ଗ୍ୟାସ୍ ସିଲିଣ୍ଡର ଭର୍ତ୍ତି ଟ୍ରକ୍‌କୁ ଧକ୍କା ଦେଲା କେମିକାଲ ଟ୍ୟାଙ୍କର ; ବିସ୍ଫୋରଣ ଘଟି ନିଆଁ ଲାଗିଗଲା

ଏଲ୍‌ପିଜି ଗ୍ୟାସ୍ ସିଲିଣ୍ଡର ଭର୍ତ୍ତି ଟ୍ରକ୍‌କୁ ଧକ୍କା ଦେଲା କେମିକାଲ ଟ୍ୟାଙ୍କର । ୨୦୦ ସିଲିଣ୍ଡର ଫାଟି ୫୦୦ ମିଟର ଦୂରରେ ପଡ଼ିଲା ।  ବିସ୍ଫୋରଣ ପରେ ଭୟଙ୍କର ଅଗ୍ନିକାଣ୍ଡ । ରାଜସ୍ଥାନ ଜୟପୁରରେ ବଡ଼ ବିସ୍ଫୋରଣ ।

13

କନକ ବ୍ୟୁରୋ: ରାଜସ୍ଥାନ ଜୟପୁରରେ ଭୟଙ୍କର ବିସ୍ଫୋରଣ । ଜୟପୁର- ଅଜମୈର ଜାତୀୟ ରାଜପଥରେ ଏଲ୍‌ପିଜି ସିଲିଣ୍ଡର ବୋଝେଇ ଟ୍ରକ୍‌କୁ ଧକ୍କା ଦେଲା କେମିକାଲ ଭର୍ତ୍ତି ଟ୍ୟାଙ୍କର । ଘଟଣାସ୍ଥଳରେ ଭୟଙ୍କର ଅଗ୍ନିକାଣ୍ଡ । ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଦୁର୍ଘଟଣା ହୋଇଥିଲା । ବିସ୍ଫୋରଣ ଏତେ ବଡ଼ ହୋଇଥିଲା ଯେ, ୧୦ କିଲୋମିଟର ଦୂର ପର୍ଯ୍ୟନ୍ତ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା । ଟ୍ରକ୍‌ରେ ଥିବା ପାଖାପାଖି ୨୦୦ ଏଲ୍‌ପିଜି ସିଲିଣ୍ଡର୍ ଦୁଇ ଘଣ୍ଟା ଧରି ଫାଟିଥିଲା । ଏପରିକି କି କିଛି ସିଲିଣ୍ଡର ୫୦୦ ମିଟର ଦୂର ପର୍ଯ୍ୟନ୍ତ ଛିଟିକି ପଡ଼ିଥିଲା । ବିସ୍ଫୋରଣରେ ଜଣେ ବ୍ୟକ୍ତି ଜୀବନ୍ତ ଦଗ୍ଧ ହୋଇଥିଲା ସୂଚନା ମିଳିଛି । 

ନିଆଁ ଲିଭାଇବା ପାଇଁ ଦମକଳ ବାହିନୀର ୧୨ଟି ଗାଡ଼ି ନିୟୋଜିତ ହୋଇଥିଲେ । ପରିସ୍ଥିତି ସମ୍ଭାଳିବାକୁ ୪ ଘଣ୍ଟା ସମୟ ଲାଗି ଯାଇଥିଲା । ଭୋର ୪ଟା ପର୍ଯ୍ୟନ୍ତ ରାସ୍ତାରେ ଗାଡ଼ି ଚଳାଚଳ ସ୍ବାଭାବିକ  ହୋଇ ପାରି ନଥିଲା  । ତେବେ ଦୁର୍ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe