃତ ଶ୍ରମିକଙ୍କ ମର ଶରୀର। ଗତକାଲି ବାଲିକୁରମା ପଥର କ୍ବାରୀରେ ୬ ଜଣଙ୍କ ମୃତ୍ୟୁ ହୋଇଥିଲା  ।   ମୃତ ୬ ଜଣଙ୍କ ମଧ୍ୟରେ ଗଞ୍ଜାମ ଦିଗପହଣ୍ଡିର ଚଷା ନିମଖଣ୍ଡିର ଦଣ୍ଡପାଣି ବାଡତ୍ୟା, ବାଙ୍ଗରଡା ଗାଁର ବନମାଳୀ ବେହେରା, ଧରାକୋଟ ଅଞ୍ଚଳର ୨ ଜଣ ଓ ମୋହନ ଅଞ୍ଚଳର ୨ ଜଣ ରହିଛନ୍ତି  ।

Advertisment

ଆଜି ବାଙ୍ଗରଡା ଗାଁରେ ଅପରାହ୍ନ ସମୟରେ ବନମାଳୀଙ୍କ ମୃତଦେହ ପହଞ୍ଚିବ  ।  ବନମାଳୀ ଗତ କିଛି ବର୍ଷ ଧରି ଆନ୍ଧ୍ରରେ କାମ କରୁଥିବା ବେଳେ ପୁଣି ଘରକୁ ଆସି ଗତ କିଛିଦିନ ହେଲା ଆନ୍ଧ୍ରକୁ ଯାଇଥିଲେ  । ମୁଣ୍ଡ ପିଟି ପିଟି କାନ୍ଦୁଛନ୍ତି ବନମାଳୀଙ୍କ ମା '  ।    ସେପଟେ ବାଙ୍ଗରଡା ଗାଁରେ ପହଞ୍ଚିଛନ୍ତି ସ୍ଥାନୀୟ ରାଜସ୍ବ ଅଧିକାରୀ । ମୁଖ୍ୟମନ୍ତ୍ରୀ ବନମାଳୀଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ପ୍ରଦାନ  କରିବା ନେଇ ଘୋଷଣା କରିଛନ୍ତି  । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ସହ ଅନ୍ୟ ସମସ୍ତ ପ୍ରକାରର ସରକାରୀ ସହାୟତା ବନମାଳୀଙ୍କୁ ପ୍ରଦାନ କରାଯିବ ବୋଲି କହିଛନ୍ତି ସ୍ଥାନୀୟ ରାଜସ୍ବ ଅଧିକାରୀ   ।