କନକ ବ୍ୟୁରୋ: କାଂସବାହାଲସ୍ଥିତ ଡି.ଏ.ଭି ପବ୍ଲିକ ସ୍କୁଲ ପ୍ରାଙ୍ଗଣରେ ଏକ ସାହିତ୍ୟ ଆଲୋଚନା ସଭା ମହା ହର୍ଷଉଲ୍ଲାସରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମଟି ବିଦ୍ୟାଳୟର ଚାରୋଟି ସାହିତ୍ୟ ବିଭାଗର ମିଳିତ ସହଯୋଗରେ ଓ ଅଧ୍ୟକ୍ଷା ଶ୍ରୀମତୀ ରୀନା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଓଡିଆ ବିଭାଗର ମୁଖ୍ୟ ତଥା ଅଧ୍ୟାପକ ଡ. ନୂତନ ଖମାରୀ ମୁଖ୍ୟବକ୍ତା ଏବଂ ସୁନ୍ଦରଗଡ଼ ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟର ହିନ୍ଦୀ ବିଭାଗର ଅଧ୍ୟାପିକା ଶ୍ରୀମତୀ ମୋନାଲିସା ବେହେରା ଓ ରାଜଗାଙ୍ଗପୁର ଡାଲମିଆ ମହାବିଦ୍ୟାଳୟର ଇଂରାଜୀ ବିଭାଗର ଅଧ୍ୟାପିକା ସୁଶ୍ରୀ ଆଲିଶା ତିର୍କି ସମ୍ମାନିତ ବକ୍ତା ରୂପେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ଆରମ୍ଭରେ ଅଧ୍ୟକ୍ଷା ଓ ଅତିଥିବୃନ୍ଦ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ତତ୍ପରେ ଶିକ୍ଷାର୍ଥୀଙ୍କଦ୍ଵାରା ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସ୍ଵାଗତ କରାଯାଇଥିଲା ।
ଏହା ସହ ବିଦ୍ୟାଳୟର ଶିକ୍ଷାର୍ଥୀ ଓ ସଙ୍ଗୀତ ଶିକ୍ଷକ ଦୀପକ ମାନ୍ନା ମିଳିତ ରୂପେ ଏକ ସୁନ୍ଦର ସ୍ଵାଗତ ସଙ୍ଗୀତ ଗାନ କରିଥିଲେ । ତତ୍ପରେ ବିଦ୍ୟାଳୟର ଅଧ୍ୟକ୍ଷା ଆଜିର ସମ୍ମିଳନୀର ଗୁରୁତ୍ୱ ସମ୍ପର୍କରେ ଶିକ୍ଷାର୍ଥୀଙ୍କୁ ଅତି ସୁନ୍ଦର ଭାବରେ ବୁଝାଇ ଥିଲେ । ଏହାସହ ବିଦ୍ୟାଳୟର ଶିକ୍ଷାର୍ଥୀମାନେ ସ୍ୱରଚିତ କବିତା, ଗଳ୍ପ, ପୁସ୍ତକ ପୁନର୍ବିଲୋକନ ଓ ସିନେମା ପୁନର୍ବିଲୋକନ ଇତ୍ୟାଦି ପ୍ରସ୍ତୁତ କରିଥିଲେ । “ଆମ ଜୀବନରେ ସାହିତ୍ୟର ଗୁରୁତ୍ୱ” ସମ୍ପର୍କରେ ଡ. ନୂତନ ଖମାରୀ ଓ “କ୍ଷଦ୍ରଗଳ୍ପର ମୂଲ୍ୟବୋଧ” ସମ୍ପର୍କରେ ଅଧ୍ୟାପିକା ସୁଶ୍ରୀ ଆଲିଶା ତିର୍କି ଏବଂ “କବିତାର ମୂଲ୍ୟବୋଧ” ସମ୍ପର୍କରେ ଅଧ୍ୟାପିକା ଶ୍ରୀମତୀ ମୋନାଲିସା ବେହେରା ନିଜର ସୁନ୍ଦର ଅଭିଭାଷଣ ପ୍ରଦାନ କରିଥିଲେ। ଶେଷରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ସ୍ଵପ୍ନିତା ସାହୁ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର କାର୍ଯ୍ୟକ୍ରମଟିକୁ ବିଦ୍ୟାଳୟର ଶିକ୍ଷକ ଶେଖ ମଜିବୁର ରେହମାନ, ବିକ୍ରମ କେଶରୀ ରୟ ଏବଂ ଫିରୋଜ ସାହୁ ପରିଚାଳନା କରିଥିଲେ । ଆଜିର କାର୍ଯ୍ୟକ୍ରମଟି ବିଦ୍ୟାଳୟର ଅଧ୍ୟକ୍ଷା, ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ, କର୍ମକର୍ତ୍ତା ଓ ଶିକ୍ଷାର୍ଥୀଙ୍କ ଯୋଗଦାନଦ୍ୱାରା ମହା ହର୍ଷଉଲ୍ଲାସ ଓ ସଫଳତାପୂର୍ବକ ଅନୁଷ୍ଠିତ ହୋଇଯାଇଅଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2026/02/06/dav-public-school-2026-02-06-21-35-46.jpg)